India-Slams-Pakistan Photograph: (OTV)
ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଛି ପାକିସ୍ତାନ । ଏପଟେ ଦେଉଛି ମାନବାଧିକାରର ଶିକ୍ଷା । ମିଛ ପ୍ରଚାର କରି ବିଶ୍ୱକୁ ଭ୍ରମିତ କରୁଛି । ଏହାର ଖେଳ ଆଉ କାମ କରିବ ନାହିଁ । ଏମିତି କହି ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ଭାରତୀୟ କୂଟନୀତିଜ୍ଞ ମହମ୍ମଦ ହୁସେନ। ସେ ଜେନେଭାରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦର ୬୦ ତମ ବୈଠକରେ ପାକିସ୍ତାନର ପର୍ଦ୍ଦାଫାସ କରିଛନ୍ତି।
ବର୍ତ୍ତମାନ POKରେ ଅଶାନ୍ତି ରହିଛି। ପାକିସ୍ତାନ ସରକାର ବିଦ୍ରୋହକୁ ଦମନ କରିବା ପାଇଁ ନରସଂହାର କରୁଛି। ଏହା ସତ୍ତ୍ୱେ, ପାକିସ୍ତାନ ଏବେ ବି ଜାତିସଂଘ ମାନବାଧିକାର ପରିଷଦରେ ମାନବାଧିକାରକୁ ନେଇ ଜ୍ଞାନ ଦେଉଛି। ଏହାକୁ ନେଇ ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ।
ମହମ୍ମଦ ହୁସେନ କହିଛନ୍ତି, "ଏହା ଏକ ବଡ଼ ବିଡ଼ମ୍ବନା ଯେ ସଂଖ୍ୟାଲଘୁମାନଙ୍କୁ ଅତ୍ୟାଚାର କରୁଥିବା ଏକ ଦେଶ ଅନ୍ୟମାନଙ୍କୁ ମାନବାଧିକାର ବିଷୟରେ ଶିକ୍ଷା ଦେବାକୁ ସାହସ କରୁଛି।"
ଭାରତ କଡା ଜବାବ ଦେଇ କହିଛି ଯେ ମିଛ ପ୍ରଚାର କରିବା ବଦଳରେ, ନିଜ ଘରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସାମ୍ନା କରୁ ପାକିସ୍ତାନ।
ଏଭଳି ଟାର୍ଗେଟ୍, ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ଲଗାତର ମିଛ ଅଭିଯୋଗର ମୁକାବିଲା କରିବା ପାଇଁ ଭାରତର ବ୍ୟାପକ ରଣନୀତିର ଏକ ଅଂଶ। ଭାରତ ସମେତ ଅନ୍ୟ ଦେଶମାନେ ମଧ୍ୟ ପାକିସ୍ତାନର ମାନବାଧିକାର ଉଲ୍ଲଂଘନ ପ୍ରତି କଡା ଇଙ୍ଗିତ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/03/india-slams-pakistan-2025-10-03-14-14-39.jpg)