pakistan Photograph: (OTV)
ପୁଣି ଅଶାନ୍ତ ପାକିସ୍ତାନ । ବାଲୁଚିସ୍ତାନର କ୍ବେଟ୍ଟା ସହରରେ ବଡ଼ଧରଣର ଆତ୍ମଘାତୀ ବିସ୍ପୋରଣ । ମଧ୍ୟାହ୍ଣ ପ୍ରାୟ ୧୨ଟା ସମୟରେ ଆତ୍ମଘାତୀ ବିସ୍ପୋରଣ ହୋଇଛି । ପାକିସ୍ତାନୀ ପାରାମିଲିଟାରୀ ଫୋର୍ସ 'ଫ୍ରଣ୍ଟିଅର କର୍ପସ୍' ହେଡକ୍ୱାର୍ଟରରେ ବାହାରେ ବିସ୍ଫୋରକ ବୋଝେଇ କାର୍ ମାଡ଼ ହୋଇଥିଲା । ସୂଚନା ଅନୁସାରେ, ୧୦ଜଣକ ଜୀବନ ଯାଇଥିବା ବେଳେ ୩୫ରୁ ଅଧିକ ଲୋକ ହୋଇଛନ୍ତି ଆହତ । ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ।
ବିସ୍ଫୋରଣ ଏତେ ଭୟାବହ ଥିଲା ଯେ, ଆଖପାଖ ବିଲ୍ଡିଂର ଝରକା, କବାଟ ଭାଙ୍ଗି ଯାଇଥିଲା । ଜୀବନ ବିକଳରେ ଏଣେତେଣେ ଦୌଡିଥିଲେ ସ୍ଥାନୀୟ ଲୋକ । ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି ପୋଲିସ ଓ ଉଦ୍ଧାରକାରୀ ଦଳ ।
/filters:format(webp)/odishatv-khabar/media/media_files/2025/09/30/pakistan-2025-09-30-17-22-41.jpg)
ସହରର ସବୁ ହସ୍ପିଟାଲରେ ଏମର୍ଜେନ୍ସି ଘୋଷଣା ହୋଇଛି । ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ଙ୍କୁ ତୁରନ୍ତ ଡ୍ୟୁଟି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ୍ ସରକାର ।
ତେବେ ଏହି ଆତ୍ମଘାତୀ ହମଲା ପଛରେ କିଏ ତାହା ଜଣାପଡିନି । ପାକ୍ ପୋଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/30/pakistan-2025-09-30-17-29-20.jpg)