Bangladesh Photograph: (OTV)
ନିସ୍ତୁକ ପିଟିଲେ, ଛୁରୀ ଭୁସିଲେ, ଆଉ ତା' ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ଓଃ ! କେତେ ବର୍ବର, ଜଘନ୍ୟ କାଣ୍ଡ... ଭାବିଲା ବେଳକୁ ବି ଛାତି ଥରିଯାଉଛି । ହିନ୍ଦୁଙ୍କ ଉପରେ ଆଉ କେତେ ଅତ୍ୟାଚାର ?
ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବର୍ବରତା ସବୁ ସୀମା ଡେଇଁଯାଇଛି ବାଂଲାଦେଶରେ । ବୁଧବାର ରାତିରେ ଖୋକନ ଚନ୍ଦ୍ର ଦାସ ନାମକ ଆଉ ଜଣେ ହିନ୍ଦୁ ହିଂସାକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଖୋକନ ଚନ୍ଦ୍ର ଜଣେ ବ୍ୟବସାୟୀ । ଶରିୟାତପୁର ଜିଲ୍ଲା କେଉରଭଙ୍ଗା ବଜାରରେ ତାଙ୍କର ଔଷଧ ଦୋକାନ ରହିଛି । ବୁଧବାର ରାତି ପ୍ରାୟ ୯ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଅଧା ବାଟରେ କିଛି ହିଂସାକାରୀ ତାଙ୍କୁ ଆକ୍ରମଣ କରିଥିଲେ । ନିସ୍ତୁକ ଭାବେ ମାଡ଼ ମାରିବା ସହ ପେଟରେ ଛୁରୀ ଭୁସି ଦେଇଥିଲେ । ଏତିକିରେ ମନ ମାନିଲାନି ଯେ, ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ଖୋକନ ଜୀବନ ବିକଳରେ ଜଳନ୍ତା ଅବସ୍ଥାରେ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଶରିୟତପୁର ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏଥିରେ ଖୋକନଙ୍କ ଜୀବନ ବଞ୍ଚି ଯାଇଥିଲେ ବି ତାଙ୍କର ଅବସ୍ଥା ଖୁବ୍ ସଂକଟାପନ୍ନ ଥିବା ଜଣାପଡିଛି । ହସ୍ପିଟାଲ ବେଡ୍ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେ ।
ଗଛରେ ଟାଙ୍ଗି ଜଳାଇ ଦେଇଥିଲେ
ଦୁଇ ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଏହା ଚତୁର୍ଥ ଆକ୍ରମଣ । ପୂର୍ବରୁ ହିଂସାକାରୀ ଦୀପୁଚନ୍ଦ୍ର ଦାସଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ପିଟି ପିଟି ମାରିବା ପରେ ଗଛରେ ଟାଙ୍ଗି ଜଳାଇ ଦେଇଥିଲେ । ପରେ ଅମ୍ରିତ ମଣ୍ଡଳ ଓ ବଜେନ୍ଦ୍ର ବିଶ୍ବାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଏପରିକି ବାଂଲାଦେଶରେ ହିନ୍ଦୁମାନେ ନିଜ ଘରେ ବି ଆଉ ସୁରକ୍ଷିତ ନାହାନ୍ତି । ହିନ୍ଦୁ ପରିବାର ଶୋଇଥିବା ଅବସ୍ଥାରେ ତାଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି ହିଂସାକାରୀ ।
ବାଂଲାଦେଶରେ ଭାରତ ବିରୋଧୀ ଛାତ୍ରନେତା ଓସମାନ ହାଦିକୁ ହତ୍ୟା ପରଠୁ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବର୍ବର ଆକ୍ରମଣର ଘଟଣା ଦିନକୁ ଦିନ ବୃଦ୍ଧି ପାଇଛି । ସେଠି ହିନ୍ଦୁଙ୍କ ଜୀବନ ଯେମିତି ନର୍କ ପାଲଟିଯାଇଛି । ଯାହା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/bangladesh-2026-01-02-15-02-01.jpg)