BARIA-PATHAR Photograph: (OTV)
ଝର ଝର କରି ଝରି ଯାଉଛି ଝରଣାର ପାଣି। ପର୍ଯ୍ୟଟକଙ୍କ ମନ ମୋହୁଛି ସବୁଜିମା ପ୍ରକୃତି ରାଣୀ। ପାହାଡ଼ର ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକଙ୍କ ପିକନିକରେ ବେଶ କୋଳାହଳ ମହେନ୍ଦ୍ରଗିରି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାରିଆ ପଥର ଜଳ ପ୍ରପାତ l
ବ୍ରହ୍ମପୁର ଠାରୁ ପାତ୍ରପୁର ବ୍ଲକ ବୁରାତାଲକୁ ଯିବା ପରେ ମହେନ୍ଦ୍ରଗିରି ଯିବା ରାସ୍ତାରେ ପଡେ ଏହି ଜଳ ପ୍ରପାତ l ଛୋଟ ବଡ଼ ପଥର ଦେଇ ଝରି ଆସୁଥିବା ଝରଣା ତା ସହ ସବୁଜମୟ ପାହାଡ଼ର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦୁରଦୁରାନ୍ତରରୁ ଛୁଟି ଆସୁଛନ୍ତି ହଜାର ହଜାର ପର୍ଯ୍ୟଟକ।
ମହେନ୍ଦ୍ରଗିରି ପାହାଡ଼ରୁ ଝରି ଆସୁଥିବା ଜଳ ପ୍ରପାତର ଥଣ୍ଡା ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି ପର୍ଯ୍ୟଟକ l ତେଣୁ ଛୁଟିଦିନ ହେବା ମାତ୍ରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ l ସବୁଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଛୁଟି ଦିନ ପ୍ରକୃତି କୋଳରେ କିଛି ସମୟ ପାଇଁ ହଜିଯିବାର ମଜା ଏଠାରେ ମିଳିଥାଏ ବୋଲି କହିଛନ୍ତି ଯୁବ ବର୍ଗ l
ବାରିଆ ପଥର ଜଳ ପ୍ରପାତକୁ ଲାଗି ରହିଛି ବରାହି ପ୍ରତିମୂର୍ତ୍ତି l ଏହି ମନ୍ଦିରକୁ ନେଇ ରହିଛି ଏକ ରୋଚକ ଲୋକ କଥା। କୁହାଯାଏ ଅତୀତରେ ସ୍ଥାନୀୟ ଆଦିବାସୀ ମାନେ ଶିକାର କରିବାକୁ ପାହାଡ଼ ଜଙ୍ଗଲ ଯାଇଥିବା ବେଳେ ବାରହା ଶିକାର କରିଥିଲେ l କିନ୍ତୁ ସେହି ବାରହାଟି କୁଆଡେ ପଥର ହୋଇଯାଇଥିଲା l ଏହାପରେ ଏହି ସ୍ଥାନରେ ଶ୍ରୀକାକୁଲମରୁ ଏହି ମୂର୍ତ୍ତିଟି ଆଣି ବସାଯାଇଥିଲା। ତେଣୁ ଏବେ ମଧ୍ୟ ଏହି ଅଞ୍ଚଳ ଲୋକ ବରାହିଙ୍କ ମୂର୍ତ୍ତିକୁ ପୂଜା କରିଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା l
ତେବେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ନାହିଁ କୌଣସି ସୁବିଧା ସୁଯୋଗ। ଦୂର ଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ବାରିଆ ପଥର ନୁହେଁ ପାତ୍ରପୁର ଅଞ୍ଚଳରେ ବହୁ ଜଳ ପ୍ରପାତ ରହିଛି । ସେହି ଗୁଡିକର ବିକାଶ କରିବା ପାଇଁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ଏଥି ସହିତ ଡିପିଆର ପ୍ରସ୍ତୁତ କରି ପଠାଯାଇଛି ବୋଲି କହିଛନ୍ତି ବିଧାୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/29/baria-pathar-2025-11-29-11-25-13.jpg)