STUCK_IN_DUBAI Photograph: (OTV)
ଘମାଘୋଟ ଯୁଦ୍ଧ ଭିତରେ ଦୁବାଇରେ ଫସିଛନ୍ତି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଜୟ ଭଟ୍ଟାଚାର୍ଯ୍ୟ। ଜୟ ଦୁବାଇରେ ଫସି ରହିଥିବା ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଅଭିଜିତ୍। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।
ତାଙ୍କ ପୁଅକୁ ଦୁବାଇରୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଶୀଘ୍ର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଜୟ ବି ଜଣେ ସୁପରିଚିତ ଗାୟକ ଭାବେ ବେଶ୍ ପରିଚିତ। ଏକ ମର୍ମସ୍ପର୍ଶୀ ପୋଷ୍ଟରେ ଅଭିଜିତ୍ ଲେଖିଛନ୍ତି, ମୋ ପୁଅ ଜୟ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଦୁବାଇରେ ଫସି ରହିଛି, ଏବଂ ଜଣେ ପିତା ଭାବରେ, ଏହା ଆମ ପରିବାର ପାଇଁ ଏକ ଅତ୍ୟନ୍ତ କଷ୍ଟଦାୟକ ସମୟ।
ମୁଁ ଭାରତ ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ତାଙ୍କ ପରିସ୍ଥିତି ଉପରେ ଦୃଷ୍ଟି ଦେବାକୁ ଏବଂ ଶୀଘ୍ର ଭାରତକୁ ତାଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ଅନୁରୋଧ କରୁଛି।...
ଦୁବାଇରେ ଫସିଛନ୍ତି ଗାୟକ ଜୟ ଭଟ୍ଟାଚାର୍ଯ୍ୟ
ଦୁବାଇରେ ଫସି ରହିଥିବା ନେଇ ଚିନ୍ତା ପ୍ରକଟ କଲେ ଅଭିଜିତ୍
ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଶୀଘ୍ର ଅନୁରୋଧ
ଜୟ ବି ଜଣେ ସୁପରିଚିତ ଗାୟକ ଭାବେ ପରିଚିତ
ଆମ ପରିବାର ପାଇଁ ଏକ ଅତ୍ୟନ୍ତ କଷ୍ଟଦାୟକ ସମୟ: ଅଭିଜିତ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/05/stuck_in_dubai-2026-03-05-11-42-44.jpg)