Binika-Divyanga-Girl Photograph: (OTV)
ମାଳମାଳ ଯୋଜନା କିନ୍ତୁ ଆଙ୍କ ପାଇଁ ସବୁ ସାତ ସପନ । ନା ଅଛି ମାଗଣା ଶିକ୍ଷା ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ନିଜ ପାଇଁ ନିଜେ ହୋଇଛନ୍ତି ସାହାରା । ରାସ୍ତା କଡ ଝୁମ୍ପୁଡିରେ ଫଳ ବିକି ପୋଷୁଛନ୍ତି ପରିବାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି । ୩ ବର୍ଷ ହେଲା ବାପାଙ୍କ ମୃତ୍ୟୁ ପରେ ପରିବାରର ବୋଝ ଦିବ୍ୟାଙ୍ଗ ଝିଅ ସଙ୍ଗୀତା ଉପରେ। ରାତି ପାହିଲେ ମା’ ସୁରେଖା ନିଜ ଦିବ୍ୟାଙ୍ଗ ଝିଅକୁ ଛୋଟିଆ ଫଳ ଦୋକାନକୁ କାଖେଇ ଆଣିଥାନ୍ତି। ବଳାଙ୍ଗୀର-ବରଗଡ ଜାତୀୟ ରାଜପଥ-୨୬ ଡୁଙ୍ଗୁରିପାଲି ରାସ୍ତାକଡରେ ରହିଛି ଫଳ ଦୋକାନ। କଦଳୀ, ସେଓ, ଅଙ୍ଗୁର, ଡାଲିମ୍ବ ଆଦି ବିକ୍ରୀ କଲେ ଦୁଇ ପଇସା ରୋଜଗାର ହୁଏ ଆଉ ପରିବାରର ଚୁଳି ଜଳେ। ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ଦେଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ନାହିଁ।
ଜନ୍ମରୁ ପୋଲିଓରେ ଆକ୍ରାନ୍ତ ହୋଇଥିବାରୁ ଦୁଇଟି ଗୋଡ ଅଚଳ। ଶହେ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ୩୫ ଶହ ଦିବ୍ୟାଙ୍ଗ ଭତ୍ତା, ୩୫ କିଲୋ ଚାଉଳ, ପକ୍କାଘର, ଜମିପଟ୍ଟା ଆଦି ଯୋଜନାରୁ ସେ ବଂଚିତ। ସଙ୍ଗୀତା ମେଟ୍ରିକ ପାସ କରିଥିଲେ ବି ଅର୍ଥ ଅଭାବରୁ କଲେଜରେ ନାଁ ଲେଖାଇ ନ ପାରି ଉଚ୍ଚ ଶିକ୍ଷା ହୋଇଛି ସାତ ସପନ। ଏପଟେ ନିଜ ଘର ନ ଥିବାରୁ ପର ଘରେ ଆଶ୍ରୟ ନେଇଛନ୍ତି ମା-ଝିଅ। ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ପଚାରିବାରୁ ତଦାରଖ କରିବା ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/binika-divyanga-girl-2025-12-14-09-11-49.jpg)