Advertisment

Trump Loses Cool: ବାୟା ହୋଇଗଲେଣି ଟ୍ରମ୍ପ, ମୋଦିଙ୍କୁ ଦେଲେ ଧମକ !

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଦେଲେ ଧମକ। ସେ କହିଛନ୍ତି ଯେ ଯଦି ଭାରତ ଋଷୀୟ ତୈଳ କ୍ରୟ ପ୍ରସଙ୍ଗରେ ଆମେରିକାକୁ ସହଯୋଗ ନ କରେ, ତେବେ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଆହୁରି ବୃଦ୍ଧି କରାଯାଇପାରେ।

Trump-Threatens-Modi

Trump-Threatens-Modi Photograph: (OTV)

Advertisment

ପୁଣି ପାଗଳ ଭଳି ପ୍ରଳାପ କଲେ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧମକ ! ଭାରତ-ଋଷ ସମ୍ପର୍କ ହେଉନି ହଜମ ।

Advertisment

ପୁଣି ଭାରତ ଓ ଋଷିଆ ସମ୍ପର୍କକୁ ନେଇ ବିଳିବିଳେଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଦେଲେ ଧମକ। ସେ କହିଛନ୍ତି ଯେ ଯଦି ଭାରତ ଋଷୀୟ ତୈଳ କ୍ରୟ ପ୍ରସଙ୍ଗରେ ଆମେରିକାକୁ ସହଯୋଗ ନ କରେ, ତେବେ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଆହୁରି ବୃଦ୍ଧି କରାଯାଇପାରେ। 

ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି କରାଯାଇଥିବା ଏକ ଅଡିଓ କ୍ଲିପରେ ସେ ଏପରି କହୁଛନ୍ତି। ଏପରିକି ଏହି ଅଡ଼ିଓରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରୁଛନ୍ତି। ହେଲେ ଏହାର କିଛି ସମୟ ପରେ ଭାରତ ଉପରେ ଟାରିଫ ବଢ଼ାଇବେ ବୋଲି ଧମକ ମଧ୍ୟ ଦେଉଛନ୍ତି।

Advertisment

ମୋଦୀ ବହୁତ ଭଲ ଲୋକ

ଟ୍ରମ୍ପ କହୁଛନ୍ତି, ମୋଦୀ ଜଣେ ବହୁତ ଭଲ ଲୋକ। ସେ ଜାଣିଥିଲେ ଯେ ମୁଁ ଭାରତ ଦ୍ୱାରା ଋଷୀୟ ତେଲ କିଣିବାରେ ଖୁସି ନୁହେଁ। ହେଲେ ସେ ମୋତେ ସନ୍ତୁଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦି ସେ ଆଗକୁ ଋଷିଆ ସହ ବ୍ୟବସାୟ କରନ୍ତି, ତେବେ ଆମେ ସେମାନଙ୍କ ଉପରେ ଶୁଳ୍କ ବୃଦ୍ଧି କରିବୁ।

୨୦୨୫ ଅଗଷ୍ଟରେ ଟ୍ରମ୍ପ ଭାରତରୁ ଆମେରିକା ଆମଦାନୀ କରୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ କରିଥିଲେ। ସେ ଋଷ ସହିତ ଭାରତର ତୈଳ ବାଣିଜ୍ୟରେ ଅସନ୍ତୁଷ୍ଟ ଥିଲେ। ଟ୍ରମ୍ପଙ୍କ ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ଦୀର୍ଘ ସମୟ ପାଇଁ ଅଟକାଇ ଦେଇଥିଲା। ଟ୍ରମ୍ପ ଚାହୁଁଥିଲେ ଯେ ଭାରତ ତାର ସମ୍ପୂର୍ଣ୍ଣ ବଜାର ଆମେରିକା ପାଇଁ ଖୋଲି ଦେଉ ଏବଂ ଦୁଗ୍ଧ ଏବଂ କୃଷି କ୍ଷେତ୍ରରେ ପ୍ରବେଶ କରୁ। କିନ୍ତୁ ଭାରତ ମୁଣ୍ଡ ନନୁଆଁଇ ତା ନିଷ୍ପତ୍ତିରେ ଅଟଳ ରହିଥିଲା।

Advertisment

ପରେ ଟ୍ରମ୍ପ ଓ ମୋଦି ଫୋନ ଯୋଗେ ଆଲୋଚନା କରି ଖୁବଶୀଘ୍ର ଦୁଇ ଦେଶ ବାଣିଜ୍ୟ ଡିଲ ସହ ଟାରିଫ ବିବାଦର ସମାଧାନ କରିବେ ବୋଲି ରାଜି ହୋଇଥିଲେ। ହେଲେ ଏବେ ଟ୍ରମ୍ପ ପୁଣି ଭାରତକୁ ଉସକାଇବା ଭଳି ବୟାନ ଦେଇଛନ୍ତି। ହେଲେ ବୋଧହୁଏ ସେ ଭୁଲି ଯାଉଛନ୍ତି ଏ ଫମ୍ପା ଧମକରେ ଡରିବା ଦେଶ ଭାରତ ନୁହେଁ। ଆମେରିକା ସ୍ବାର୍ଥ ନୁହେଁ ଭାରତ ନିଜ ଜନତାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଏ । 

PM Modi Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ