Advertisment

Bhikhyuka Mela: ଦିନେ ମାଗନ୍ତି ଭିକ...ଛଅ ମାସ ଚଳନ୍ତି, କାହିଁକି କୁହାଯାଏ ଏଭଳି ?

ଭିକ୍ଷୁକ ମାନେ କେବଳ ବାଲେଶ୍ଵର କିମ୍ବା ଆମ ରାଜ୍ୟର ନୁହନ୍ତି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରର ୨ରୁ ୩ ହଜାର ଭିକ୍ଷୁକମାନେ ଏଠାକୁ ଆସନ୍ତି । ଶ୍ରଦ୍ଧାଳୁମାନେ ‍ବାଲିଘାଟରେ ବୋଇତ ବନ୍ଦାଣ କରିବା ପରେ ନିଜ ଶକ୍ତି ଅନୁସାରେ ଦାନ କରନ୍ତି ।

Baleswar

Baleswar Photograph: (OTV)

Advertisment

ବାଲେଶ୍ଵରର ବାଲିଘାଟ । କାର୍ତ୍ତିକର ଶେଷ ଦିନରେ ଏଠି ଦେଖିବାକୁ ମିଳେ ଭିକ୍ଷୁକ ମେଳା । ଆଉ ମନଖୋଲି ଗରିବ ଲୋକମାନଙ୍କୁ ଏଠାରେ ଦାନ ଦିଆଯାଏ । ଓଠରେ ହସ ଆଉ ଲାଉ ଧୁଡୁକିଟା ଶବ୍ଦ ଗୀତଟାକୁ ବେଶ୍ ସୁରିଲା କରୁଛି । ଏସବୁ ଭିତରେ ଭିକ୍ଷୁକ ମାନେ କରନ୍ତି ଭିକ୍ଷାବୃତ୍ତି । କୁହାଯାଏ ଏଇଠି ଗୋଟିଏ ଦିନ ଭିକ୍ଷା କଲେ ୬ ମାସର ଆହାର ସଂଗ୍ରହ ହୁଏ । ଆଉ ସେଇଥିପାଇଁ ତ ଏଠି ଏତେ ଭିଡ଼ । କିଏ ଟଙ୍କା ଦେଉଛନ୍ତି, ତ ପୁଣି କିଏ ଚାଉଳ । ଆଉ କେହି କେହି ହାତକୁ ବଢ଼ାଇ ଦେଉଛନ୍ତି ନୂଆ କପଡ଼ା ସାଙ୍ଗକୁ ବିସ୍କୁଟ ଓ ଅନ୍ୟାନ୍ୟ ଜିନିଷ 

Advertisment



ଭିକ୍ଷୁକ ମାନେ କେବଳ ବାଲେଶ୍ଵର କିମ୍ବା ଆମ ରାଜ୍ୟର ନୁହନ୍ତି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରର ୨ରୁ ୩ ହଜାର ଭିକ୍ଷୁକମାନେ ଏଠାକୁ ଆସନ୍ତି । ଶ୍ରଦ୍ଧାଳୁମାନେ ‍ବାଲିଘାଟରେ ବୋଇତ ବନ୍ଦାଣ କରିବା ପରେ ନିଜ ଶକ୍ତି ଅନୁସାରେ ଦାନ କରନ୍ତି । ଏଠାରେ ଦାନ ଦେବା ଦ୍ବାରା ଅନେକ ପୁଣ୍ୟ ଅର୍ଜନ ହେବାର ବିଶ୍ବାସ ରହିଛି । ତେଣୁ ଏହି ବିଶ୍ବାସ ଯୋଗୁ ଅନେକ ବର୍ଷ ହେବ ଭିକ୍ଷୁକ ମେଳା ଏଠି ଚାଲିଆସୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ