Advertisment

Unbelievable: ମଇଁଷି ଖାଉଛି ଅଣ୍ଡା, ଦେଶୀ ଘିଅ...ଚର୍ଚ୍ଚାରେ ୧୫ କୋଟି ଟଙ୍କାର ଘୋଡ଼ା

ଶହବାଜର ସାଇନିଂ ଲୁକ, ଡେଙ୍ଗା ଚେହେରୋ ସାଙ୍ଗକୁ ରାଜକୀୟ ଠାଣି ପାଇଁ ସେ ଏବେ ପୁରା କ୍ୟାଟଲ ଫେୟାରରେ ସେନସେସନ ପାଲଟିଛି। ଅନେକ ସୋ’ରେ ଶହବାଜ ଚାମ୍ପିୟନ ହୋଇଥିବା ବେଳେ କେବଳ ଏହାର ବ୍ରିଡିଂ ଫି ରହିଛି ୨ ଲକ୍ଷ ଟଙ୍କା ।

HORSE

HORSE Photograph: (OTV)

Advertisment

ବୟସ ଅଧିକ ନୁହେଁ ମାତ୍ର ଅଢେଇ ବର୍ଷ ହେବ। ହେଲେ ଏତେ କମ ବୟସରୁ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛି ଶହବାଜ। ଏହି ଘୋଡ଼ାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ପୁସ୍କର କ୍ୟାଟଲ ଫେୟାରରେ ଏହି ଘୋଡା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଯିଏ ଦେଖୁଥିଲା ଘଡିଏ ଚାହୁଁଥିଲା। ଆପଣ ବି ଦେଖିଲେ ତାପାଖରେ ନିଶ୍ଚିତ ଭାବରେ କିଛି ସମୟ ଅଟକିବାକୁ ବାଧ୍ୟ ହେବେ। କାହିଁକି ନା ଏ ଘୋଡା ହୋଇଛି ସେମିତି। ହାଇଟ ଯେମିତି ହେଲଥ ବି ସେମିତି, ଚଣ୍ଡୀଗଡର ଏହି ମାରୱାଡି ଘୋଡା ପାଖରେ ସେଲଫି ନେବାକୁ ପ୍ରବଳ ଭିଡ। ଦେଶରୁ ଆସିଥିବା ବିଭିନ୍ନ ବ୍ୟବସାୟୀ ଘୋଡା ବିଷୟରେ ବୁଝିବା ସହିତ ୯ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଲେଣି। ହେଲେ ମାଲିକ କିନ୍ତୁ ୧୫ କୋଟି ଟଙ୍କା ଫିକ୍ସ କରିଛନ୍ତି। ଏପରିକି ଆଗକୁ ଏହାର ଦାମ ଆହୁରି ଅଧିକ ହେବ ବୋଲି ମାଲିକ ଦମ୍ଭ ଦେଖାଇଛନ୍ତି। 

Advertisment



ଶହବାଜର ସାଇନିଂ ଲୁକ, ଡେଙ୍ଗା ଚେହେରୋ ସାଙ୍ଗକୁ ରାଜକୀୟ ଠାଣି ପାଇଁ ସେ ଏବେ ପୁରା କ୍ୟାଟଲ ଫେୟାରରେ ସେନସେସନ ପାଲଟିଛି। ଅନେକ ସୋ’ରେ ଶହବାଜ ଚାମ୍ପିୟନ ହୋଇଥିବା ବେଳେ କେବଳ ଏହାର ବ୍ରିଡିଂ ଫି ରହିଛି ୨ ଲକ୍ଷ ଟଙ୍କା । ଯାହାକି ବିଶ୍ବର ଟପ୍‌ ଘୋଡାଙ୍କ ସହ ପ୍ରାୟ ସମାନ। ବିଶ୍ବର ଏଲାଇଟ କ୍ଲବରେ ଥିବା ଘୋଡା ତାଲିକାରେ ଲଣ୍ଡନର ଦୁବାୱ ଓ ଫ୍ରାଙ୍କେଲ ରହିଛନ୍ତି ଯାହାଙ୍କ ବ୍ରିଡିଂ ଫି ୪ କୋଟି ଟଙ୍କା ରହିଛି। ଏହାପଛକୁ ରହିଛି ଆୟର୍ଲାଣ୍ଡର ଉଟୁନ ବାସେଟ ଯାହାର ମୂଲ୍ୟ ଅଢେଇ କୋଟି ଟଙ୍କା ରହିଛି। ଆମେରିକାର ମିସଛିଫ, ଜଷ୍ଟିଫାଏ , ଗନ ରନର ଘୋଡାର ବ୍ରିଡିଂ ମୂଲ୍ୟ ୨ କୋଟି ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ଫ୍ରାନ୍ସର ସିୟୋନିର ମୂଲ୍ୟ ୨ କୋଟି ଟଙ୍କା ରହିଛି। 

ମେଳାରେ ଅନମୋଲ ନାମ ଏକ ମଇଁଷିକୁ ମଧ୍ୟ ଦେଖିବାକୁ ମିଳିଛି ଯାହାର ମୂଲ୍ୟ ରହିଛି ୨୩ କୋଟି ଟଙ୍କା। ନିଜ ରାଜକୀୟ ଠାଣି ପାଇଁ ବେଶ ପରିଚିତ ଅନମୋଲ ଫାଇଭ ଷ୍ଟାର ଗେଷ୍ଟଙ୍କ ଭଳି ଖାଦ୍ୟ ଖାଉଛି। କ୍ଷୀର, ଦେଶୀ ଘିଅ, ଡ୍ରାଏ ଫ୍ରୁଟସ ଖାଉଛି। ପ୍ରତିଦିନ ୨୦ଟି ଅଣ୍ଡା ଖାଇଥାଏ। ଏଥିସହ ଆଲମଣ୍ଡ ତେଲରେ ମସାଜ ବି ନିଏ। ସେହିଭଳି ଆଉ ଏକ ପ୍ରଜାତିର ମଇଁଷି ଯୁବରାଜଙ୍କୁ ଦେଖିବାକୁ ମିଳିଛି। ଏହାର ଓଜନ ୮୦୦ କେଜି ରହିଥିବା ବେଳେ ୨୫ ଲକ୍ଷ ପର୍ଯ୍ୟନ୍ତ ଅଫର ଯାଇଥିବା ବେଳେ ମାଲିକ ୩୫ ଲକ୍ଷ ଧାର୍ଯ୍ୟ କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ