Sand Art Photograph: (OTV)
ବାଲୁକା କଳାରେ ସଡ଼କ ସୁରକ୍ଷା ଓ ପରିବେଶ ସଚେତନତା ବାର୍ତ୍ତା। ଗଞ୍ଜାମ ଗୋପାଳପୁର ବେଳାଭୂମି ମହୋତ୍ସବରେ ବାଲୁକା କଳା ମାଧ୍ୟମରେ ଏଭଳି ବାର୍ତ୍ତା ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବେଳାଭୂମିରେ ଦୁଇଟି ବିରାଟ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି ସୁଦର୍ଶନ।
ପ୍ରଥମ ବାଲୁକା କଳାରେ 100ଟି ହେଲମେଟ୍ ବ୍ୟବହାର କରି, ଏକ ବିଶାଳ ହେଲମେଟ୍ ମୂର୍ତ୍ତି ପ୍ରଦର୍ଶିତ କରିଛନ୍ତି। ଯେଉଁଥିରେ "ହେଲମେଟ୍ ପିନ୍ଧନ୍ତୁ, ଜୀବନ ବଞ୍ଚାନ୍ତୁ" ବାର୍ତ୍ତା ଦିଆଯାଇଛି। କଳା ମାଧ୍ୟମରେ ଗାଡ଼ି ଚାଳକଙ୍କୁ ସଡ଼କ ସୁରକ୍ଷାର ବାର୍ତ୍ତା ପ୍ରଦାନ କରାଯାଇଛି।
ଦ୍ବିତୀୟ ସ୍ଥାପନରେ, ପ୍ଲାଷ୍ଟିକ ବ୍ୟବହାର କରି ବର୍ଜ୍ୟବସ୍ତୁରୁ ନିର୍ମିତ ମାଛର ମୂର୍ତ୍ତି କରିଛନ୍ତି ସୁଦର୍ଶନ। ଯେଉଁଥିରେ ପାଞ୍ଚ କ୍ୱିଣ୍ଟାଲ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର ହୋଇଛି। "ଏକକ ବ୍ୟବହାର ପ୍ଲାଷ୍ଟିକକୁ ନା କୁହନ୍ତୁ" ଭଳି ଜରୁରୀ ବାର୍ତ୍ତା ଏଥିରେ ପ୍ରଦାନ କରାଯାଇଛି। ଉଭୟ ସ୍ଥାପନ ଜନସମାଗମକୁ ଆକର୍ଷିତ କରିଛି।
ରାଜ୍ୟପାଳ ହରିବାବୁ କମ୍ଭମପାଟି ମହୋତ୍ସବ ସ୍ଥଳ ପରିଦର୍ଶନ କରି କଳାକୃତି ଦେଖିଛନ୍ତି। ସ୍ଥାପନା ମାଧ୍ୟମରେ ସାମାଜିକ ବାର୍ତ୍ତାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/30/sand-art-2026-01-30-09-43-30.jpg)