Advertisment

New living Goddess: ଦେବୀ ହୋଇଗଲେ ୨ ବର୍ଷର ଶିଶୁ କନ୍ୟା, ଦେଇଥିଲେ ୧୨ଟି ପରୀକ୍ଷା

ନେପାଳରେ କୁମାରୀ ପରମ୍ପରା ଶହ ଶହ ବର୍ଷର ପୁରୁଣା। ଲୋକମାନେ କୁମାରୀ ଦେବୀଙ୍କୁ କାଠମାଣ୍ଡୁର ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଭାବନ୍ତି। ୨ ରୁ ୪ ବର୍ଷର ଶିଶୁ କନ୍ୟାଙ୍କୁ ଜୀବନ୍ତ ଦେବୀ ଭାବେ ଚୟନ କରାଯାଏ।

Nepal-Living-Goddess

Nepal-Living-Goddess Photograph: (OTV)

Advertisment

ଭାରତର ପଡ଼ୋଶୀ ଦେଶ ନେପାଳରେ ବଛାଯାଇଛି ନୂଆ କୁମାରୀ ଦେବୀ। ପ୍ରାଚୀନ ରୀତିନୀତି ଅନୁସାରେ ଏକ ସମାରୋହରେ, ୨ ବର୍ଷ ୮ ମାସର ଆର୍ଯ୍ୟତାରା ଶାକ୍ୟଙ୍କୁ ନେପାଳର ଜୀବନ୍ତ ଦେବୀ ଭାବରେ ଅଭିଷେକ କରାଯାଇଛି।

Advertisment

ନେପାଳରେ କୁମାରୀ ପରମ୍ପରା ଶହ ଶହ ବର୍ଷର ପୁରୁଣା। ଲୋକମାନେ କୁମାରୀ ଦେବୀଙ୍କୁ କାଠମାଣ୍ଡୁର ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଭାବନ୍ତି। ୨ ରୁ ୪ ବର୍ଷର ଶିଶୁ କନ୍ୟାଙ୍କୁ ଜୀବନ୍ତ ଦେବୀ ଭାବେ ଚୟନ କରାଯାଏ। ଏହି ସମୟରେ ପ୍ରାୟ ୧୨ଟି ପରୀକ୍ଷା ଦେବାକୁ ପଡେ। ଚର୍ମ, ଚୁଟି ଆଖି ଏବଂ ଦାନ୍ତ ଆଦି ସୁସ୍ଥ ଆଉ ନିର୍ମଳ ରହିବା ଆବଶ୍ୟକ। ଏହା ସହ ସେ ଅନ୍ଧାରକୁ ନ ଡରୁଥିବା ଉଚିତ୍।

କୁମାରୀ ସବୁବେଳେ ଲାଲ ପୋଷାକ ପିନ୍ଧନ୍ତି, ତାଙ୍କ ଚୁଟିକୁ ବେଣୀ କରନ୍ତି ଏବଂ ତାଙ୍କ କପାଳରେ ଏକ "ତୃତୀୟ ଆଖି" କରାଯାଏ। ଏହି କୁମାରୀ କନ୍ୟା ଜଣେ ଶାକ୍ୟ ବଂଶର ହୋଇଥିବା ଆବଶ୍ୟକ ଏବଂ ବାପାମାଆ ଉଭୟ କାଠମାଣ୍ଡୁର ସ୍ଥାନୀୟ ଶାକ୍ୟ ସମ୍ପ୍ରଦାୟର ହୋଇଥିବା ଜରୁରୀ। ତେବେ ଏହି ଜୀବନ୍ତ ଦେବୀ, ହିନ୍ଦୁ ଏବଂ ବୌଦ୍ଧ ଉଭୟଙ୍କ ଦ୍ୱାରା ପୂଜା ପାଆନ୍ତି।

Advertisment

ଏହି କୁନୀ ଦେବୀଙ୍କ ପାଇଁ ଏକ ସ୍ୱତନ୍ତ୍ର 'କୁମାରୀ ଘର' ବ୍ୟବସ୍ଥା କରାଯାଏ ଯେଉଁଥିରେ କୌଣସି ଆଧୁନିକ ସୁବିଧା ନ ଥାଏ। ଏହି ସମୟରେ, ବାପାମାଆଙ୍କୁ ମଧ୍ୟ ଝିଅକୁ ଭେଟିବାକୁ ଅନୁମତି ଦିଆଯାଏ ନାହିଁ। ସବୁଠାରୁ ବଡ କଥା ହେଲା ସେମାନେ କେବଳ ସେତେବେଳେ ନିଜ ଝିଅକୁ ଦେଖିପାରିବେ ଯେତେବେଳେ କୁମାରୀ ବର୍ଷକୁ ପ୍ରାୟ ୧୩ ଥର ବିଶେଷ କାର୍ଯ୍ୟକ୍ରମରେ ବାହାରକୁ ଆସିବେ।

ଦେବୀ ଭାବେ ଚୟନ ହେବା ପରେ ଆର୍ଯ୍ୟତାରାଙ୍କୁ ତାଙ୍କ ବାପା ତାଙ୍କୁ କାଖେଇ ତାଲେଜୁ ଭବାନୀ ମନ୍ଦିରକୁ ନେଇଆସିଥିଲେ। ଏଠାରେ ଏହି କୁନି ଦେବୀଙ୍କର ଟିକିଏ ଝଲକ ପାଇବା ପାଇଁ ହଜାର ହଜାର ଲୋକଙ୍କ ଲାଗିଥିଲା ଭିଡ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ