Advertisment

Tribal Youth: ୫ଟଙ୍କା ଦେଲେ ଗାଡ଼ି ପୂରା ଚକାଚକ୍ , ଆଉ ଶହେ ଟଙ୍କାରେ ପେଟ୍ରୋଲ ଫୁଲ୍

୫ଟଙ୍କା ଦେଲେ ଗାଡ଼ି ପୂରା ଚକାଚକ୍ । ଆଉ ଶହେ ଟଙ୍କାରେ ପେଟ୍ରୋଲ୍ ଫୁଲ୍ । ଏହି ATMରେ ୫ଟଙ୍କିଆ କଏନ୍ ପୁରାଇଲେ ପ୍ରେସର୍ ଗନରୁ ପାଣି ବାହାରେ । ଯେଉଁଥିରେ ମାତ୍ର ୧୦ ମିନିଟିରେ ବାଇକ୍ ସଫା ।

Anandapur-5-Tankare-Bike-Sapha

Anandapur-5-Tankare-Bike-Sapha Photograph: (OTV)

Advertisment

୫ଟଙ୍କା ଦେଲେ ଗାଡ଼ି ପୂରା ଚକାଚକ୍ । ଆଉ ଶହେ ଟଙ୍କାରେ ପେଟ୍ରୋଲ୍ ଫୁଲ୍ । ଏହି ATMରେ ୫ଟଙ୍କିଆ କଏନ୍ ପୁରାଇଲେ ପ୍ରେସର୍ ଗନରୁ ପାଣି ବାହାରେ । ଯେଉଁଥିରେ ମାତ୍ର ୧୦ ମିନିଟିରେ ବାଇକ୍ ସଫା । ବାଇକ୍ ଧୋଇବାକୁ ଅନ୍ୟତ୍ର ୭୦ରୁ ୮୦ ଟଙ୍କା ଦେବାକୁ ପଡୁଥିବା ବେଳେ, ଏଠି ୫ ଟଙ୍କିଆ ଗାଡ଼ିସଫା ATM ମେସିନର ଖୁବ୍ ଚାହିଦା । ଲୋକମାନେ ATMରେ ୫ଟଙ୍କା ପୁରାଇ, ନିଜେ ଗାଡ଼ି ସଫା କରି ଖୁସିରେ ଯାଆନ୍ତି ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ପଞ୍ଚାୟତର ବ୍ୟସ୍ତବହୁଳ ସ୍ଥାନ ବ୍ରାହ୍ମଣୀପାଳ ବଜାର । ଲୋକଙ୍କ ସୁବିଧାକୁ ନଜରରେ ରଖି ମେସିନଟିକୁ ତିଆରି କରିଛନ୍ତି ସେହି ବ୍ରାହ୍ମଣୀପାଳର ଯୁବକ ଜିତେନ୍ଦ୍ର ହେମ୍ବ୍ରମ୍ ।

Advertisment



ଜିତେନ୍ଦ୍ର ହେଉଛନ୍ତି ଜଣେ ଆଦିବାସୀ ଯୁବକ । ଅର୍ଥାଭାବ ଯୋଗୁ ମାଟ୍ରିକ୍ ପାସ୍ କରିବା ପରେ ସେ ଆଗକୁ ଆଉ ପଢ଼ି ପାରିନାହାନ୍ତି । ପୂର୍ବରୁ ୨୦୧୯ରେ ପେଟ୍ରୋଲ୍ ATM ତିଆରି କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ ଜିତେନ୍ଦ୍ର । କେନ୍ଦୁଝର ଓ ଯାଜପୁର ସୀମାରେ ଥିବା ବ୍ରାହ୍ମଣୀପାଳ ବଜାରର ୨୦ କିଲୋମିଟର ପରିଧିରେ କୌଣସି ପେଟ୍ରୋଲ ପମ୍ପ ନଥିଲା । ତେଣୁ ଲୋକଙ୍କ ଆବଶ୍ୟକତାକୁ ଦେଖି ନିଜସ୍ଵ ପ୍ରଚେଷ୍ଟାରେ ସେ ଏକ ପେଟ୍ରୋଲ୍ ATM ତିଆରି କରିଥିଲେ । ଜିତେନ୍ଦ୍ରଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଭୁରିଭୁରି ପ୍ରଶଂସା କରିଛନ୍ତି । 

ଖୁବ୍ ଅଧିକ ପାଠ ନପଢ଼ି ମଧ୍ୟ ଜିତେନ୍ଦ୍ରଙ୍କ ଏହି ନିଆରା ଉଦ୍ୟମ ସତରେ ପ୍ରଶଂସନୀୟ । ତାଙ୍କର ପେଟ୍ରୋଲ ATM ଏବଂ ୫ ଟଙ୍କିଆ ସର୍ଭିସ୍ ATM ସାଧାରଣ ଲୋକଙ୍କ ଉପକାରରେ ଆସୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ