Air Force Photograph: (OTV)
ମହଙ୍ଗା ପଡ଼ିବ ଆକାଶରେ ଭାରତ ସହିତ ଟକ୍କର। କାରଣ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ସେନା। ଆଉ ୧୧୪ ଲଢୁଆ ରାଫେଲ୍ ବିମାନ କିଣିବା ନେଇ ଡିଲ୍ ଚୁଡ଼ାନ୍ତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୧୧୪ଟି ରାଫେଲ ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ କରିଛି। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ମେଗା ଚୁକ୍ତିକୁ ମିଳିଛି ମଞ୍ଜୁରୀ।
୧୧୪ ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ୮୦ ପ୍ରତିଶତ ଘରୋଇ ଉତ୍ପାଦନ ହେବ। ଭାରତର ପଶ୍ଚିମ ଓ ଉତ୍ତର ସୀମାରେ ବିପଦ ବଢ଼ୁଥିବାବେଳେ ଯୁଦ୍ଧ ବିମାନର ଅଭାବ ରହିଛି। ୪୨ ଯୁଦ୍ଧବିମାନ ପାଇଁ ଅନୁମତି ଥିଲେ ମଧ୍ୟ ଭାରତୀୟ ବାୟୁସେନା ପାଖରେ ମାତ୍ର ୨୯ଟି ଯୁଦ୍ଧ ବିମାନ ରହିଛି। ଫଳରେ ୧୧୪ ରାଫେଲ ପାଇଁ ଚୁକ୍ତି କରାଯାଇଛି ।
୧୮ ଯୁଦ୍ଧବିମାନ ଉଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ମିଳିବାକୁ ଥିବାବେଳେ ବଳକା ୯୬ଟି ଯୁଦ୍ଧବିମାନକୁ ଭାରତରେ ଆସେମ୍ବଲ କରାଯିବ। ଭାରତ ୨୦୨୦ରେ ପ୍ରଥମ ଥର ରାଫେଲ ଯୁଦ୍ଧବିମାନ ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନଠାରେ ଗ୍ରହଣ କରିଥିଲା।...
ସାବଧାନ ଶତ୍ରୁ: ଆସୁଛି ୧୧୪ ରାଫେଲ୍
ଆଉ ୧୧୪ ଲଢୁଆ ରାଫେଲ୍ ବିମାନ କିଣିବା ନେଇ ଚୂଡ଼ାନ୍ତ ଡିଲ୍
୧୧୪ଟି ରାଫେଲ ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ
୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଚୁକ୍ତିକୁ ମଞ୍ଜୁରୀ
୮୦ ପ୍ରତିଶତ ରାଫେଲ୍ ଘରୋଇ ଉତ୍ପାଦନ ହେବ
ଭାରତୀୟ ବାୟୁ ସେନାରେ ୪୨ ଯୁଦ୍ଧବିମାନ ପାଇଁ ଅନୁମତି ରହିଛି
ଏବେ ଭାରତୀୟ ବାୟୁସେନା ପାଖରେ ରହିଛି ମାତ୍ର ୨୯ଟି ଯୁଦ୍ଧ ବିମାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/air-force-2026-02-12-21-45-34.jpg)