Advertisment

Youth Displays Courage Despite Being Unarmed: ବର୍ଷୁଥିଲା ଧମାଧମ ଗୁଳି, ଖାଲି ହାତରେ ସାହସ ଦେଖାଇଲେ ଯୁବକ

ବର୍ଷୁଥିଲା ଧମାଧମ ଗୁଳି। ସାହସ ଦେଖାଇଲେ ଯୁବକ। ପଛ ପଟୁ ଦୌଡିଆସି ସୁଟରଙ୍କୁ ମାଡିବସିଲେ। ଛାଡାଇନେଲେ ରାଇଫଲ୍, ତଳେ ପକାଇ ଦେଖାଇଲେ ବନ୍ଧୁକ। ଟଳିଗଲା ବଡ ବିପଦ, ବଞ୍ଚିଗଲା ଅନେକ ଜୀବନ।

Courage

Courage Photograph: (OTV)

Advertisment

ସନ୍ଧ୍ୟା ବେଳ ସମୁଦ୍ରକୂଳ । ଇହୁଦୀ ସମ୍ପ୍ରଦାୟ ହାନୁକ୍କା ପର୍ବ ପାଳନ କରୁଥିଲା ଆଉ ଏହା ଥିଲା ପ୍ରଥମ ସନ୍ଧ୍ୟା। ଜମା ହୋଇଥିଲେ ୨୦୦୦ ରୁ ଅଧିକ ଲୋକ। ଏହି ଭିଡ଼ ଭିତରେ ହୋଇଥିଲା ଆକ୍ରମଣ। ଗର୍ଜିଥିଲା ୫୦ ଗୁଳି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।

Advertisment

ଏହି ଆଖିବୁଜା ଗୁଳି ବର୍ଷଣ ପରେ ବହୁ ସଂଖ୍ୟକ ପୋଲିସ ଗାଡ଼ି ପହଞ୍ଚିଥିଲା ଆଉ ସଚେତନ କରିବା ବେଳେ ଶହ ଶହ ଲୋକ ଜୀବନ ଭୟରେ ବେଳାଭୂମିରୁ ଦୌଡ଼ି ପଳାଇ ଯାଉଥିବା ଦେଖାଯାଇଥିଲା।

ଏହି ଆକ୍ରମଣର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦେଖାଯାଉଛି ଯେ କଳା ପୋଷାକ ପିନ୍ଧିଥିବା ଦୁଇ ଜଣ ଆକ୍ରମଣକାରୀ ଆଖିବୁଜା ଗୁଳି ଚଳାଉଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ପାର୍କିଂ ହୋଇଥିବା କାର ପଛରେ ଥିଲେ। ସେ ନିଜ ଜୀବନକୁ ପାଣି ଛଡାଇ ପଛରୁ ଦୌଡି ଆସୁଛନ୍ତି ଆଉ ଜଣେ ଆକ୍ରମଣକାରୀଙ୍କୁ ମାଡି ବସିବା ସହିତ ତା’ର ବନ୍ଧୁକଟିକୁ ଛଡାଇ ନେଉଛନ୍ତି।
 

Advertisment

କାବୁ ହୋଇଗଲା ଆକ୍ରମଣକାରୀ

ସେ ତାଙ୍କୁ ଘଉଡେଇ ନେଇଯାଉଥିବା ବେଳେ ଏକ ପୋଲ ଉପରୁ ଆଉ ଜଣେ ଗୁଳି ମାରୁଥିବା ଦେଖିବାକୁ ମିଳେ। ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ସୁରକ୍ଷା ଦେଇଥିଲା ଆଉ ଆକ୍ରମଣକାରୀଙ୍କୁ କାବୁ କରିଥିଲା। 

ରିପୋର୍ଟ ଅନୁସାରେ ରବିବାର ସନ୍ଧ୍ୟାରେ ସିଡନୀର ବଣ୍ଡି ବିଚ୍‌ରେ ହେଉଥିବା ହାନୁକ୍କା ପର୍ବରେ ଏହି ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ତେବେ ଏହି ଘଟଣା ସମୟରେ ପୋଲିସ ପହଞ୍ଚିବା ପୂର୍ବରୁ ସେହି ବ୍ୟକ୍ତି ଯଦି ଜଣେ ସୁଟରଙ୍କୁ କାବୁ କରି ନଥାନ୍ତେ ତେବେ କଣ ଯେ ହୋଇଥାନ୍ତା!

Advertisment

ତାଙ୍କର ଏହି ସାହସିକତା ପାଇଁ ସେ ଏବେ ସୋସିଆଲ ମିଡିଆରେ ହୀରୋ ହୋଇଯାଇଛନ୍ତି। ପରେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ, ଅନ୍ୟ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି।

Firing Terrorist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ