Advertisment

Emotional Alumni Reunion: ବୁଢ଼ା ହୋଇଗଲେ ପିଲା ! ଜଙ୍ଗଲରେ ଲେଖା ହେଲା ସ୍ମୃତିର ଏକ ନୂଆ ଅଧ୍ୟାୟ

ଫଳପୁର ଜଙ୍ଗଲରେ ଲେଖା ହେଲା ସ୍ମୃତିର ଏକ ନୂଆ ଅଧ୍ୟାୟ । ଏଇ ବଣୁଆ ପରିବେଶରେ ଯେତେବେଳେ ୫୦୦ରୁ ଅଧିକ 'ବୟସ୍କ ପିଲା' ଏକାଠି ହେଲେ, ସେଠି ସମୟ ଯେମିତି ୪୦ ବର୍ଷ ପଛକୁ ଫେରିଗଲା ।

Bhadrak-get-together

Bhadrak-get-together Photograph: (OTV)

Advertisment

ଚାଲିଛି ନାଚଗୀତ, ଭୋଜିଭାତ । ପିଲାଦିନର ସାଙ୍ଗକୁ ପାଖରେ ପାଇ ସମସ୍ତେ ଖୁସିରେ ବିଭୋର । କାହାର ମୁଣ୍ଡ ଚୁଟି ପାଚିଗଲାଣି ତ କାହା ଆଖିର ଚଷମା ମୋଟା ହେଲାଣି  । ତଥାପି ଏମାନେ ସମସ୍ତେ ସେଦିନର ସ୍କୁଲ ଯାଉଥିବା ପିଲା । ସମୟର ବାଲିଘର କେତେବେଳେ ଯେ ବୟସର ସମୁଦ୍ରରେ ମିଶିଗଲା, କେହି ଜାଣିପାରିଲେନି । ହେଲେ ସଂସାର ଜଞ୍ଜାଳ ଓ ବୟସର ଅପରାହ୍ନ ଏମାନଙ୍କୁ ଏକଜୁଟ କରିବାରେ ପ୍ରତିବନ୍ଧକ ହୋଇନାହିଁ । ହୃଦୟରେ ସେହି ପିଲାଦିନର ସ୍ମୃତି ଆଜି ବି ସତେଜ । 

ଫଳପୁର ଜଙ୍ଗଲରେ ଲେଖା ହେଲା ସ୍ମୃତିର ଏକ ନୂଆ ଅଧ୍ୟାୟ । ଏଇ ବଣୁଆ ପରିବେଶରେ ଯେତେବେଳେ ୫୦୦ରୁ ଅଧିକ 'ବୟସ୍କ ପିଲା' ଏକାଠି ହେଲେ, ସେଠି ସମୟ ଯେମିତି ୪୦ ବର୍ଷ ପଛକୁ ଫେରିଗଲା । ହାତରେ ଏବେ ଦାମୀ ଘଣ୍ଟା, ପକେଟରେ ମାଳ ମାଳ କ୍ରେଡିଟ୍ କାର୍ଡ, କିନ୍ତୁ ମନଟା ସେଇ ୧୯୭୮ ମସିହାର ଜନତା ହାଇସ୍କୁଲର ଧୂଳିଆ ବେଞ୍ଚରେ ଅଟକି ଯାଇଛି ।  ଭଦ୍ରକ ଜିଲ୍ଲା ଧାମନଗର ଜାହାଙ୍ଗୀରସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୭୮ରୁ ୧୯୯୦ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ । ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ସେଇ ହଜିଲା ଦିନକୁ ଫେରିଯିବାର ଏକ ସେତୁ । 

Advertisment



କେହି ଆମେରିକାରେ ପ୍ରତିଷ୍ଠିତ ନାଗରିକ ତ କେହି ଗାଁ ମାଟିରେ ହଳ ଧରିଥିବା ଚାଷୀ । ହେଲେ ପଦପଦବୀକୁ ନେଇ ହୀନମନ୍ୟତା ଆଜି କାହାରି ପାଖ ମାଡ଼ିନଥିଲା । ୪୭ ବର୍ଷ ତଳେ ସ୍କୁଲ ଛାଡ଼ିଥିବା ବନ୍ଧୁମାନେ ଯେତେବେଳେ ପରସ୍ପରକୁ ଭେଟିଲେ, ସେତେବେଳେ ଭାଷା ହଜିଯାଇଥିଲା, କେବଳ ଆଖିର ଲୁହ ବନ୍ଧୁତାର ଗଭୀରତାକୁ ବର୍ଣ୍ଣନା କରୁଥିଲା । ସ୍ତ୍ରୀ, ପିଲାଛୁଆ ଓ ନାତି-ନାତୁଣୀଙ୍କୁ ଧରି ପହଞ୍ଚିଥିବା ପ୍ରତିଟି ବନ୍ଧୁ ଆଜି ପୁଣି ସେଇ ୧୫ ବର୍ଷର କିଶୋର ହୋଇଯାଇଥିଲା ।

ଆଜିର ଏହି ବ୍ୟସ୍ତବହୁଳ ଯୁଗରେ ଯେତେବେଳେ ସମ୍ପର୍କର ସଂଜ୍ଞା ବଦଳିଯାଇଛି, ସେଠାରେ ୫୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ନିଜର ବୃଦ୍ଧ ଗୁରୁଜୀ ଓ ଗୁରୁମାଙ୍କୁ ଫୁଲମାଳ ଦେଇ ପାଦତଳେ ପଡ଼ି ପ୍ରଣାମ କରିବାର ଦୃଶ୍ୟ ପରିବେଶକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ କରିଦେଇଥିଲା । ବୟସର ଅପରାହ୍ନରେ ବି ସାଙ୍ଗମାନଙ୍କୁ ଦେଖି କେହି କେହି କାନ୍ଦି ପକାଇଥିଲେ ତ ଆଉ କେହି ସ୍କୁଲ ବେଳର ମିଠା ସ୍ମୃତିକୁ ଗପି ଚାଲିଥିଲେ । ଫଳପୁର ଜଙ୍ଗଲର ଏହି ଦିନଟି ସମସ୍ତଙ୍କ ପାଇଁ ଏକ ସ୍ମୃତିର ସାଇତା ପେଡ଼ି ହୋଇ ରହିଗଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ