Advertisment

Bangladesh Cricket Controversy: ଭାରତ ସହ ପଙ୍ଗା, ବିଦାହେଲେ ବାଙ୍ଗଲାଦେଶୀ

ଭାରତ ସହ ପଙ୍ଗା ପଡ଼ିଗଲା ଭାରି। ବିଦା ହେଲେ ବାଙ୍ଗଲାଦେଶ କ୍ରିକେଟ୍ ବୋର୍ଡ ନିର୍ଦ୍ଦେଶକ। ସଫଳ ହେଲା ବାଂଲାଦେଶୀ ଖେଳାଳିଙ୍କ ଆନ୍ଦୋଳନ। ଖେଳାଳିଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଛି ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି।

Bangladesh Cricket Controversy
Advertisment

ଖେଳାଳିଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଛି ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି। ନିଜ ଦେଶର ଖେଳାଳିଙ୍କୁ ଭାରତର ଏଜେଣ୍ଟ କହିବା ପଡିଛି ଭାରି। ବିସିବି ନିର୍ଦ୍ଦେଶକ ଏମ ନଜମୁଲ ଇସଲାମଙ୍କୁ ନିର୍ଦ୍ଦେଶକ ପଦରୁ ବହିଷ୍କାର କରିଛି ବିସିବି। ଏଥିସହ ଅର୍ଥ କମିଟି ଅଧ୍ୟକ୍ଷ ସମେତ ସମସ୍ତ ପଦରୁ ମୁକ୍ତ କରିଛି। ଏଥିପାଇଁ ଗୁରୁବାର ବିସିବି ଜରୁରୀ ବୈଠକ ଡାକିଥିଲା। ପରେ ନଜମୁଲଙ୍କୁ ନିର୍ଦ୍ଦେଶକ ପଦରୁ ବହିଷ୍କାର କରିଥିଲା ବିସିବି। 

Advertisment

ବିଶ୍ୱକପ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ ଟିମ ଭାରତ ଗସ୍ତ କରିବ ନାହିଁ ଓ ଏହା ଦ୍ୱାରା ଖେଳାଳିଙ୍କୁ ମିଳୁବାକୁ ଥିବା ପ୍ରାପ୍ୟ ବାଂଲାଦେଶ ଦେବ ନାହିଁ ବୋଲି ଅତ୍ୟନ୍ତ ବିବାଦୀୟ ଢଙ୍ଗରେ କହିଥିଲେ ନଜମୁଲ। ସେହିପରି BCB ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ମନା କରିଥିଲେ ହେଁ ଏହା ଉପରେ ବିଚାର କରିବାକୁ ପୂର୍ବତନ ଅଧିନାୟକ ତାମିମ ଇକବାଲ ପ୍ରସ୍ତାବ ଦେଇଥିଲେ। ତାଙ୍କୁ ମଧ୍ୟ ନଜମୁଲ ଭାରତୀୟ ଏଜେଣ୍ଟ କହି ସମାଲୋଚନା କରିଥିଲେ। 

ନଜମୁଲ ବାଂଲାଦେଶ କ୍ରିକେଟ ବୋର୍ଡ ଖେଳାଳିଙ୍କୁ କ୍ଷତିପୂରଣ ଦାବି ବିଚାର ପ୍ରଶ୍ନକୁ ମଧ୍ୟ ଖାରଜ କରିଥିଲେ। ଏଥିପାଇଁ ଖେଳାଳିଙ୍କ କଲ୍ୟାଣ ପାଇଁ ଗଠନ ଆସୋସିଏସନ ପକ୍ଷରୁ ନଜମୁଲଙ୍କ ଇସ୍ତଫା ଦାବି କରିଥିଲା। ବିପିଏଲରେ ଖେଳା ଯିବାକୁ ଥିବା ବେଳେ କ୍ରିକେଟରମାନେ ମ୍ୟାଚ ବୟକଟର ଆହ୍ୱାନ ଦେଇଥିଲେ। ସ୍ଥାନୀୟ ସମୟ ଦିନ ୧ଟାରେ ମ୍ୟାଚ୍‌ ଖେଳା ଯିବାକୁ ଥିବା ବେଳେ ଦୁଇ ଦଳ ଖେଳାଳି ଷ୍ଟାଡିୟମକୁ ଆସି ନଥିଲେ। ଏଥିଯୋଗୁ ମ୍ୟାଚ ବାତିଲ ହୋଇଥିଲା। ଖେଳାଳିମାନେ ନଜମୁଲଙ୍କ ଇସ୍ତଫା ଜିଦରେ ଅଟଳ ରହିଥିଲେ। ଖେଳାଳିଙ୍କ ଜିଦ ଯୋଗୁ ବିସିବି ନଜମୁଲଙ୍କୁ ବହିଷ୍କାର କରିଛି । 

Advertisment
Controversy Bangladesh Cricket Team Bangladesh Bangladesh Cricket Board
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ