Mother Shocked Photograph: (OTV)
ନିଜର ଘର ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ହୋଇଥାଏ। ସବୁ ଲୋକ ଚାହାଁନ୍ତି ଯେ ତାଙ୍କର ନିଜର ଗୋଟିଏ ଘର ହେଉ, ସେ ଘର ଯେତେ ଛୋଟ ହେଲେ ମଧ୍ୟ ନିଜର ହିଁ ହେଉ। ଯାହାକୁ ସେ ନିଜ ଇଚ୍ଛାରେ ସଜାଇ ପାରିବେ ଏବଂ ଶାନ୍ତିରେ ରହି ପାରିବେ।
ଯଦି ମା’ ବାପାଙ୍କ କଥା କହିବା ତ ସବୁ ମାତା-ପିତାଙ୍କର ଏହି ଇଚ୍ଛା ଥାଏ ଯେ ସେମାନଙ୍କ ପିଲାମାନଙ୍କର ମଧ୍ୟ ନିଜର ଘର ହେଉ। ଆଉ ଯେତେବେଳେ ସେମାନେ ଏହି ସ୍ୱପ୍ନକୁ ପୂରଣ କରନ୍ତି, ତାହା ଯେତିକି ଖୁସି ଦେଇଥାଏ ତାହା ସ୍ୱପ୍ନ ପୂରଣ ହେବା ଭଳି ହୋଇଥାଏ। ଏମିତି କିଛି ହିଁ ହୋଇଥିଲା ମୁମ୍ବାଇର ଜଣେ ଯୁବକଙ୍କ ମାତା-ପିତାଙ୍କ ସହ। ଯେତେବେଳେ ସେ ହଠାତ୍ ନୂଆ ଘରର ସରପ୍ରାଇଜ୍ ଦେଇଥିଲେ। ଯୁବକ ନିଜ ମାତା-ପିତାଙ୍କୁ ଘରର ଚାବି ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟକୁ ଛୁଇଁ ଦେଇଛି।
ଯୁବକ ନିଜ ମାଆଙ୍କୁ ନୂଆ ଘରକୁ ବୁଲାଇବା ବାହାନାରେ ସେଠାକୁ ଡାକିଥିଲେ। ବାପା-ମାଆ ଭାବୁଥିଲେ ଯେ ପୁଅ ଏହି ଘର ଭଡାରେ ନେଉଛି, କିନ୍ତୁ ପ୍ରକୃତ କାହାଣୀ ଅଲଗା ଥିଲା।
ଭିଡିଓରେ ଯୁବକ ନିଜ ବାପା-ମାଆଙ୍କ ସହ ଘର ଭିତରେ ଠିଆ ହୋଇଥିବାର ଦେଖାଯାଏ। ସେ ପ୍ରଥମେ କିଛି କାଗଜପତ୍ର ଓ ଗୋଟିଏ ନେମ୍ପ୍ଲେଟ୍ ସେମାନଙ୍କୁ ଦେଇଥାଏ। ମାତା-ପିତା ଏଯାଏଁ ଭାବୁଥିଲେ ଯେ ଏହା ଭଡାରେ ନିଆଯାଇଥିବା ନୂଆ ଘର। ତା’ପରେ ଯୁବକ ଜଣକ କହିଲେ ଯେ ଏହି ଘର ସେ କିଣିଛନ୍ତି, ତାହା ମଧ୍ୟ ନିଜ ବାପା-ମାଆଙ୍କ ନାଁ ରେ। ଏହା ଶୁଣିବା ମାତ୍ରେ ମା’ ଆଶ୍ଚର୍ଯ୍ୟ ହୋଇ ପୁଅକୁ ଦେଖୁଥାଏ। ତାଙ୍କ ମୁହଁରେ ଅବିଶ୍ୱାସ । ଧୀରେ ଧୀରେ ଏହା ଏକ ମିଠା ହସରେ ବଦଳି ଯାଏ। କିଛି ମୁହୂର୍ତ୍ତ ପରେ ମା’ ଓ ପୁଅ ଭାବୁକ ହୋଇ ପରସ୍ପରକୁ ଜାବୁଡି ଧରନ୍ତି। ଘର ସେମାନଙ୍କ ନାମରେ ଥିବା ଜାଣିବା ମାତ୍ରେ ବାପା ଭାବବିଭୋର ହୋଇଯାଆନ୍ତି। ସେ ପୁଅକୁ ଜାବୁଡି ଧରନ୍ତି, ତାଙ୍କ ଗାଲରେ ପ୍ରେମରେ ଚୁମ୍ବନ ଦିଅନ୍ତି ଏବଂ ହଠାତ୍ ଖୁସିରେ ନାଚିବାକୁ ଲାଗନ୍ତି।
ଏହି ଦୃଶ୍ୟ ଦେଖି ଲୋକମାନେ ଇମୋସନାଲ ହେଉଛନ୍ତି । ଭିଡିଓରେ ଯୁବକ ବାପା-ମାଆଙ୍କୁ ଚାବି ଦେଇ କହୁଛନ୍ତି, “ଏ ଘର ଆପଣଙ୍କର।” ପୁଅର ଏହି କଥା ଶୁଣି ବାପା-ମାଆଙ୍କ ମୁହଁରେ ଯେଉଁ ଖୁସି ଦେଖାଯାଉଛି, ତାହା ଯେକୌଣସି ପିଲା ପାଇଁ ସବୁଠାରୁ ବଡ ଆଶୀର୍ବାଦ।
ଭିଡିଓର କମେଣ୍ଟ ସେକ୍ସନରେ ଲୋକେ ପ୍ରଚୁର ଭଲପାଇବା ଦେଉଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ମାତା-ପିତାଙ୍କ ମୁହଁରେ ଏଭଳି ଖୁସି କେବେ ଭୁଲି ହେବ ନାହିଁ । ଆଉ ଜଣେ କହିଛନ୍ତି ଯେ ଏହା ସେହି ମୁହୂର୍ତ୍ତ ଯେଉଁଠାରେ ମାତା-ପିତାଙ୍କ ଗର୍ବ ଓ ପ୍ରେମର ଚମକ ସ୍ପଷ୍ଟ ଦେଖାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/mother-shocked-2025-12-03-15-59-32.jpg)