Advertisment

Pods of Dolphins Spotted Off Puri Coast: ପୁରୀରେ ଚିଲିକା ଭ୍ରମ; କାଲି ଜୀବନ୍ତ ଶାମୁକା, ଆଜି ଡଲଫିନ୍

କାଲି ଜୀବନ୍ତ ଶାମୁକା, ଆଜି ଡଲଫିନ୍। ପୁରୀ ସମୁଦ୍ରକୂଳରେ ‘ଡଲଫିନ୍’ ଦଳ। ହଠାତ୍ ସମୁଦ୍ରରେ ଦେଖାଗଲେ ୪ରୁ ୫ ଡଲଫିନ୍। ଡଲଫିନ୍ ବଢ଼ାଇଲା ଉତ୍ସୁକତା। ପର୍ଯ୍ୟଟକ ଖୁସ୍।

Puri

Puri Photograph: (OTV)

Advertisment

କାଲି ଜୀବନ୍ତ ଶାମୁକା, ଆଜି ଡଲଫିନ୍। ଶ୍ରୀକ୍ଷେତ୍ର ମହୋଦଧିରେ ଆଜି ଦେଖିବାକୁ ମିଳିଛି ଡଲଫିନ୍। ଗୋଟେ କି ଦୁଇଟି ନୁହେଁ ଅନେକ ସଂଖ୍ୟାରେ ଡଲଫିନ୍ ପୁରୀ ସମୁଦ୍ର କୂଳରେ ଘୁରି ବୁଲୁଛନ୍ତି। ଚିଲିକାରୁ ୪ରୁ ୫ଟି ଡଲଫିନ୍ ପୁରୀ ଦେଇ ଚନ୍ଦ୍ରଭାଗା ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି। 

Advertisment

ହଠାତ୍ ଏତେ ସଂଖ୍ୟାରେ ଡଲଫିନଙ୍କୁ ଦେଖି ଆଚମ୍ବିତ ପର୍ଯ୍ୟଟକ। କାରଣ ଚିଲିକାରେ ସାଧାରଣତଃ ଏଭଳି ଡଲଫିନ୍ ଦେଖିବାକୁ ମିଳେ। କିନ୍ତୁ ବ୍ୟସ୍ତବହୁଳ ପୁରୀ ସମୁଦ୍ରରେ ଡଲଫିନଙ୍କ ଚଳପ୍ରଚଳ ଏବେ ଉତ୍ସୃକତା ବଢ଼ାଇଛି। ଗତକାଲି ପୁରୀ ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା ଦେଖିବାକୁ ମିଳିଥିଲା।

Puri Sea Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ