Advertisment

Gahlot Shuts Down Pakistan at UNGA: ଖୋଲିଲା ପୋଲ, ପାକିସ୍ତାନକୁ ମୁହଁତୋଡ ଜବାବ

ମିଳିତ ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଜାତିସଂଘ ସାଧାରଣ ସଭାରେ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଭାରତ ପାକିସ୍ତାନ ଉପରେ ଅନାବଶ୍ୟକ ଭାବେ ଆକ୍ରମଣ କରିଥିଲା।

Petal Gahlot

ପାକିସ୍ତାନକୁ ମୁହଁତୋଡ ଜବାବ Photograph: (OTV)

Advertisment

ମିଳିତ ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଜାତିସଂଘ ସାଧାରଣ ସଭାରେ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଭାରତ ପାକିସ୍ତାନ ଉପରେ ଅନାବଶ୍ୟକ ଭାବେ ଆକ୍ରମଣ କରିଥିଲା। ଯାହାକୁ ପରବର୍ତ୍ତି ସମୟରେ ଅପରେସନ ସିନ୍ଦୂର ବୋଲି କୁହାଯାଇଥିଲା। ପାକିସ୍ତାନର ସଶସ୍ତ୍ର ବାହିନୀ ଏହି ଆକ୍ରମଣକୁ ଚମତ୍କାର ଭାବରେ ସାମନା କଲେ। ସାହସ ଓ ଚତୁରତା ସହିତ ଏହାକୁ ପ୍ରତିହତ କରିଥିଲେ ବୋଲି ଶେହବାଜ କହିଛନ୍ତି।

Advertisment

ସେପଟେ ଶେହବାଜଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ କୂଟନୀତିଜ୍ଞ ପେଟାଲ ଗହଲଟ। ପାକିସ୍ତାନ ତାର ବୈଦେଶିକ ନୀତିରେ ଆତଙ୍କବାଦକୁ ପ୍ରାଧାନ୍ୟ ଦେଇଛି। ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ନାମକ ଏକ ଆତଙ୍କବାଦୀ ସଂଗଠନ ହିଁ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ହମଲା ପାଇଁ ଦାୟୀ ବୋଲି ସେ କହିଥିଲେ। ଆଉ ପାକିସ୍ତାନ ସରକାର ଏହି ଆତଙ୍କୀ ସଙ୍ଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି। ଏଥିସହ ଅଲ କାଏଦା ମୁଖ୍ୟ ଓସାମା ବିନ ଲାଦେନଙ୍କୁ କିପରି ପାକିସ୍ତାନ ସରକାର ଆଶ୍ରୟ ଦେଇଥିଲେ ସେକଥା ବି ଉଠାଇଥିଲେ ଗହଲଟ।

ଯେତେ ଡ୍ରାମା କଲେ ବି ମିଛ କେବେ ଲୁଚି ରହିବ ନାହିଁ। ପାକିସ୍ତାନ ହେଉଛି ଆତଙ୍କବାଦକୁ ଜନ୍ମ ଦେବା ରାଷ୍ଟ୍ର। ଆଉ ପାରମ୍ପରିକ ଭାବରେ ସେ ଏହା କରିଆସୁଛି ବୋଲି କହି ପାକିସ୍ତାନର ଭିତିରି କଥା ପଦାରେ ପକାଇ ଦେଇଛନ୍ତି। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ସହଭାଗୀ ହେବାର ନାଟକ କରି ହାର୍ଡକୋର ଆତଙ୍କୀଙ୍କୁ ତିଆରି କରୁଛି ପାକିସ୍ତାନ। ଶରିଫଙ୍କ ଆମେ ଏବେ ଶାନ୍ତି ଚାହୁଁଛୁ ମନ୍ତବ୍ୟ ଉପରେ ଜବାବ ରଖି ଗହଲଟ କହିଛନ୍ତି, ଯଦି ପାକିସ୍ତାନ ଶାନ୍ତି ଚାହୁଁଛି ତାହଲେ ପ୍ରଥମେ ଆତଙ୍କୀ ଆଡ୍ଡାକୁ ନିପାତ କରୁ ଆଉ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରୁ ବୋଲି ସେ କହିଛନ୍ତି।

Advertisment

ପେଟାଲ ଗହଲଟ କିଏ ? 

  • କୂଟନୀତିରେ ଭାରତ ପାଇଁ ବଡ ଚେହେରା
  • ବରିଷ୍ଠ କୂଟନୀତିଜ୍ଞ ଭାବରେ ବେଶ ଜଣାଶୁଣା
  • ଜାତିସଂଘରେ ଭାରତର ସ୍ଥାୟୀ ଦୂତାବାସର ପ୍ରଥମ ସଚିବ ହେଉଛନ୍ତି ପେଟାଲ
  • ୨୦୨୩ ଜୁଲାଇରେ ତାଙ୍କୁ ମିଳିଥିଲା ଏହି ଗୁରୁତ୍ବପୂର୍ଣ୍ଣ ପଦବୀ
  • ୨୦୨୪ ସେପ୍ଟେମ୍ବରରୁ ସେ ଜାତିସଂଘର ଉପଦେଷ୍ଟା ଦାୟିତ୍ବରେ ଅଛନ୍ତି
  • ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ଥିଲେ
  • ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମୁହଁତୋଡ ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗହଲଟ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ