Advertisment

Vlogger Shocked by Fruit Prices: ଏଠି ଫଳ ବଜାରର ନିଆଁ; କଦଳୀ ୪୫୦, ଭଣ୍ଡା ୪୦୦ ଟଙ୍କା... ଖଜୁରୀ ଦାମ ଶୁଣିଲେ ହୋସ୍ ଉଡିବ

ପାକିସ୍ତାନୀ ବଜାରରେ ଫଳର ମୂଲ୍ୟ ଭାରତୀୟ ବ୍ଲଗରଙ୍କୁ ଆଶ୍ଚର୍ଯ୍ୟ କରାଇଲା। ପାକିସ୍ତାନୀ ବଜାରର ଅଶ୍ଚର୍ଯ୍ୟଜନକ ଫଳ ମୂଲ୍ୟ। କଦଳୀ ମୂଲ୍ୟ ଶୁଣି ଭାରତୀୟ ବ୍ଲଗର ଆଶ୍ଚର୍ଯ୍ୟ! ଆମ୍ବ ଓ ଖଜୁରୀର ମୂଲ୍ୟରେ ସୋସିଆଲ ମିଡିଆରେ ହଇଚଇ।

Vlogger Shocked by Fruit Prices

ଏଠି ଫଳ ବଜାରର ନିଆଁ; କଦଳୀ ୪୫୦, ଭଣ୍ଡା ୪୦୦ ଟଙ୍କା Photograph: (OTV)

Advertisment

ଫଳ ବଜାରର ନିଆଁ। ଦୋକାନୀଙ୍କ ହସ ଏବଂ କ୍ୟାମେରା ସାମ୍ନାରେ ପଚରାଯାଇଥିଲା ଏକ ସରଳ ପ୍ରଶ୍ନ। କିନ୍ତୁ ମୂଲ୍ୟ କହିବା ମାତ୍ରେ ହୋସ୍ ଉଡିଯାଇଛି। ଭାରତୀୟ ବ୍ଳଗର ଜଣକ କେବଳ ମୂଲ୍ୟ ପଚାରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କୁ ମିଳିଥିବା ଉତ୍ତର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି। ତେବେ ଏହି ପାକିସ୍ତାନୀ ବଜାରରେ ଏମିତି କ’ଣ ଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି?

Advertisment

ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭାଇରାଲ ଭିଡିଓ ଘୂରି ବୁଲୁଛି। ଏହି ଭିଡିଓଟି ପାକିସ୍ତାନର ଏକ ଫଳ ବଜାରର ବୋଲି ଜଣାପଡିଛି, ଯେଉଁଠାରେ ଭାରତୀୟ ବ୍ଲଗର ରିଜୱାନ ଦୋକାନୀଙ୍କୁ ଫଳର ମୂଲ୍ୟ ପଚାରୁଛନ୍ତି। ଏହି ଭିଡିଓଟି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, rizwansidravlog ରେ ସେୟାର କରାଯାଇଛି।

ଯେତେବେଳେ ସେ ଦୋକାନୀକୁ କଦଳୀର ମୂଲ୍ୟ ପଚାରନ୍ତି, ଦୋକାନୀ ତାଙ୍କୁ କୁହନ୍ତି ପାକିସ୍ତାନୀ ଟଙ୍କାରେ ବିଭିନ୍ନ ପ୍ରକାରର କଦଳୀର ମୂଲ୍ୟ ପ୍ରତି କିଲୋଗ୍ରାମ ୨୫୦ ରୁ ୪୫୦ଟଙ୍କା କହିଛନ୍ତି। ବ୍ଲଗର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଆଉ ତା’ପରେ ଭଣ୍ଡାର ମୂଲ୍ୟ ପଚାରିବାରୁ କିଲୋଗ୍ରାମ ପ୍ରତି ୪୦୦ ଟଙ୍କା ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି।

Advertisment

ଭିଡିଓରେ ସବୁଠାରୁ ଚର୍ଚ୍ଚିତ ବିଷୟ ହେଉଛି ସେଓ ଏବଂ ଖଜୁରୀର ମୂଲ୍ୟ। ଦୋକାନୀ ସେଓ କିଲୋଗ୍ରାମ ପ୍ରତି ୫୦୦ ଟଙ୍କା କମଳାର ମୂଲ୍ୟ କିଲୋଗ୍ରାମ ପ୍ରତି ୨୫୦ ରୁ ୪୫୦ ଟଙ୍କା ବୋଲି କୁହନ୍ତି। କିନ୍ତୁ, ଖଜୁରୀର ମୂଲ୍ୟ ପଚାରିବାରୁ, ଦୋକାନୀ କିଲୋଗ୍ରାମ ପ୍ରତି ୧୨୦୦ ପାକିସ୍ତାନୀ ଟଙ୍କା ବୋଲି କୁହନ୍ତି।

Pakistan Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ