Advertisment

Panchayat Bans Smartphones: ଝିଅ, ବୋହୂଙ୍କ ପାଇଁ ସ୍ମାର୍ଟଫୋନ୍ ବ୍ୟାନ୍, ପୁରୁଷ ୟୁଜ୍ କରିବେ...

ଆଉ ସ୍ମାର୍ଟଫୋନ୍ ଚଲାଇ ପାରିବେନି ମହିଳା। ଝିଅ ବୋହୂଙ୍କ ପାଇଁ କ୍ୟାମେରା ଫୋନ୍ ବ୍ୟାନ୍‌। ୧୫ଟି ଗାଁରେ ଜାରି ହେଲା ଫରମାନ୍‌। ଗାଁର କୌଣସି ଝିଅ ବୋହୂ କ୍ୟାମେରା ବାଲା ଫୋନ୍ ଧରିବେ ନାହିଁ।

Smartphone ban for Women

Smartphone ban for Women Photograph: (OTV)

Advertisment

ଗାଁର କୌଣସି ଝିଅ ବୋହୂ ଏଣିକି ସ୍ମାର୍ଟଫୋନ୍ ବା କ୍ୟାମେରା ବାଲା ଫୋନ୍ ଧରିବେ ନାହିଁ । ନା ସୋସିଆଲ ମିଡିଆ ଚଲାଇପାରିବେ ନା ଫଟୋ ଉଠାଇପାରିବେ । ରାଜସ୍ଥାନର ଜାଲୋର ଜିଲ୍ଲାରୁ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା । ଏଠାରେ ଏକ ପଞ୍ଚାୟତ ୧୫ଟି ଗାଁରେ ମହିଳାଙ୍କ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା ଲଗାଇଛି । ଜାଲୋର ଚୌଧୁରୀ ସମୁଦାୟର, ସୁନ୍ଧାମାତା ପଟ୍ଟି ପଞ୍ଚାୟତ ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଛି ଏହି ନିଷ୍ପତ୍ତି ।

Advertisment

ପଞ୍ଚାୟତର ଫରମାନ୍ ଅନୁସାରେ, ଘରେ ଝିଅ ବୋହୂଙ୍କ ସ୍ମାର୍ଟଫୋନ୍ ଧରିବା ବନ୍ଦ । ଗାଁର ଝିଅ ବୋହୂ ଆଉ କ୍ୟାମେରା ବାଲା ଫୋନ୍ ଚଲାଇପାରିବେନି । ପୁରୁଣା କି-ପ୍ୟାଡ୍ ଫୋନ ରଖିପାରିବେ, ଯେଉଁଥିରେ କେବଳ କଲ୍, ମେସେଜ ଆସିଥାଏ । ବିବାହ ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମ କିମ୍ବା ପଡୋଶୀ ଘରକୁ ଗଲେ, ଫୋନ୍ ନେଇ ଯାଇପାରିବେ ନାହିଁ । ପାଠ ପଢୁଥିବା ଝିଅମାନେ ଆବଶ୍ୟକସ୍ଥଳେ ଘରେ ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ । କିନ୍ତୁ ବାହାରକୁ ନେଇପାରିବେ ନାହିଁ ।  ଆସନ୍ତା ଜାନୁଆରୀ ୨୬ ଜାନୁଆରୀରୁ ଲାଗୁ ହେବ ଏହି ନିୟମ ।

ଏନେଇ ପଞ୍ଚାୟତର ଯୁକ୍ତି ଯେ, ମହିଳାମାନେ ସ୍ମାର୍ଟଫୋନ୍ ଧରିବା ଯୋଗୁଁ ପିଲାମାନେ ଏହାର ବ୍ୟବହାର କରୁଛନ୍ତି । ଏଥିରେ ସେମାନଙ୍କ ଆଖି ଉପରେ ଖରାପ ପ୍ରଭାବ ପଡୁଛି । ତେଣୁ ମୋବାଇଲ ଅଭ୍ୟାସରୁ ଦୂରେଇ ରହିବାକୁ ଏହି ନିଷ୍ପତ୍ତି ନିଆଯାଇଛି । 

Advertisment

ଯାହାର ଅର୍ଥ- ମହିଳା ସ୍ମାର୍ଟଫୋନ୍ ୟୁଜ୍ କରିବେନି, କିନ୍ତୁ ପୁରୁଷ କରିପାରିବେ । ପଞ୍ଚାୟତର ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଭିନ୍ନ ସମାଜିକ ସଂଗଠନ । କେବଳ ମହିଳାଙ୍କ ପାଇଁ କାହିଁକି ଏହି କଟକଣା, ପୁରୁଷଙ୍କ ପାଇଁ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି ।

Rajasthan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ