Advertisment

Sant Premanand Maharaj: କାହିଁକି କାନ୍ଦିଲେ ସନ୍ଥ ପ୍ରେମାନନ୍ଦ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜିକାଲି ବହୁତ ଖରାପ ଅଛି। ସେ ତାଙ୍କର ପଦଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ବହୁ ଦୂରଦୂରାନ୍ତରୁ ଭକ୍ତ ଓ ସନ୍ଥମାନେ ତାଙ୍କୁ ଭେଟି ତାଙ୍କର ଦୀର୍ଘ ଜୀବନ କାମନା କରିବାକୁ ଶ୍ରୀରାଧା କେଳି କୁଞ୍ଜ ଆଶ୍ରମକୁ ଛୁଟିବାରେ ଲାଗିଛନ୍ତି।

Premanand-Maharaj-Emotion

Premanand-Maharaj-Emotion Photograph: (OTV)

Advertisment

ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଖିରେ ଲୁହ। ସେ ଗଦ୍‌ ଗଦ୍‌ ହୋଇ କାନ୍ଦୁଛନ୍ତି। କରୁଣାପୂର୍ଣ୍ଣ ଆଖି ଏବଂ ନମ୍ର ଭାବ। ତାଙ୍କ ମୁହଁରେ ଶାନ୍ତି ଏବଂ ଆନନ୍ଦ ସ୍ପଷ୍ଟ ବାରିହେଉଛି।

Advertisment

ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜିକାଲି ବହୁତ ଖରାପ ଅଛି। ସେ ତାଙ୍କର ପଦଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ବହୁ ଦୂରଦୂରାନ୍ତରୁ ଭକ୍ତ ଓ ସନ୍ଥମାନେ ତାଙ୍କୁ ଭେଟି ତାଙ୍କର ଦୀର୍ଘ ଜୀବନ କାମନା କରିବାକୁ ଶ୍ରୀରାଧା କେଳି କୁଞ୍ଜ ଆଶ୍ରମକୁ ଛୁଟିବାରେ ଲାଗିଛନ୍ତି। ନିକଟରେ ମଲୁକପିଠାଧୀଶ୍ୱର ରାଜେନ୍ଦ୍ର ଦାସ ଜୀ ମହାରାଜ ମଧ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ପ୍ରେମାନନ୍ଦ ଜୀ ତାଙ୍କୁ ଦେଖି ଖୁସିରେ ଗଦ ଗଦ ହୋଇଯାଇଥିଲେ।

ବର୍ତ୍ତମାନ ଆଶ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ଅସୁସ୍ଥ ସତ୍ତ୍ୱେ ସନ୍ଥ ପ୍ରେମାନନ୍ଦ ମହାରାଜ ନିଜେ ଦ୍ୱାର ଦେଶକୁ ଚାଲିଯାଉଛନ୍ତି ଆଉ ରାଜେନ୍ଦ୍ର ଦାସ ମହାରାଜଙ୍କୁ ସ୍ୱାଗତ କରୁଛନ୍ତି। 

Advertisment

ଏହି ଦୃଶ୍ୟ ଅତ୍ୟନ୍ତ ଭାବ-ବିହ୍ୱଳ। ପ୍ରେମାନନ୍ଦଙ୍କ ଆଖି ଛଳ ଛଳ ହୋଇଯାଉଛି। ସମଗ୍ର ଆଶ୍ରମର ପରିବେଶ ଭକ୍ତି ଏବଂ ଶ୍ରଦ୍ଧାରେ ଉଚ୍ଛୁଳି ଉଠୁଛି। ସନ୍ଥ ପ୍ରେମାନନ୍ଦ ନିଜେ ଗଦ ଗଦ ହୋଇ କାନ୍ଦୁଛନ୍ତି ଆଉ ରାଜେନ୍ଦ୍ର ଦାସଙ୍କୁ ଭୂମିଷ୍ଠ ପ୍ରଣାମ କରୁଛନ୍ତି। ରାଜେନ୍ଦ୍ର ଦାସ ମଧ୍ୟ ପ୍ରେମାନନ୍ଦଙ୍କୁ ମୁଣ୍ଡିଆ ମାରୁଛନ୍ତି।

ଏହାପରେ ପ୍ରେମାନନ୍ଦ ମହାରାଜ ନିଜେ ତାଙ୍କୁ ପାଛୋଟି ଏନି ସିଂହାସନରେ ଯାଉଛନ୍ତି ଆଉ ନିଜେ ତଳେ ବସିଯାଉଛନ୍ତି। ଏହାକୁ କିନ୍ତୁ ରାଜେନ୍ଦ୍ର ଦାସ ଗ୍ରହଣ କରୁ ନାହାନ୍ତି। ସେ ମଧ୍ୟ ତଳେ ଆସି ବସିପଡୁଛନ୍ତି। ଆଉ କହୁଛନ୍ତି, ମୁଁ ଏହାର ଯୋଗ୍ୟ ନୁହେଁ, ଆପଣ ମୋ ଠାରୁ ବଡ। କିନ୍ତୁ ପ୍ରେମାନନ୍ଦଙ୍କ ଅନୁରୋଧ ପରେ ସେ ସିଂହାସନ ଗ୍ରହଣ କରୁଛନ୍ତି। ଏହା ପରେ ପ୍ରେମାନନ୍ଦ ତାଙ୍କ ପାଦ ଧୋଇଦେଉଛନ୍ତି ଆଉ ନିଜ ବସ୍ତ୍ରରେ ପୋଛିଦେଉଛନ୍ତି। ଏହା ପରେ ଆରମ୍ଭ ହେଉଛି ଗୁରୁବନ୍ଦନା।

Advertisment

ସନ୍ଥମାନଙ୍କର ପ୍ରକୃତ ତେଜ ସେମାନଙ୍କ ବାହ୍ୟ ରୂପରେ ନୁହେଁ, ବରଂ ସେମାନଙ୍କ ଅନ୍ତଃସ୍ୱରରେ ପ୍ରତିଫଳିତ ହୁଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ