Advertisment

Viral Video Shows True Love: ଭିଡିଓ ଭାଇରାଲ୍ ... ସଚ୍ଚା ପ୍ରେମର ନାୟିକା !

ସାଙ୍ଗ ପାଖରେ ବହୁତ ଜିଦ୍ କରିଛି । ରାତି ଅଧରେ ଟିକେ ଶେଷ ଦେଖା କରିବାକୁ କହିଛି । ଆଉ ପ୍ରେମିକକୁ ଦେଖାକରି ମାତ୍ର କିଛି ମିନିଟ ଭିତରେ ମନରକଥାକୁ ସବୁ କହିଦେଉଛି l ଆଉ ସାଙ୍ଗ ଡାକିବା କ୍ଷଣି ଚାଲିଆସିଛି l

True-Love-Viral-Video

True-Love-Viral-Video Photograph: (OTV)

Advertisment

ଅନ୍ଧାର ରାତି, ଆଖିରେ ଲୁହ, ବେଦିରେ ବସି ୭ ଘେରା ନେବାକୁ ଆଉ ମାତ୍ର ୨ ଘଣ୍ଟା ବାକି । ତଥାବି ଏ ଝିଅ ଛାତିରେ ପଥର ରଖି ଚାଲି ଆସିଛି ତା ମନର ମଣିଷ ପାଖକୁ । ଝିଅଟି ଲୁଚିକି ଆସିନି, ଘରୁ ପ୍ରେମିକ ସହ ଚାଲିଯିବାକୁ l କି ସେ ଭଲ ପାଉଥିବା ପୁଅଟା ସହ ଜୀବନ ହାରିବାକୁ l କେବଳ ଆସିଛି ତ ଆଉ କାହା ହାତରୁ ସିନ୍ଦୂର ପିନ୍ଧିବା ଆଗରୁ ସେ ଯାହାକୁ ମନଦେଇ ଭଲ ପାଉଥିଲା ତାକୁ ଥରୁଟିଏ ଆଖି ପୁରେଇ ଦେଖିନେବାକୁ l

Advertisment

ଇଏ ନିଃଶ୍ବାର୍ଥ ପର ଭଲପାଇବା । ଝିଅଟିର ନିଜ ପରିବାର ପାଇଁ ସମର୍ପଣର ଭାବ । ଆଉ ପ୍ରେମିକ ଜଣକ ତା’ ପ୍ରେମିକା ପାଇଁ ତା’ ମୂଲ୍ୟବାନ ପ୍ରେମକୁ ତ୍ୟାଗ । ଭିଡିଓଟି ବେଶ୍ ଦୃଦୟ ସ୍ପର୍ଶୀ । ଝିଅଟି କିଏ ଏବଂ ଏହା କେଉଁ ସ୍ଥାନର ତା’ ଜଣାପଡ଼ିନାହିଁ । ହେଲେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବାପା-ମା'ଙ୍କ ଜିଦ ଆଗରେ ଏ ଝିଅର ପ୍ରେମ ବଳିପଡ଼ିଛି । ବାପା-ମା'ଙ୍କ କଥା ରଖି ନିଜ ପସନ୍ଦର ପୁଅକୁ ପରକରି ଝିଅଟି ଆଉ କାହା ପାଇଁ ବଧୂ ବେଶ ସାଜିଛି l ନିଜ ଅନିଚ୍ଛାରେ ବାହାହେବାକୁ ଯାଉଛି l ବହାଘର ପାଇଁ  ୨ ଘଣ୍ଟା ବାକି ଥିବାବଳେ ପ୍ରେମିକା ଆସିଛି ତା ପ୍ରେମିକକୁ ଦେଖିବାକୁ  l ଯାହାକି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି l 

ସାଙ୍ଗ ପାଖରେ ବହୁତ ଜିଦ୍ କରିଛି । ରାତି ଅଧରେ ଟିକେ ଶେଷ ଦେଖା କରିବାକୁ କହିଛି । ଆଉ ପ୍ରେମିକକୁ ଦେଖାକରି ମାତ୍ର କିଛି ମିନିଟ ଭିତରେ ମନରକଥାକୁ ସବୁ କହିଦେଉଛି l ଆଉ ସାଙ୍ଗ ଡାକିବା କ୍ଷଣି ଚାଲିଆସିଛି l ଶେଷରେ ସାଙ୍ଗ ଜଣକ ବି କହୁଛନ୍ତି ଏବେବି ସମୟ ଅଛି କିଛି ଚିନ୍ତା କର l ଝିଅଟି ମନା କରୁଛି, ଆଉ ସାଙ୍ଗ ଜଣକ କହିଛନ୍ତି, ଟିକେ ପଛକୁ ଅନେଇ ତାକୁ ଦେଖିନେ l ଝିଅଟି କାନ୍ଦି କାନ୍ଦି ଆଉ ପଛକୁ ଚାହୁଁନି l

Advertisment

ସତରେ ଆଜିର ଦୁନିଆରେ ବି ସଚ୍ଚା ପ୍ରେମ ବଞ୍ଚିଛି  l ଏ ପ୍ରେମ କାହାଣୀ ପ୍ରେମିକା ମହାନ, ଆଉ ପ୍ରେମିକ ବି ପ୍ରେମିକଠୁ ଆହୁରି ଉର୍ଦ୍ଧ୍ବରେ l ସତ ଭଲପାଇବାର ଏ ପ୍ରେମୀ ଯୁଗଳ ଉଦାହରଣ l ଆଜିର ଯୁବପିଢିଙ୍କ ପାଇଁ ବଡ଼ ଉଦାହରଣ ।

ଭିଡିଓଟି ଇନଷ୍ଟାଗ୍ରାମ୍ @chalte_phirte098 ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଅନେକ ୟୁଜର୍ସ ଭିଡିଓଟିରେ ମତାମତ ଦେଇଛନ୍ତି । କିଛି ୟୁଜର୍ସ ଏହାକୁ ଦିଲ୍ ସେ ରେସପେକ୍ଟ ବୋଲି କମେଣ୍ଟ ଦେଇଥିବାବେଳେ କିଛି ୟୁଜର୍ସ ଗ୍ରେଟ୍ ସ୍କ୍ରିପ୍ଟ ବୋଲି ମଧ୍ୟ ଲେଖିଛନ୍ତି । ତେବେ ଭିଡିଓଟି କେଉଁ ସ୍ଥାନର, ଏବଂ ଏହା ସତ କି ମିଛିମିଛିକା ନାଟକ ତା’ ଜଣାପଡ଼ିନାହିଁ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ