The Ultimate Laziness Contest Photograph: (OTV)
ଭାବନ୍ତୁ... ଯଦି ଆପଣଙ୍କୁ କୁହାଯାଏ ଯେ କେବଳ ବିଛଣାରେ ଶୋଇ ରୁହନ୍ତୁ, ବସିବେ ନାହିଁ, ଉଠିବେ ନାହିଁ, କୋଉଠି ଯିବେ ନାହିଁ, କେବଳ ଶୋଇ ରହିବେ – ଶୁଣିଲେ ବହୁତ ସହଜ ଲାଗୁଛି, ନା ? କିନ୍ତୁ ଚୀନରେ ଠିକ୍ ଏହି କଥାକୁ ନେଇ ଏକ ଏପରି ପ୍ରତିଯୋଗିତା ହେଲା, ଯାହା ଲକ୍ଷାଧିକ ଲୋକଙ୍କୁ ଆଚମ୍ବିତ କରିଦେଲା। ରିପୋର୍ଟ ଅନୁଯାୟୀ, ଏକ ଗଦି ତିଆରି କରୁଥିବା କମ୍ପାନୀ ନିଜର ପ୍ରମୋଶନ ପାଇଁ ବିଶ୍ୱର ସବୁଠାରୁ ଅଦ୍ଭୁତ ପ୍ରତିଯୋଗିତା ଆୟୋଜନ କଲା – ଯିଏ ସବୁଠାରୁ ଅଧିକ ସମୟ ଧରି ହଲଚଲ ନହୋଇ ଶୋଇ ରହିପାରିବ, ସିଏ ହେବ ଚାମ୍ପିୟନ।
ପ୍ରତିଯୋଗିତାଟି ମଜାଦାର ହେଲେ ନିୟମ ଗୁଡ଼ିକ ବହୁତ କଷ୍ଟକର ଥିଲା
• ନିୟମ ଶୁଣିଲେ ହସ ମଧ୍ୟ ଆସିବ ଆଉ ଝଟକା ମଧ୍ୟ ଲାଗିବ
• ବସିବା ମନା
• ଉଠିବା ମନା
• ଟଏଲେଟ୍ ଯିବା ମଧ୍ୟ ମନା
• କେବଳ କଡ଼ ଲେଉଟାଇ ପାରିବେ, ବହି ପଢ଼ିବା କିମ୍ବା ଫୋନ୍ ଚଳାଇବା ଅନୁମତି ଥିଲା
• ଖାଇବା ବି ଶୋଇକି ଖାଇବାକୁ ପଡ଼ୁଥିଲା
• ଅନେକ ପ୍ରତିଯୋଗୀ ଟଏଲେଟ୍ ସମସ୍ୟାରୁ ବର୍ତ୍ତିବା ପାଇଁ ଡାଏପର ପିନ୍ଧି ଆସିଥିଲେ।
ମୋଟ୍ ୨୪୦ ଜଣ ଲୋକ ଆସିଥିଲେ, କିନ୍ତୁ ଧୂମ୍ରପାନ କରିବାକୁ ଉଠିବା ଚକ୍କରରେ ୧୮୬ ଜଣ ପ୍ରଥମ ଦିନ ଭିତରେ ବାହାର ହୋଇଗଲେ।
୩୩ ଘଣ୍ଟା ୩୫ ମିନିଟ୍ ଧରି ହଲଚଲ ନକରି ଶୋଇ ରହିବା
(ସବୁଠାରୁ ଅଧିକ ସମୟ ବିଛଣାରେ ଶୋଇ ରହିବା ଚ୍ୟାଲେଞ୍ଜ)
• ଅଳ୍ପ ସମୟ ପାଇଁ ତ ଯେ କେହି ଶୋଇ ରହିପାରିବ, କିନ୍ତୁ ସମୟ ବଡ଼ିବା ସହିତ ଲୋକେ ହାର୍ ମାନିବାକୁ ଲାଗିଲେ।
• ୩୩ ଘଣ୍ଟା ପାର୍ ହେବା ପରେ କେବଳ ତିନିଜଣ ରହିଥିଲେ।
• ଆୟୋଜକମାନେ ଆଉ ଅଧିକ କଷ୍ଟ ବଢ଼ାଇଦେଲେ – ଏବେ ହାତ-ପାଦ ଉପରକୁ ଉଠାଇ ରଖିବାକୁ ପଡ଼ୁଥିଲା।
• ଯିଏ ସବୁଠାରୁ ଅଧିକ ସମୟ ଏହି ଭଙ୍ଗୀରେ ରହିପାରିଲା, ସେହି ବିଜେତା ଘୋଷିତ ହେଲା।
ବିଜେତା ହେଲେ ୨୩ ବର୍ଷୀୟ ଜଣେ ଯୁବକ, ଯିଏକି ପୁରା ୩୩ ଘଣ୍ଟା ୩୫ ମିନିଟ୍ ଧରି ବିଛଣାରେ ଶୋଇକି ରହିଲେ । ସେ କହିଲେ, ତାଙ୍କ ଗର୍ଲଫ୍ରେଣ୍ଡ୍ ହିଁ ଏହି କଣ୍ଟେଷ୍ଟର ଲିଙ୍କ୍ ପଠାଇ କହିଥିଲେ, “ଟ୍ରାଏ କରିଦେଖ… ନିଶ୍ଚୟ ଜିତିଯିବ।” ବିଜେତା କହିଥିଲେ, “ମୁଁ ଏହି ପଇସାରେ ମୋ ସାଙ୍ଗମାନଙ୍କୁ ହଟ୍ପଟ୍ ଡିନର୍ ଖୁଆଇବି। ସେମାନେ ମଝିମଝିରେ ମୋତେ ଦେଖା କରିବାକୁ ଆସୁଥିଲେ ଆଉ ଖାଇବା ମଧ୍ୟ ଆଣି ଦେଉଥିଲେ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/27/the-ultimate-laziness-contest-2025-11-27-16-57-35.jpg)