Advertisment

Nepal Election 2026: GEN Z ବାଛିବେ ନୂଆ ନେତା, ପୁଣି ଫେରିବେ କି କେପି ଓଲି?

ପୁଣି ଫେରିବେ କି କେପି ଓଲି? ନେପାଳରେ ବଦଳିଯିବ କି ସରକାର? GEN Z ବାଛିବେ ନୂଆ ନେତା। ୫ ମାର୍ଚ୍ଚରେ ନେପାଳରେ ସାଧାରଣ ନିର୍ବାଚନ। କେପି ଶର୍ମା ଓଲି ଭରିଲେ ନାମାଙ୍କନ।

Nepal Election 2026

GEN Z ବାଛିବେ ନୂଆ ନେତା, ପୁଣି ଫେରିବେ କି କେପି ଓଲି? Photograph: (OTV)

Advertisment

ନେପାଳରେ ପୁଣି ଥରେ ବଦଳିଯିବ କି ସରକାର? ନା GEN Z ବାଛିବେ ନୂଆ ନେତା? କେପି ଶର୍ମା ଓଲି ପୁଣି ଥରେ ଫେରିବେ କି? ଏଭଳି କିଛି କଳ୍ପନାଜଳ୍ପନା ଜୋର ଧରିଛି। ୫ ମାର୍ଚ୍ଚରେ ନେପାଳର ‘ହାଉସ୍ ଅଫ୍ ରିପ୍ରେଜେନଟିଭସ୍’ ଅର୍ଥାତ ପାର୍ଲାମେଣ୍ଟ ପାଇଁ ନିର୍ବାଚନ ହେବ । ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି।ଏବେ ଯାଏଁ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ସାଢ଼େ ୩ ହଜାରରୁ ଅଧିକ ପ୍ରାର୍ଥୀପତ୍ର ଦାଖଲ ସରିଲାଣି। ‘

Advertisment

ଝାପା’ ସିଟରୁ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନାମାଙ୍କନ ଭରିଛନ୍ତି। ‘ହାଉସ୍ ଅଫ୍ ରିପ୍ରେଜେନଟିଭସ୍’ରେ ଯାହା ସପକ୍ଷରେ ଅଧିକ ପ୍ରତିନିଧି ଥିବେ ସେଇ ଦଳ ସରକାର ଗଠନ କରିବ। ତେଣୁ ଏଥର କିଏ ବାଜି ମାରୁଛି ତା ଉପରେ ନଜର। ଗତବର୍ଷ ନେପାଳରେ କେପି ଓଲିଙ୍କ ବିରୋଧରେ ବିଶାଳ ଜନ ଆକ୍ରୋଶ ହେବା ସହ ତାଙ୍କୁ ଗାଦିଚ୍ୟୁତ କରିଥିଲେ। ଏବେ ସ୍ଥିତି ସୁଧୁରିବା ସହ ଅନ୍ତରୀଣ ସରକାର ପୁଣି ନିର୍ବାଚନ କରାଉଛି।

Politics KP Sharma Oli Nepal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ