Advertisment

Social Worker Builds: ଶୁଣିଲାନି ପ୍ରଶାସନ, ନିଜେ କଲେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମଗାର

ଶୁଣିଲାନି ପ୍ରଶାସନ। ଶୁଣିଲେନି ରାଜନେତା। ଯାତ୍ରୀଙ୍କ ଦୁଃଖ ସହିପାରିଲେ ନାହିଁ ସମାଜସେବୀ। ଏନେଇ ବାପାଙ୍କ ସ୍ମୃତି ଓ ଲୋକମାନଙ୍କ ସମସ୍ୟାକୁ ଦେଖି ନିଜ ଅର୍ଥରେ ନିର୍ମାଣ କରିଦେଲେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମଗାର।

Bhadrak-Social-Worker

Bhadrak-Social-Worker Photograph: (OTV)

Advertisment

ଶୁଣିଲାନି ପ୍ରଶାସନ। ଶୁଣିଲେନି ରାଜନେତା। ଯାତ୍ରୀଙ୍କ ଦୁଃଖ ସହିପାରିଲେ ନାହିଁ ସମାଜସେବୀ। ସେ ଯାତ୍ରୀଙ୍କ ସମସ୍ୟାକୁ ଦୀର୍ଘଦିନ ଦେଖି ଆସୁଥିଲେ। ଖରା ହେଉ କି ଵର୍ଷା ବା କି ଶୀତ, ରାସ୍ତା କଡରେ ଛିଡା ହେଉଥିଲେ ଯାତ୍ରୀ। ସରପଞ୍ଚଙ୍କ ଠାରୁ ଆରମ୍ଭ ଜିଲ୍ଲା ପ୍ରଶାସନ ଓ ରାଜନେତାଙ୍କୁ କହିଲେ ମଧ୍ୟ କିଛି ଲାଭ ହେଲାନି। ଏନେଇ ବାପାଙ୍କ ସ୍ମୃତି ଓ ଲୋକମାନଙ୍କ ସମସ୍ୟାକୁ ଦେଖି ନିଜ ଅର୍ଥରେ ନିର୍ମାଣ କରିଦେଲେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମଗାର।

Advertisment

ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଧୋବାଗଡିଆ ଗ୍ରାମର ସମାଜସେବୀ ଦିଲ୍ଲୀପ ସ୍ୱାଇଁ। ଛୋଟଵେଳୁ ବାପାଙ୍କ ହରାଇଛନ୍ତି। ବାପା ସମାଜସେବୀ ଥିବାରୁ ସେ ମଧ୍ୟ ପିଲାଟି ଦିନରୁ ନିଜକୁ ସମାଜ ସେବାରେ ସମର୍ପି ଦେଇଥିଲେ। 

ଆଗରପଡା- ବରପଦାକୁ ସଂଯୋଗ କରୁଥିବା ଜାମବଣୀ ଠାରେ ଏକ ଯାତ୍ରୀ ବିଶ୍ରାମ ଗୃହ କେଉଁ କାଳରୁ ଭାଙ୍ଗି ରୁଜି ଯାଇଥିଲା। ଖରା, ବର୍ଷା ଓ ଶୀତରେ ଲୋକମାନେ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ। ଏଠାକାର ଜନସାଧାରଣ ଓ  ଛାତ୍ରଛାତ୍ରୀମାନେ  ବାରମ୍ବାର ଅନୁରୋଧ କଲା ପରେ ବି ଶୁଣିଲାନି ପ୍ରଶାସନ। ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ସମସ୍ୟା ଦେଖି ଦିଲୀପଙ୍କ ଦେହରେ ଗଲାନି। ସେ ପାଖାପାଖି ୮ଲକ୍ଷ ଟଙ୍କା ଖର୍ଚ୍ଚରେ କରିଦେଲେ କଲେ ଯାତ୍ରୀ ବିଶ୍ରାମାଗାର। 

Advertisment

ନିଜର ଦିବଂଗତ ବାପା ଶ୍ୟାମ ସୁନ୍ଦର ସ୍ୱାଇଁଙ୍କ ନାମରେ ଏହି ବିଶ୍ରାମଗାର ନାମିତ କରାଯାଇଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ