trian terror Photograph: (OTV)
ଟ୍ରେନ ଭିତରେ ଆତଙ୍କ। ଯାହାକୁ ଦେଖିଲା ଛୁରି ଭୁସିଲା । ଲୋକେ ଡରରେ ଧାଇଁବାକୁ ଲାଗିଲେ । କିଛି ଦିନ ତଳେ ୟୁନାଇଟେଡ କିଙ୍ଗଡମରେ ଏକ ଟ୍ରେନ ଭିତରେ ଲୋକଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ପୂର୍ବ ଇଂଲଣ୍ଡର କେମ୍ବ୍ରିଜଶାୟରରେ ଏକ ଟ୍ରେନରେ ଛୁରୀମାଡ଼ ଘଟଣା ପରେ "ଅନେକ ଲୋକଙ୍କୁ" ହସ୍ପିଟାଲକୁ ନିଆଯାଇଥିଲା ।
ରିପୋର୍ଟ ଅନୁଯାୟୀ ବ୍ରିଟିଶ ପୋଲିସ କହିଛି ଯେ ସେମାନେ ଏହି ମାମଲାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲେ ।
ଜଣେ ପ୍ରତ୍ୟକ୍ଷଦର୍ଶୀ ଜଣେ ବ୍ୟକ୍ତିଙ୍କୁ ଏକ ବଡ଼ ଛୁରି ଧରିଥିବା ଦେଖିଥିଲେ। ସେ କହିଥିଲେ ଯେ ସବୁଠାରେ ରକ୍ତ ପଡ଼ିଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଶୌଚାଳୟରେ ଲୁଚି ରହିଥିଲେ। ଯାତ୍ରୀମାନେ ଖସିଯିବାକୁ ଚେଷ୍ଟା କରି ପରସ୍ପର ଉପରେ ପଡ଼ିଯାଉଥିଲେ ବା ଧକ୍କା ହେଉଥିଲେ । କିଛି ଲୋକଙ୍କୁ 'ଆମେ ତୁମକୁ ଭଲପାଉ' ବୋଲି ଚିତ୍କାର କରୁଥିବାର ଶୁଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ କହିଥିଲେ ଯେ ଏହି "ଭୟାନଜନକ" ଘଟଣା "ଗମ୍ଭୀର ଭାବରେ ଚିନ୍ତାଜନକ"। "ମୋର ସମବେଦନା ସମସ୍ତଙ୍କ ସହିତ ଅଛି, ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ସେମାନଙ୍କର କାମ ପାଇଁ ଧନ୍ୟବାଦ ଜଣାଇଥିଲେ ।
ବ୍ରିଟେନରେ ବୃଦ୍ଧି ପାଉଛି ଛୁରୀରେ ଆକ୍ରମଣ
ସରକାରୀ ସଂଖ୍ୟା ଅନୁଯାୟୀ, ଇଂଲଣ୍ଡ ଏବଂ ୱେଲ୍ସରେ ଛୁରୀରେ ଆକ୍ରମଣ ଅପରାଧ 2011 ମସିହାରୁ ବୃଦ୍ଧି ପାଉଛି। ବ୍ରିଟେନରେ ବନ୍ଧୁକ ରଖିବା ଉପରେ କଡ଼ା ନିୟମ ଅଛି । ସେଥିପାଇଁ ଲୋକମାନେ ଅପରାଧରେ ଛୁରୀ ବ୍ୟବହାର କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/02/trian-terror-2025-11-02-16-34-06.jpg)