Advertisment

Shorts and Smartphones Bans For Minors: ହାଫ୍ ପ୍ୟାଣ୍ଟ ପିନ୍ଧିପାରିବେନି ପୁଅ-ଝିଅ, ସ୍ମାର୍ଟଫୋନ୍‌ ବି ଧରିବେ ନାହିଁ

ଆଉ ହାଫ୍ ପ୍ୟାଣ୍ଟ ପିନ୍ଧିପାରିବେନି ପୁଅ-ଝିଅ। ସ୍ମାର୍ଟଫୋନ୍‌ ବି ଧରିବେ ନାହିଁ। ୧୮ ବର୍ଷରୁ କମ୍ ବୟସର ପିଲା ସ୍ମାର୍ଟଫୋନ୍ ଧରିବା ଓ ବାହାରେ ହାଫ୍ ପ୍ୟାଣ୍ଟ ପିନ୍ଧି ବୁଲିବା ଉପରେ ଲାଗିଲା କଟକଣା।

Rules for Children

Rules for Children Photograph: (OTV)

Advertisment

୧୮ ବର୍ଷରୁ କମ୍ ବୟସର ପିଲା ସ୍ମାର୍ଟଫୋନ୍ ଧରିବା ଓ ବାହାରେ ହାଫ୍ ପ୍ୟାଣ୍ଟ ପିନ୍ଧି ବୁଲିବା ଉପରେ ଲାଗିଲା କଟକଣା । ଏମିତି କିଛି କଠୋର ନିୟମ ଆଣି ପୁଣିଥରେ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ଖାପ୍ ପଞ୍ଚାୟତ । ପଞ୍ଚାୟତର ନିଷ୍ପତ୍ତି, ପୁଅମାନେ କେବଳ କୁର୍ତ୍ତା, ପାଇଜାମା ଓ ଝିଅମାନେ ସାଲୱାର, କୁର୍ତ୍ତି ପିନ୍ଧିବେ । କେହି ବି ଛୋଟ ପୋଷାକ ପିନ୍ଧିପାରିବେ ନାହିଁ । ସାମାଜିକ ଅନୁଶାସନ ବଜାୟ ରଖିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

Advertisment

ଖାପ୍ ପଞ୍ଚାୟତର କହିବା କଥା, ସାର୍ଜଜନୀନ ସ୍ଥାନରେ ହାଫ୍ ପ୍ୟାଣ୍ଟ ପିନ୍ଧି ବୁଲିବା ଦ୍ୱାରା ସମାଜ ଉପରେ ଖରାପ ପ୍ରଭାବ ପଡୁଛି । ପିଲାମାନେ ନିଜ ଘରେ ଯାହା ଇଚ୍ଛା ପିନ୍ଧିପାରିବେ । ହେଲେ ବାହାରେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବା ଜରୁରୀ । ଏହି ନିୟମ ଉଭୟ ପୁଅ ଓ ଝିଅଙ୍କ ପାଇଁ ସମାନ । ସେହିପରି ସ୍ମାର୍ଟଫୋନ୍‌ ଯୋଗୁଁ ପିଲାମାନଙ୍କ ପାଠପଢା ପ୍ରଭାବିତ ହେଉଛି । ପିଲାଏ ପଢାପଢି ଅପେକ୍ଷା ଅନ୍ୟ କ୍ଷେତ୍ରରେ ଫୋନ୍ ଅଧିକ ବ୍ୟବହାର କରୁଛନ୍ତି । ତେଣୁ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସ୍ମାର୍ଟଫୋନ୍ ଦେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ଏହାଛଡା ବାହାଘରକୁ ନେଇ ବି କଡା ନିୟମ ଆଣିଛି ଖାପ୍ ପଞ୍ଚାୟତ । ଏଣିକି ବିବାହ ଉତ୍ସବ କେବଳ ଗାଁ ଭିତରେ ନହେଲେ ଘରେ ହିଁ ଆୟୋଜନ ହେବ । ମଣ୍ଡପ କିମ୍ବା ହୋଟେଲରେ ନୁହେଁ । ଅଧିକ ଅତିଥିଙ୍କୁ ନିୟନ୍ତ୍ରଣ କରିବା ଓ ଅତ୍ୟଧିକ ଖର୍ଚ୍ଚ କରିବା ବି ବାରଣ କରାଯାଇଛି । ଏହି ନିୟମ ଯେମିତି ତୃଣମୂଳ ସ୍ତରରେ ଲାଗୁ ହେବ ସେନେଇ ଗାଁ ଗାଁ ବୁଲି ଦେଖିବେ ଖାପ୍ ନେତା । ବିଭିନ୍ନ ମହଲରେ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିବା ଦେଖାଯାଇଛି । 

Advertisment

କିଛି ଦିନ ତଳେ ରାଜସ୍ଥାନ ଜାଲୋରର ଏକ ପଞ୍ଚାୟତରେ ମହିଳାମାନେ ସ୍ମାର୍ଟଫୋନ୍‌ ବ୍ୟବହାର କରିବାକୁ ବ୍ୟାନ୍ କରାଯାଇଥିଲା ।

Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ