Advertisment

Journalist Dead: ସାମ୍ବାଦିକଙ୍କୁ ଅଫିସ ଆଗରେ ହତ୍ୟା, ୪ ଆତଙ୍କବାଦୀ ଗିରଫ

କରାଚୀର ମାଲିର ଅଞ୍ଚଳରେ ଟେଲିଭିଜନ୍ ଚ୍ୟାନେଲ କାର୍ଯ୍ୟାଳୟ ବାହାରକୁ ବାହାରିବା ସମୟରେ ୨୧ ସେପ୍ଟେମ୍ବରରେ ସାମ୍ବାଦିକ ତଥା ଆଙ୍କର ଇମ୍ତିୟାଜ ମୀରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା ଅଭିଯୋଗରେ ଚାରି ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

DEATH

DEATH Photograph: (OTV)

Advertisment

କରାଚୀରେ ଟେଲିଭିଜନ୍ ଚ୍ୟାନେଲରେ ଇସ୍ରାଏଲର ସମର୍ଥନରେ ମନ୍ତବ୍ୟ ଦେଇଥିବା ଜଣେ ସାମ୍ବାଦିକଙ୍କୁ ଚରମପନ୍ଥୀ ଇସଲାମୀ ଗୋଷ୍ଠୀର କର୍ମୀମାନେ ହତ୍ୟା କରିଛନ୍ତି। ସିନ୍ଧ ପ୍ରଦେଶର ଗୃହ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Advertisment

କରାଚୀର ମାଲିର ଅଞ୍ଚଳରେ ଟେଲିଭିଜନ୍ ଚ୍ୟାନେଲ କାର୍ଯ୍ୟାଳୟ ବାହାରକୁ ବାହାରିବା ସମୟରେ ୨୧ ସେପ୍ଟେମ୍ବରରେ ସାମ୍ବାଦିକ ତଥା ଆଙ୍କର ଇମ୍ତିୟାଜ ମୀରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା ଅଭିଯୋଗରେ ଚାରି ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ଗୃହ ମନ୍ତ୍ରୀ ଜିୟାଉଲ ହସନ ଲଞ୍ଜହର ସୋମବାର ଦାବି କରିଛନ୍ତି ଯେ ହତ୍ୟାକାରୀମାନେ ସାମ୍ବାଦିକ ମୀରଙ୍କୁ ଇସ୍ରାଏଲର କଥିତ ସମର୍ଥକ ମାନୁଥିଲେ ଏବଂ ଏହି ସମର୍ଥନ ସମ୍ବନ୍ଧୀୟ ମନ୍ତବ୍ୟ କାରଣରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।

Advertisment

ସିନ୍ଧ ପୁଲିସର ମହାନିରୀକ୍ଷକ (ଆଇଜିପି) ଗୁଲାମ ନବୀ ମେମନ ଏବଂ ସହରର ପୁଲିସ ପ୍ରମୁଖ ଜାଭେଦ ଆଲମ ଓଧୋ ମିଡିଆକୁ କହିଛନ୍ତି ଯେ ଗିରଫ ହୋଇଥିବା ଚାରି ବ୍ୟକ୍ତି ପାକିସ୍ତାନ ବାହାରେ ରହୁଥିବା ନିଜର ବସର ନିର୍ଦ୍ଦେଶରେ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି।

ମେମନ କୌଣସି ଦେଶର ନାମ ନନେଇ କହିଥିଲେ ‘ଗିରଫ ହୋଇଥିବା ସନ୍ଦିଗ୍ଧ ମାନେ ଶିକ୍ଷିତ ବ୍ୟକ୍ତି ଏବଂ ସେମାନଙ୍କର ବସ୍ ପଡ଼ୋଶୀ ଦେଶରେ ରହୁଛନ୍ତି।’ ଗିରଫ ଆତଙ୍କୀ ହେଲେ ଅଜଲାଲ ଜୈଦୀ, ଶହାବ ଅସଗର, ଅହସାନ ଆବ୍ବାସ ଏବଂ ଫରାଜ ଅହମଦ। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ