Advertisment

One Thousand Free Meal: ଫୁଡ୍ ଡେଲିଭରି ଆପରୁ ଖାଇବା ଅର୍ଡର କରୁଥିଲେ କିନ୍ତୁ ଟଙ୍କା ଦେଉ ନଥିଲେ...ଠକିଥିଲେ ୨୧ ଲକ୍ଷ

ଅପରାଧୀ ଯେତେ ଚାଲାକ ହେଉନା କାହିଁକି, କିଛି ନା କିଛି ଭୁଲ ନିଶ୍ଚୟ କରିଥାଏ। ଏହି ବ୍ୟକ୍ତି ମଧ୍ୟ ସେହି ଭୁଲ କରିଥିଲେ। ତାଙ୍କୁ ଚିହ୍ନିବା କଷ୍ଟକର ଥିଲା କାରଣ ସେ ଅନେକ ପ୍ରିପେଡ୍ ମୋବାଇଲ କାର୍ଡ କିଣିଥିଲେ, ମିଛ ନାମ ଓ ଠିକଣାରେ ଅକାଉଣ୍ଟ ତିଆରି କରିଥିଲେ

FRAUD

FRAUD Photograph: (OTV)

Advertisment

କୁହାଯାଏ ଯଦି କୌଣସି ସିଷ୍ଟମ କିମ୍ବା ଆପ୍‌ରେ ବଗ୍ ଥାଏ, ତେବେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ିଥାଏ। ଏପରି ଏକ ଘଟଣା ଜାପାନରୁ ସାମ୍ନାକୁ ଆସିଛି। ଏଠାରେ ଏକ ଫୁଡ୍ ଡେଲିଭରୀ ଆପ୍ ବେଶ୍ ଚାଲେ, ଯାହାର ନାମ Demae-Can। ଏହାର ଆପ୍‌ରେ ଏକ ବଗ୍ ଥିଲା। ଜାପାନର ନାଗୋୟାରେ ରହୁଥିବା ଜଣେ ବ୍ୟକ୍ତି ଏହି ବଗ୍‌ର ଫାଇଦା ଉଠାଇ କମ୍ପାନୀକୁ ପ୍ରାୟ ୨୧ ଲକ୍ଷ ଟଙ୍କାର କ୍ଷତି ପହଞ୍ଚାଇଥିଲେ। ତେବେ ଆସନ୍ତୁ ଜାଣିବା ଏହି ଜାପାନୀଙ୍କ କାହାଣୀ କ’ଣ?

Advertisment

କାହାଣୀ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ବଗ୍ ଅର୍ଥ କ’ଣ। ସିଧାସଳଖ ଅନୁବାଦ କଲେ ଏହାର ଅର୍ଥ ହେଉଛି କୀଟ। କିନ୍ତୁ ଟେକ୍‌ ଦୁନିଆରେ ଏହି କୀଟ ବହୁତ ମହଙ୍ଗା ପଡ଼ିପାରେ। ବଗ୍‌କୁ ଏପରି ବୁଝନ୍ତୁ, ଯେପରି କୌଣସି ସିଷ୍ଟମରେ ଏକ ଏପରି ଛିଦ୍ର, ଯାହା ଦେଇ ସେହି ଆପ୍‌ରେ ପ୍ରବେଶ କରାଯାଇପାରେ, ଏଥିରେ କିଛି ବି ପରିବର୍ତ୍ତନ କରାଯାଇପାରେ, ଏପରିକି ଏହାକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରାଯାଇପାରେ। ଏହି କାରଣରୁ ନୂଆ ବଗ୍ ଖୋଜିଲେ ଗୁଗଲ୍ ଏବଂ ଅନ୍ୟାନ୍ୟ କମ୍ପାନୀମାନେ ପୁରସ୍କାର ମଧ୍ୟ ଦିଅନ୍ତି। 

ଆପଣ ଦେଖିଥିବେ, ବିଭିନ୍ନ ଆପ୍‌ରେ ସମୟ ସମୟରେ ଅପଡେଟ୍ ଆସେ। କମ୍ପାନୀ ପୁରୁଣା ବଗ୍‌କୁ ଠିକ୍ କରିବା ମାତ୍ରେ ନୂଆ ଅପଡେଟ୍ ଦେଇଥାଏ, ଯାହାଦ୍ୱାରା ଆପ୍ ସୁରକ୍ଷିତ ହୋଇଯାଏ। 

Advertisment

ଦୁଇ ବର୍ଷରେ ୧୦୦୦ରୁ ଅଧିକ ଅର୍ଡର

ଜାପାନର ନାଗୋୟାରେ ତାକୁୟା ହିଗାଶିମୋଟୋ ନାମକ ଜଣେ ବ୍ୟକ୍ତି ରହୁଥିଲେ। ତାଙ୍କୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ଓ ଖାଇବାର ନିଶା ଥିଲା। କିଛି ସମୟ ପର୍ଯ୍ୟନ୍ତ ସେ ଠିକ୍ ଭାବେ ଅର୍ଡର କରୁଥିଲେ। ତା’ପରେ ତାଙ୍କୁ ଏକ ଦୁଷ୍ଟ ବୁଦ୍ଧି ଆସିଲା। ସେ ଭାବିଲେ, ଯେତେବେଳେ ମାଗଣାରେ ଖାଇପାରିବେ, ତେବେ ଟଙ୍କା କାହିଁକି ଦେବେ? ତେଣୁ ସେ ଖାଦ୍ୟ ଅର୍ଡର କଲେ, ଖାଦ୍ୟ ମଧ୍ୟ ପହଞ୍ଚିଲା। ସେ ଖାଦ୍ୟ ଖାଇଲେ ଏବଂ କମ୍ପାନୀକୁ କହିଲେ ଯେ ଖାଦ୍ୟ ତାଙ୍କୁ ପହଞ୍ଚି ନାହିଁ। 

ଫୁଡ୍ ଡେଲିଭରୀ କମ୍ପାନୀମାନେ ନିଜର ସୁନାମ ବଜାୟ ରଖିବା ଓ ଗ୍ରାହକଙ୍କୁ ଅସୁବିଧା ନ ହେବା ପାଇଁ ତୁରନ୍ତ ରିଫଣ୍ଡ ପଠାଇଥାନ୍ତି। ଥରେ ରିଫଣ୍ଡ ମିଳିଲା ପରେ ମିଷ୍ଟର ତାକୁୟାଙ୍କ ବୃଦ୍ଧି ଖରାପ ହୋଇଗଲା। ଏକ ରିପୋର୍ଟ ଅନୁସାରେ, ସେ ଏହି ଉପାୟ ଅନୁସରଣ କରି କମ୍ପାନୀକୁ ଅନେକ ଥର ଠକିଥିଲେ। ଏପରିକି, କମ୍ପାନୀକୁ ସନ୍ଦେହ ନ ହେବା ପାଇଁ ସେ ସେହି ଆପ୍‌ରେ ଆଉ ଏକ ଅକାଉଣ୍ଟ ତିଆରି କରି ସେହି ଖେଳ ପୁନଶ୍ଚ ଆରମ୍ଭ କଲେ। ଡେଲିଭରୀ ପ୍ଲାଟଫର୍ମ ମାଧ୍ୟମରେ କଣ୍ଟାକ୍ଟଲେସ ଡେଲିଭରୀ ବାଛିଲେ, ଅର୍ଥାତ୍ ଡେଲିଭରୀ ବ୍ୟକ୍ତିଙ୍କୁ ନ ଭେଟି ଖାଦ୍ୟ ନେବାର ବିକଳ୍ପ ଚୟନ କରିଥିଲେ। ତା’ପରେ ରିଫଣ୍ଡ ପାଇବା ପାଇଁ ଆପ୍‌ର ମାଧ୍ୟମରେ ମିଛ ଦାବି କରିଥିଲେ ଯେ ଖାଦ୍ୟ ପହଞ୍ଚି ନାହିଁ। ସେ ୩୦ ଜୁଲାଇରେ ଆଉ ଏକ ଚାଲ ଚାଲିଥିଲେ। ସେ ଡେମା-କାନ୍ ଆପ୍‌ରେ ଏକ ନକଲି ନାମ ଓ ଠିକଣା ସହ ଏକ ନୂଆ ଅକାଉଣ୍ଟ ତିଆରି କରିଥିଲେ। ଯଦିଓ ତାଙ୍କ ଅର୍ଡରର ଆଇସକ୍ରିମ, ବେଣ୍ଟୋ ଓ ଚିକେନ ଷ୍ଟେକ୍ ଡେଲିଭର ହୋଇଥିଲା, କିନ୍ତୁ ସେ ଆପ୍‌ର ଚାଟ୍ ଫିଚର ବ୍ୟବହାର କରି ଦାବି କରିଥିଲେ ଯେ ସେଗୁଡ଼ିକ ପହଞ୍ଚି ନାହିଁ, ଏବଂ ଶେଷରେ ସେହି ଦିନ ତାଙ୍କୁ ୧୬,୦୦୦ ୟେନ୍ (ପ୍ରାୟ ୯,୩୦୦ ଟଙ୍କା) ରିଫଣ୍ଡ ମିଳିଥିଲା।

Advertisment

୧୨୪ ଅକାଉଣ୍ଟ ତିଆରି କଲେ, ସବୁ କଲେ, ତଥାପି ଧରାପଡ଼ିଲେ

ଅପରାଧୀ ଯେତେ ଚାଲାକ ହେଉନା କାହିଁକି, କିଛି ନା କିଛି ଭୁଲ ନିଶ୍ଚୟ କରିଥାଏ। ଏହି ବ୍ୟକ୍ତି ମଧ୍ୟ ସେହି ଭୁଲ କରିଥିଲେ। ତାଙ୍କୁ ଚିହ୍ନିବା କଷ୍ଟକର ଥିଲା କାରଣ ସେ ଅନେକ ପ୍ରିପେଡ୍ ମୋବାଇଲ କାର୍ଡ କିଣିଥିଲେ, ମିଛ ନାମ ଓ ଠିକଣାରେ ଅକାଉଣ୍ଟ ତିଆରି କରିଥିଲେ ଏବଂ କାମ ହେବା ପରେ ସେଗୁଡ଼ିକୁ ବନ୍ଦ କରି ଦେଇଥିଲେ। 

ଅଧିକାରୀମାନେ ପ୍ରକାଶ କରିଥିଲେ ଯେ ହିଗାଶିମୋଟୋ ବହୁ ବର୍ଷ ଧରି ବେକାର ଥିଲେ। ସେ ୨୦୨୩ ମସିହା ଅପ୍ରେଲରୁ ତାଙ୍କ ଠକେଇ କାର୍ଯ୍ୟକଳାପ ପାଇଁ ପ୍ଲାଟଫର୍ମରେ ୧୨୪ ଅକାଉଣ୍ଟ ତିଆରି କରିଥିଲେ। ସେ ସାଧାରଣତଃ ସାଇନ୍ ଅପ୍ କରୁଥିଲେ ଏବଂ କିଛି ଦିନ ପରେ ନିଜର ମେମ୍ବରସିପ୍ ରଦ୍ଦ କରି ଦେଉଥିଲେ। 

ପୋଲିସକୁ ଦେଇଥିବା ନିଜର ସ୍ୱୀକାରୋକ୍ତିରେ ସେ କହିଥିଲେ,“ପ୍ରଥମେ, ମୁଁ କେବଳ ଏହି ଉପାୟ ଚେଷ୍ଟା କରିଥିଲି। ପ୍ରଥମ ଥର ରିଫଣ୍ଡ ମିଳିବା ପରେ ମୁଁ ଅଟକି ପାରିଲି ନାହିଁ।” ଏହା ବିଷୟରେ ଜଣାପଡ଼ିବା ପରେ ଫୁଡ୍ ଡେଲିଭରୀ କମ୍ପାନୀ ପରିଚୟ ଓ ମେମ୍ବରସିପ୍ ସମ୍ବନ୍ଧୀୟ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ କାମ ଆରମ୍ଭ କଲା। ପ୍ଲାଟଫର୍ମ କହିଲା ଯେ ସେ ଏହିପରି ଅସ୍ୱାଭାବିକ ଗତିବିଧିକୁ ଚିହ୍ନିବା ଏବଂ ଭବିଷ୍ୟତରେ ଏପରି ଠକେଇକୁ ରୋକିବା ପାଇଁ ଏକ ଆଲର୍ଟ ସିଷ୍ଟମ ଲାଗୁ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ