Advertisment

India US Trade Deal: ‘ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍ ପରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ’

‘ବଢ଼ିବ ରପ୍ତାନୀ, ବଢ଼ିବ ବ୍ୟବସାୟ’। ‘ଆମେରିକା-ଭାରତ ଟ୍ରେଡ୍ ଡିଲ’ ଫାଇଦା ଗଣାଇଲେ ମନ୍ତ୍ରୀ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସୂଚନା। ‘ବାଣିଜ୍ୟ କ୍ଷେତ୍ରରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ’। ‘ଭାରତ-ଆମେରିକା ମଧ୍ୟରେ ବ୍ୟବସାୟ ବୃଦ୍ଧି ହେବ’।

India US Trade Deal

‘ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍ ପରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ’ Photograph: (OTV)

Advertisment

ବଢ଼ିବ ରପ୍ତାନୀ, ବଢ଼ିବ ବ୍ୟବସାୟ। ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍ ପରେ ଭାରତୀୟ ବାଣିଜ୍ୟ କ୍ଷେତ୍ରରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ। ଭାରତ-ଆମେରିକା ମଧ୍ୟରେ ବ୍ୟବସାୟ ବୃଦ୍ଧି ସହ ଦୁଇ ଦେଶର ଅର୍ଥନୈତିକ ସହଯୋଗକୁ ଉତ୍ସାହିତ କରିବ। 

Advertisment

ଏହି ଡିଲ୍ ଦ୍ବାରା ବିଶ୍ୱ ବଜାରରେ ପ୍ରବେଶ କରିବ ଭାରତ। ବିଶେଷ ଭାବେ ଏହାର ସିଧା ଫାଇଦା ବ୍ୟବସାୟ, MSME, କୃଷକ ଓ ମତ୍ସ୍ୟ ବଜାର ଉପରେ ପଡ଼ିବ। ଭାରତୀୟ ଉତ୍ପାଦ ଉପରେ ଶୁଳ୍କ କମିବାରୁ ଟେକ୍ସଟାଇଲ୍, ପ୍ଲାଷ୍ଟିକ୍, ଯନ୍ତ୍ରାଂଶ ଇତ୍ୟାଦି ପାଇଁ ବଜାର ସୁଯୋଗ ସୃଷ୍ଟି ହେବ। ବାଣିଜ୍ୟ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଡିଲ୍ ଭାରତୀୟ କୃଷକ ଓ MSME ଉପରେ କୌଣସି ଖରାପ ପ୍ରଭାବ ପଡ଼ିବେ ନାହିଁ, ଏବଂ ସେମାନଙ୍କର ହିତରେ ବ୍ୟବସ୍ଥା ରଖାଯିବ। 

ଏହି ଡିଲ୍ ଭାରତ-ୟୁଏସ୍ ବ୍ୟବସାୟକୁ ଯୋଡ଼ିବା ସହ ଦୁଇ ଦେଶର ଟେକ୍ନୋଲୋଜି ଓ ବଜାର ସହଯୋଗ ମଧ୍ୟ ବଢ଼ାଇପାରେ।...ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଟାରିଫ୍ କମାଇ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଖାଲି ଏତିକି ନୁହେଁ କିଛି ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ବି ଘୋଷଣା ହୋଇଛି। ସେ ସବୁ ହେଲା ରତ୍ନପଥର ଓ ହୀରା, ଫାର୍ମା ସାମଗ୍ରୀ, ଏୟାରକ୍ରାଫ୍ଟ ସାମଗ୍ରୀ, ସ୍ମାର୍ଟ ଫୋନ୍, ଚା, କଫି, ମସଲା କଦଳୀ, କାଜୁ ଏବଂ ଅନେକ ବେକେରୀ ଜାତୀୟ ସାମଗ୍ରୀ।

Advertisment

  • ‘ବଢ଼ିବ ରପ୍ତାନୀ, ବଢ଼ିବ ବ୍ୟବସାୟ’
  • ‘ଆମେରିକା-ଭାରତ ଟ୍ରେଡ୍ ଡିଲ’ ଫାଇଦା ଗଣାଇଲେ ମନ୍ତ୍ରୀ
  • କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସୂଚନା
  • ‘ବାଣିଜ୍ୟ କ୍ଷେତ୍ରରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ’
  • ‘ଭାରତ-ଆମେରିକା ମଧ୍ୟରେ ବ୍ୟବସାୟ ବୃଦ୍ଧି ହେବ’
  • ‘ଦୁଇ ଦେଶର ଅର୍ଥନୈତିକ ସହଯୋଗକୁ ଉତ୍ସାହିତ କରିବ’
  • ‘ଡିଲ୍ ଦ୍ବାରା ବିଶ୍ୱ ବଜାରରେ ପ୍ରବେଶ କରିବ ଭାରତ’
  • ‘MSME, କୃଷକ ଓ ମତ୍ସ୍ୟ ବଜାର ଉପରେ ସିଧା ଫାଇଦା’
  • ‘ଟେକ୍ସଟାଇଲ୍, ପ୍ଲାଷ୍ଟିକ୍, ଯନ୍ତ୍ରାଂଶ ଶିଳ୍ପ ପାଇଁ ବଜାର ସୃଷ୍ଟି’
Piyush Goyal MSME America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ