Advertisment

Odia youth Adarsh abducted by RSF in Sudan: ସୁଦାନରୁ କେବେ ମୁକୁଳିବେ ଓଡ଼ିଆ ଯୁବକ ? RSF କବଳରେ ପଣବନ୍ଦୀ ଜଗତସିଂହପୁରର ଆଦର୍ଶ

ସ୍ତ୍ରୀ ଆଖିରେ ଆଖିଏ ଲୁହ, ମାଆ ଛାତିରେ ଛାତିଏ କୋହ, ଆଉ ବାପାଙ୍କ ମନରେ ଅହରହ ଘାରୁଛି ଭୟ। ବିଦ୍ରୋହୀ ସେନା କବଳରେ ପଣବନ୍ଦୀ ଥିବା ଜଗତସହିଂପୁରର ଆଦର୍ଶ ବେହେରାଙ୍କୁ ନେଇ ବିଚଳିତ ପୂରା ପରିବାର।

Hostage Odia Boy

Hostage Odia Boy Photograph: (OTV)

Advertisment

କେବେ ମୁକୁଳିବେ ସୁଦାନରେ ବିଦ୍ରୋହୀ ଗୋଷ୍ଠୀ RSF କବଳରେ ପଣବନ୍ଦୀ ରହିଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା। ଆଗକୁ କଣ ହେବ ସେଠାକାର ସ୍ଥିତି। ଗୃହଯୁଦ୍ଧ ଥମିବ ନା ଆହୁରି ଉଗ୍ର ହେବ। ଏସବୁ ଭିତରେ ତାଙ୍କର ଗୋଟିଏ ବୋଲି ପୁଅକୁ ବିଦ୍ରୋହୀମାନେ ଛାଡ଼ି ଦେବେ ତ। ଏମିତି ହଜାରେ ପ୍ରଶ୍ନ ଏବେ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଆଦର୍ଶଙ୍କ ପରିବାର ଲୋକଙ୍କ ମନରେ। ୟା ଭିତରେ ଆଦର୍ଶଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛି ସୁଦାନ ସ୍ଥିତ ଭାରତୀୟ ଦୂତାବାସ।...

Advertisment

ସ୍ତ୍ରୀ ଆଖିରେ ଆଖିଏ ଲୁହ, ମାଆ ଛାତିରେ ଛାତିଏ କୋହ, ଆଉ ବାପାଙ୍କ ମନରେ ଅହରହ ଘାରୁଛି ଭୟ। କାଳେ ଗୋଟିଏ ବୋଲି ପୁଅକୁ କିଛି ହେଇଯିବନି ତ। ଉତ୍ତର ଆଫ୍ରିକାର ସୁଦୂର ସୁଦାନରେ, ବିଦ୍ରୋହୀ ସେନା କବଳରେ ପଣବନ୍ଦୀ ଥିବା ଜଗତସହିଂପୁର ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରାଙ୍କୁ ନେଇ ବିଚଳିତ ପୂରା ପରିବାର। ଆଦର୍ଶ କେବେ ଫେରିବେ, କେମିତି ଫେରିବେ, ବିଦ୍ରୋହୀଙ୍କ କବଳରୁ କିଭଳି ସୁରକ୍ଷିତ ଉଦ୍ଧାର ହୋଇ ଘରେ ପହଞ୍ଚିଯିବେ, କେବଳ ଚିନ୍ତୁାରେ ବିତୁଛି ଦିନ ଆଉ ରାତି। କିନ୍ତୁ ଆତଙ୍କୀ RSF ଗୋଷ୍ଠୀଙ୍କ ସେ ତାଛଲ୍ୟ ଭରା ଭିଡିଓ ଦେଖିଲା ପରେ ପ୍ରତି ମୂହୁର୍ତ୍ତରେ ପାପ ଛୁଉଁଛି ମନ ।

ଭୟ ଓ ଆଶଙ୍କାରେ ପରିବାର

ଆଦର୍ଶଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତିଟି ମିନିଟ ବିତୁଛି ଭୟ ଆଉ ଆଶଙ୍କା ଭିତରେ। ଏ ସମୟରେ କେବଳ ପ୍ରଶାସନ ଆଉ ସରକାରଙ୍କୁ ଗୁହାରୀ କରିବା ଛଡ଼ା ଆଉ କିଛି ଉପାୟ ହିଁ ନାହିଁ।
ଏପଟେ ଆଦର୍ଶଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସୂଦାନ ଦୂତାବାସ ସ୍ତର ପର୍ଯ୍ୟନ୍ତ ଚାଲିଛି ଉଦ୍ୟମ। ଆଦର୍ଶଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାର ଓ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଅବଗତ କରାଯାଇଛି। 

Advertisment

ଜଗତସିଂହପୁର ସାଂସଦ ମଧ୍ୟ ଗୃହ ମନ୍ତ୍ରାଳୟ ସମେତ ସୁଦାନ ସ୍ଥିତ ଦୂତାବାସ କାର୍ଯ୍ୟାଳୟ ସହ ଯୋଗଯୋଗରେ ଥିବା କହିଛନ୍ତି। ଏଣେ ଆଦର୍ଶଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ବିଦେଶ ମନ୍ତ୍ରାଳୟକୁ ପତ୍ର ଲେଖିଛନ୍ତି। ସେପଟେ ଆଦର୍ଶଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ସେ ଦିଗରେ ସୁଦାନ ସରକାର ମଧ୍ୟ କାର୍ଯ୍ୟ କରୁଥିବା, ସୁଦାନ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ମହମ୍ମଦ ଆବଦଲା ଅଲ୍ଲୀ ଏଲଟମ୍ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।...

ଆଜିକୁ 3 ବର୍ଷ ତଳେ ଚାକିରି କରିବାକୁ ସୁଦାନ ଯାଇଥିଲେ ତିର୍ତ୍ତୋଲ କୋଟକଣା ଗାଁର ଆଦର୍ଶ ବେହେରା। ସୁଦାନର ଦର୍ଫୁର ଷ୍ଟେଟ୍ ଅଲ୍ ଫାସିରରେ ଏକ ପ୍ଲାଷ୍ଟିକ୍ କମ୍ପାନୀରେ କାମ କରୁଥିଲେ ସେ। ତେବେ ଏହାର ଗୋଟିଏ ବର୍ଷ ପରେ ଦେଶରେ ହଠାତ ଆରମ୍ଭ ହୋଇଥିଲା ଗୃହଯୁଦ୍ଧ। କ୍ଷମତା ହାସଲ ଲାଗି ସୁଦାନ ସେନା ଓ ଦେଶର ବିଦ୍ରୋହୀ ଗୋଷ୍ଠୀ ପାରାମିଲିଟାରୀ ରାପିଡ୍ ଫୋର୍ସ ବା RSF ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଲଢେଇ । ଯେଉଁଥିରେ ଦେଶର ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟିଏରୁ ଅଧିକ ଲୋକ ବାସହରା ହେଲେଣି। ସୁଦାନ ଗୃହଯୁଦ୍ଧ ଏବେ ବିଶ୍ବର ସବୁଠୁ ବଡ଼ ମାନବିକ ସଙ୍କଟ ହେବାକୁ ଯାଉଥିବା କୁହାଯାଉଛି।... 

Advertisment

Odia Boy Hostage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ