Exhibition Photograph: (OTV)
ଭାରତ ତଥା ଓଡ଼ିଶାର ଅଗ୍ରଣୀ FMCG ବ୍ରାଣ୍ଡ ବିଶ୍ୱେଶ୍ୱର ଫୁଡ୍ସ୍ ପ୍ରାଇଭେଟ୍ ଲିମିଟେଡ୍ (FarrmB) ଗଲ୍ଫ୍ ଫୁଡ୍ 2026ରେ ଅଂଶଗ୍ରହଣ କରିଛି । ଏହା 26 ଜାନୁଆରୀରୁ 30 ଜାନୁଆରୀ 2026 ପର୍ଯ୍ୟନ୍ତ ଦୁବାଇରେ ଆୟୋଜିତ ହେଉଛି।
ଏହି ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ବିଶ୍ୱର ବିଭିନ୍ନ ଦେଶର ଖାଦ୍ୟ ଉତ୍ପାଦକ, କ୍ରେତା ଓ ବ୍ୟାବସାୟିକ ପ୍ରତିନିଧିମାନେ ଯୋଗ ଦେଉଛନ୍ତି। FarrmBର ଅଂଶଗ୍ରହଣକୁ ନିର୍ଦ୍ଦେଶିକା ରଶ୍ମି ସାହୁ ନେତୃତ୍ୱ ନେଉଛନ୍ତି।
ସ୍ଥାନ ପାଇଛି ଏଇସବୁ ପ୍ରଡକ୍ଟ
ଗଲ୍ଫ୍ ଫୁଡ୍ 2026ରେ FarrmB ଦେଶୀ ସତ୍ତୁ (ଛତୁଆ), ମଲ୍ଟିଗ୍ରେନ୍ ସତ୍ତୁ, ବିଭିନ୍ନ ପ୍ରକାରର କୁକିଜ୍, ଦଲିଆ, ଓଟ୍ସ, ମ୍ୟୁସ୍ଲି ଓ କ୍ରଞ୍ଚି ଚକୋବାଇଟ୍ସ ସହିତ ପୋଷଣମୟ ଆଗ୍ରୋ-ଭିତ୍ତିକ ଖାଦ୍ୟ ଉତ୍ପାଦ ପ୍ରଦର୍ଶନ କରୁଛି।
ଏହି ଅଂଶଗ୍ରହଣ ମାଧ୍ୟମରେ FarrmB ଅନ୍ତର୍ଜାତୀୟ କ୍ରେତାମାନଙ୍କ ସହ ସଂଯୋଗ ସୃଷ୍ଟି, ରପ୍ତାନି ସୁଯୋଗ ଅନ୍ୱେଷଣ ଓ ବ୍ୟାବସାୟିକ ସହଯୋଗ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏହା FarrmBର ବିଶ୍ୱ ବଜାର ବିସ୍ତାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
/filters:format(webp)/odishatv-khabar/media/media_files/2026/01/27/farrmb-2026-01-27-12-49-23.jpeg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/exhibition-2026-01-27-13-08-18.jpg)