Advertisment

Missiles Pound Kyiv: ଭୀଷଣ ଯୁଦ୍ଧ, ଅନ୍ଧାର ହୋଇଗଲା କିଭ୍ ...ମିସାଇଲ ମାଡରେ ଛାର୍‌ଖାର୍‌ ୟୁକ୍ରେନ ରାଜଧାନୀ

୧୨ ଘଣ୍ଟାର ପ୍ରଚଣ୍ଡ ଆଟାକ୍‌ । ଘନ ଘନ ଡ୍ରୋନ, ମିସାଇଲ ମାଡ... ଭୀଷଣ ଯୁଦ୍ଧ, ଅନ୍ଧାର ହୋଇଗଲା କିଭ୍ । ୬୦୦ ଡ୍ରୋନ, ମିସାଇଲ ମାଡରେ ଛାର୍‌ଖାର୍‌ ୟୁକ୍ରେନ ରାଜଧାନୀ । ପୁଣି ରକ୍ତମୁଖା ଋଷିଆ ସେନା । ରବିବାର ରାତିରେ କିଭ୍‌ ଉପରେ କରିଛି ଭୟଙ୍କର ଆଟାକ୍‌ ।

Russia Attack

Russia Attack Photograph: (OTV)

Advertisment

ପୁଣି ରକ୍ତମୁଖା ଋଷିଆ ସେନା । ରବିବାର ରାତିରେ କିଭ୍‌ ଉପରେ କରିଛି ଭୟଙ୍କର ଆଟାକ୍‌ । ୫୦୦ରୁ ଅଧିକ ଡ୍ରୋନ୍, ୪୦ ମିସାଇଲ୍ ମାଡ କରିଛି କିଭ୍‌ରେ । ପ୍ରାୟ ୧୨ ଘଣ୍ଟା ଧରି ନନଷ୍ଟପ୍ ଚାଲିଥିଲା ଆଟାକ୍‌ । ୧୫ରୁ ଅଧିକ ଠିକଣାକୁ କରିଥିଲା ଟାର୍ଗେଟ । ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ପୂରା ସହର । 

Advertisment

ହସ୍ପିଟାଲଠୁ ଆରମ୍ଭ କରି ଫ୍ୟାକ୍ଟ୍ରି, ଆବାସିକ ବିଲ୍ଡିଂରେ ମାଡ ହୋଇଥିଲା ମିସାଇଲ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଛନ୍ତି । ୟୁକ୍ରେନର ଜାପୋରିଝରିୟା ସହର ଉପରେ ବି ହୋଇଛି ଆଟାକ୍‌ । ଏଠି ଛୋଟ ପିଲାଙ୍କ ସହ ୨୮ ଜଣ ଆହତ ହୋଇଥିବା ଜଣାପଡିଛି ।

ଗତ ମାସରେ କିଭ୍‌ରେ ହୋଇଥିବା ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତା' ପରଠୁ ଏହା ଥିଲା ଋଷିଆର ସବୁଠୁ ବଡ ଧରଣର ଆକ୍ରମଣ । ଏନେଇ ପୁଣିଥରେ ଋଷିଆକୁ କଡା ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଋଷିଆ ଉପରେ ଅଧିକ କଟକଣା ଲଗାଇବାକୁ ଅନ୍ତର୍ଜାତୀୟ ସମୁଦାୟକୁ କରିଛନ୍ତି ଦାବି 

Advertisment

ସେପଟେ ଆବାସିକ ଅଞ୍ଚଳରେ ଏହି ଆକ୍ରମଣକୁ ଖଣ୍ଡନ କରିଛି ଋଷ୍ । କେବଳ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିବା କହିଛନ୍ତି ଋଷିଆ ପ୍ରତିରକ୍ଷା ମନ୍ତ୍ରୀ । 
ପ୍ରାୟ ୪ ବର୍ଷ ହେଲାଣି ଥମିବାର ନାଁ ଧରୁନି ଋଷିଆ ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ବନ୍ଦ ପାଇଁ ସବୁ କଟକଣା, ଆଲୋଚନା ମାରୁଛି ଫେଲ୍‌ । ଦିନକୁ ଦିନ ଆହୁରି ଭୟଙ୍କର ଆକ୍ରମଣ । ଦେଖିବା ବାକି ରହିଲା, କେବେ ୟୁକ୍ରେନ-ଋଷିଆ ଯୁଦ୍ଧରେ ଲାଗୁଛି ବିରାମ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ