Bhanjanagar-Teacher-Dance Photograph: (OTV)
କୌଣସି ପେଷାଦାର ମଞ୍ଚ କଳାକାର ନୁହନ୍ତି। ଏମାନେ ହେଉଛନ୍ତି ସ୍କୁଲ ଛାତ୍ରୀ। ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଜଣେ ଆଗ୍ରହୀ ସ୍କୁଲ ଶିକ୍ଷକଙ୍କ ପ୍ରଚେଷ୍ଟାରେ ସ୍କୁଲର ସୁରଭି କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି। ଏମାନଙ୍କ ନିଖୁଣ ଅଭିନୟ ଦେଖି ସମସ୍ତେ ମୁଗ୍ଧ। କେବଳ ଅଭିନୟ ନୁଁହ ମଙ୍ଗଳା ନାଟ, ହଳୁଆ ଗୀତ, କୃଷ୍ଣଲୀଳା, ରାମ ଲୀଳା ଆଦି ସହିତ ସଚେତନତାମୂଳକ ଗୀତ ମାଧ୍ୟମରେ ଖୁବ ଆକର୍ଷଣୀୟ ଅଭିନୟ କରୁଛନ୍ତି ପିଲାମାନେ। ଆଉ ଏ ସବୁକୁ ଶିଖାଉଛନ୍ତି ସ୍କୁଲ ଶିକ୍ଷକ ବିଦେଶୀ କୁମାର ନାୟକ।
ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକର ମାଧବରିଡା ଗାଁ। ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ବିଦେଶୀ କୁମାର ନାୟକ ପିଲାଙ୍କୁ ଭଲ ପାଠ ପଢ଼ାଉଥିବାରୁ ଅଭିଭାବକମାନେ ସ୍କୁଲ ଶିକ୍ଷକଙ୍କୁ ଟ୍ୟୁସନ କରିବାକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଆଗ୍ରହ ଦେଖି ସ୍କୁଲ ସମୟ ପୂର୍ବରୁ ଓ ପରେ ପିଲାଙ୍କୁ ପାଠ ପଢ଼ାଇବା ସହ ଛୁଟି ସମୟ ପାଇଲେ ସାର୍ ପିଲାଙ୍କୁ ମାଗଣାରେ ନାଚ ଗୀତ ଶିଖାନ୍ତି।
ସ୍କୁଲ ସମୟ ସରିଲେ ପିଲାମାନେ ବିଦେଶୀ ସାରଙ୍କ ପାଖେ ପହଞ୍ଚି ଯାଆନ୍ତି। ବିଦେଶୀ ସାର ପିଲାଙ୍କ ଅତି ନିଜର। ନିପଟ ପଲ୍ଲୀ ଗାଁରେ ବାସ କରୁଥିବା ପିଲାଙ୍କ ପାଖରେ ପାଠପଢା ସହିତ ଏଭଳି ନାଟ୍ୟ କଳାକୁ ଦେଖି ସମସ୍ତେ ବିସ୍ମିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/bhanjanagar-teacher-dance-2025-12-03-18-11-46.jpg)