Advertisment

Hong Kong fire : ହୁତୁ ହୁତୁ ଜଳିଗଲା ସୁଉଚ୍ଚ ଆପାର୍ଟମେଣ୍ଟ, ଜୀବନ୍ତ ଜଳିଗଲେ ୪୪ ଜଣ

ହଂକଂର ତାଇ ପୋ ଜିଲ୍ଲାରେ ଏକ ୩୧ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୪ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ଅଛନ୍ତି । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଅନ୍ୟପଟେ ୩୦୦ ଜଣ ନିଖୋଜ ଅଛନ୍ତି। ଆହତ ଏବଂ ପ୍ରଭାବିତଙ୍କ ପାଇଁ ଏକ ହେଲ୍ପଲାଇନ୍ ଜାରି କରାଯାଇଛି।

fire-a1
Advertisment

ହୁତୁ ହୁତୁ ଜଳିଗଲା ସୁଉଚ୍ଚ ଆପାର୍ଟମେଣ୍ଟ। ଜୀବନ୍ତ ଜଳିଗଲେ ୪୪ ଜଣ। ଚାହୁଁଚାହୁଁ ଜଳିଗଲା ୭ଟି ଆପାର୍ଟମେଣ୍ଟ । ହଂକଂରେ ହୋଇଛି ଏହି ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ଅନେକ ଲୋକ ଫସିଥିବା ସୂଚନା ମିଳିଛି । ସେହିପରି ଆପାର୍ଟମେଣ୍ଟରୁ ପ୍ରାୟ ୭୦୦ ଜଣଙ୍କୁ ଉଦ୍ଧାର କରି ଅସ୍ଥାୟୀ ସେଲଟରକୁ ପଠାଯାଇଛି। ରେସକ୍ୟୁ ଅପରେସନରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ଓ ପୋଲିସ।

Advertisment

ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ ଦେଖିଲେ ଛାତି ଥରି ଉଠିବ, ଲୋମ ଟାଙ୍କୁରି ଉଠିବ। ଆକାଶକୁ ଛୁଇଁଲା ଭଳି ନିଆଁର ତାଉ ସାଙ୍ଗକୁ ପ୍ରବଳ ଧୂଆଁରେ ଚାରିଆଡ଼େ ହାହାକାର ସ୍ଥିତି। ପାଖକୁ ପାଖ ଲାଗି ଥିବା ୮ଟି ବିଲଡିଂକୁ ବ୍ୟାପିଥିଲା ନିଆଁ। ଯେଉଁଥିରେ ପ୍ରାୟ ୨୦୦୦ ଫ୍ଲାଟ ରହିଛି। ନିଆଁ ଲିଭା କାମରେ ୧୨୮ଟି ଫାୟାର ଟ୍ରକ୍ ଓ ୭୬୭ ଫାୟାର ଫାଇଟର ଲାଗିଛନ୍ତି। ଘଟଣାସ୍ଥଳରେ ୫୭ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି। ତେବେ କେମିତି ନିଆଁ ଲାଗିଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ବାଉଁଶ ଓ ଜରି ପାଲ ପାଇଁ ନିଆଁ ଗୋଟିଏ ଆପାର୍ଟମେଣ୍ଟରୁ ଅନ୍ୟ ଆପାର୍ଟମେଣ୍ଟକୁ ବ୍ୟାପିଥିଲା।

ହଂକଂ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଇ ପୋ ଜିଲ୍ଲା ଚୀନ୍ ଆର୍ଥିକ କେନ୍ଦ୍ରର ଉତ୍ତର ଭାଗରେ ଅବସ୍ଥିତ। ଅଗ୍ନିକାଣ୍ଡ ସ୍ଥାନରେ ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଉପସ୍ଥିତ ଥିଲା। ଦିନ ପ୍ରାୟ ୧ଟା ବେଳେ ନିଆଁ ଲାଗିଥିଲା। ସ୍ଥାନୀୟ ସମୟ ରାତି ୯ଟା ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିଥିଲା। ଘଟଣାସ୍ଥଳର ଭିଡିଓରେ ଦେଖାଯାଉଛି ଯେ କୋଠାର ଉପର ଭାଗରୁ ଘନ କଳା ଧୂଆଁ ବାହାରୁଛି ଏବଂ ଅଗ୍ନିଶମ କର୍ମଚାରୀମାନେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସିଡ଼ି ଏବଂ କ୍ରେନ୍ ବ୍ୟବହାର କରୁଛନ୍ତି। ଅନେକ ଲୋକ ଝରକା ପଟୁ ସାହାଯ୍ୟ ପାଇଁ ନିବେଦନ କରୁଥିବାର ଦେଖାଯାଇଛି।

Advertisment
Hong Kong
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ