Indian Cricketers Appeal to Pakistan Photograph: (OTV)
ଶତ୍ରୁଦେଶର ମିତ୍ର ପାଇଁ କାନ୍ଦିଲେ କ୍ରିକେଟର । ଇମ୍ରାନ ଖାନ୍ଙ୍କ ପାଇଁ ଚିଠି ଲେଖିଲେ ଗାଭାସ୍କର, କପିଳଦେବ । ଶତ୍ରୁ ଦେଶ ନିକଟକୁ ପଠାଇଲା ସ୍ନେହ ଭରା ପତ୍ର । ଇମ୍ରାନଙ୍କ ଚିକିତ୍ସା ଦାବି କଲେ ଭାରତୀୟ କ୍ରିକେଟର । ସ୍ବାଧୀନତା ଦିବସ ହେଉ କି ଗଣତନ୍ତ୍ର ଦିବସ ।
ପ୍ରତ୍ୟେକଟି ନାଗରିକ କହେ ‘ମେରା ଦେଶ୍ ମହାନ୍’ । ସତରେ ଆମ ଭାରତ ମା’ର ସନ୍ତାନଙ୍କ ଚିନ୍ତାଧାରା କେତେ ଊର୍ଦ୍ଧ୍ବରେ ଏ ଚିଠି ହିଁ ବୟାନ କରୁଛି । ଜେଲରେ ବନ୍ଦୀ ଅଛନ୍ତି ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା EX ପ୍ରାଇମିନିଷ୍ଟର ଇମ୍ରାନ ଖାନ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି ।
ଦୁଇ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଇମ୍ରାନଙ୍କ ସ୍ବାସ୍ଥ୍ୟ ଧୀରେ ଧୀରେ ବିଗୁଡୁଛି । ତାଙ୍କ ଡାହାଣ ଆଖିରେ ମାତ୍ର ୧୫ ପ୍ରତିଶତ ଦୃଷ୍ଟିଶକ୍ତି ଥିବା କୁହାଯାଉଛି । ଏମିତି ଆହୁରି ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଇମ୍ରାନ ।
ତେଣୁ ଯଥାଶୀଘ୍ର ଇମ୍ରାନଙ୍କ ଚିକିତ୍ସା ପାଇଁ ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଛନ୍ତି ଭାରତ ସମେତ ବିଭନ୍ନ ଦେଶର ୧୪ ଜଣ ପୂର୍ବତନ କ୍ରିକେଟ ଅଧିନାୟକ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଜେଲରେ ଥିବା ଇମ୍ରାନ ଖାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେମାନେ ଚିଠି ମାଧ୍ୟମରେ ଜଣାଇଛନ୍ତି ।
୮୦୦ରୁ ଅଧିକ ଦିନ ଇମ୍ରାନ ଜେଲରେ ଥିବାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ପ୍ରଥମେ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ ତାଙ୍କ ସ୍ୱାସ୍ଥ୍ୟା ଖରାପ ଥିବା କଥା କହି ସ୍ୱର ଉଠାଇଥିଲେ । ଆଉ ତାଙ୍କ ଓକିଲ ବି ବଡ଼ ଯୁକ୍ତି ବାଢ଼ିଥିଲେ ।
ବର୍ତ୍ତମାନ ସୁନୀଲ ଗାଭାସ୍କର ଏବଂ କପିଲ ଦେବଙ୍କ ସମେତ ୧୪ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି, ‘ଆମେମାନେ ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ। ପାକିସ୍ତାନର ଜଣେ ପୂର୍ବତନ ଅଧିନାୟକ ଏବଂ ବିଶ୍ୱ କ୍ରିକେଟର ଜଣେ ମହାନ ଖେଳାଳି ହେଉଛନ୍ତି ଇମ୍ରାନ ଖାନ ।
ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ଚିକିତ୍ସା କଥାକୁ ନେଇ ଆମେ ଚିନ୍ତିତ । ଖେଳ ପ୍ରତି ଇମ୍ରାନ ଖାନଙ୍କ ଅବଦାନ ବିଶ୍ୱବ୍ୟାପୀ ପ୍ରଶଂସିତ । ଅଧିନାୟକ ଭାବରେ, ସେ ୧୯୯୨ ବିଶ୍ବକପରେ ପାକିସ୍ତାନକୁ ଐତିହାସିକ ବିଜୟ ଦେଇଥିଲେ ।
ଏଥି ସହିତ ଅଧିନାୟକ ମାନେ ଆହୁରି ଲେଖିଛନ୍ତି, ଖେଳ ପ୍ରତି ତାଙ୍କର ଭଲପାଇବା ଏବଂ ଦୃଢ଼ ନେତୃତ୍ୱ ଯୋଗୁଁ ପାକିସ୍ତାନ ୧୯୯୨ ବିଶ୍ବକପରେ ଐତିହାସିକ ବିଜୟ ହାସଲ କରିବା ସମ୍ଭବ ହୋଇଥିଲା । ତାଙ୍କର ଏହି କାର୍ଯ୍ୟ ସାରା ବିଶ୍ୱରେ ଏକ ନୂତନ ପିଢ଼ିକୁ ପ୍ରେରଣା ଦେଇଥିଲା । ସେ କ୍ରିକେଟର ଜଣେ ମହାନ ଅଲରାଉଣ୍ଡର, ସମସ୍ତଙ୍କ ଦ୍ୱାରା ସମ୍ମାନିତ । କ୍ରିକେଟ ବ୍ୟତୀତ, ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ପାକିସ୍ତାନର ସେବା କରିଥିଲେ ।
ତା’ ଛଡ଼ା ପାକିସ୍ତାନର ସଂକଟ ସମୟରେ ସେ ମାର୍ଗଦର୍ଶନ କରିଥିଲେ ବୋଲି ଚିଠିରେ ଲେଖାଯାଇଛି । ତା’ ସହ ଅଧିନାୟକ ମାନେ ଆହୁରି ଲେଖିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆମେ ପାଇଥିବା ଖବର ଆମକୁ କଷ୍ଟ ଦେଇଛି । ଆମେ ଚାହୁଁଛୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱସ୍ତରୀୟ କ୍ରୀଡା ଆଇକନଙ୍କ ସହ ଜେଲରେ ଭଲ ବ୍ୟବହାର କରାଯିବା ଉଚିତ ।
ଇମ୍ରାନ୍ ଖାନଙ୍କ ପ୍ରତି ପୂର୍ବତନ କ୍ରିକେଟର ବା ପୂର୍ବତନ ଅଧିନାୟକ ମାନଙ୍କ ଏହି ସମ୍ମାନ ଓ ସ୍ନେହ ଭରା ଚିଠିକୁ ନେଇ ସବୁଠି ଏବେ ଚାର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି, ଭାରତ ପ୍ରତି ବାରମ୍ବାର ଆତଙ୍କବାଦ ପନ୍ଥା ଅପଣାଇଥିବା ପାକିସ୍ତାନ ଏବଂ ଏହାର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଭାରତୀୟ କ୍ରିକେଟରଙ୍କ ଏପରି ମନୋଭାବ ଭାରତକୁ ସାରା ବିଶ୍ବରେ ଆହୁରି ମର୍ଯ୍ୟାଦାବନ୍ତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/indian-cricketers-appeal-to-pakistan-2026-02-19-13-55-41.jpg)