Advertisment

Hidden in Odisha’s Hills: ପାହାଡ଼ ଜଙ୍ଗଲରେ ଲୁଚିଛି ଅମୂଲ୍ୟ ଐତିହ୍ୟ ...ପ୍ରାୟ ୪,୦୦୦ ବର୍ଷ ପୁରୁଣା କଳା

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ କୁଡ଼ିଆ ଖୁଣ୍ଟା ଗାଁ ।  ଏହି ଗାଁ ରେ ରହୁଥିବା ୪୦ରୁ ଅଧିକ ପରିବାର ନିଜର ପରିଚୟର ବୃତ୍ତିକୁ ଆପଣେଇ ନେଇଛନ୍ତି ଆଉ ପିଢ଼ି ପରେ ପିଢ଼ି କରିଆସୁଛନ୍ତି ଏହି ଢ଼ୋକରା କଳାକୁ.....

Mayurbhanj-Dokra

Mayurbhanj-Dokra Photograph: (OTV)

Advertisment

ଓଡିଶାର ପାହାଡ଼, ଜଙ୍ଗଲ ଓ ପ୍ରକୃତିର ଅଞ୍ଚଳରେ ଲୁଚିଛି ଗୋଟିଏ ଅମୂଲ୍ୟ ଐତିହ୍ୟ…କଳା ନୁହେଁ ତ, ସଂସ୍କୃତି ପରମ୍ପରାର ଏକ ନିଆରା ପରିଚୟ...ପ୍ରାୟ ୪,୦୦୦ ବର୍ଷ ପୁରୁଣା ଏହି କଳା.. ମହେଞ୍ଜୋଦାରୋ ଓ ହଡପ୍ପା ସଭ୍ୟତା ସମୟରେ ଜନ୍ମ ନେଇଥିଲା ଆଉ ଏହି କଳା ହେଉଛି ଢ଼ୋକରା...

Advertisment

ଢ଼ୋକରl ହେଉଛି ଗୋଟିଏ ପାରମ୍ପରିକ ଶିଳ୍ପୀ ସମ୍ପ୍ରଦାୟ, ଯେଉଁମାନେ ପୁରୁଷ ପୁରୁଷ ଧରି ପିତଳ ଧାତୁରେ ହସ୍ତନିର୍ମିତ କଳାକୃତି ତିଆରି କରନ୍ତି। ଏହି ଶିଳ୍ପରେ ପ୍ରକୃତି, ଆଦିବାସୀ ଜୀବନ, ପଶୁ, ଲୋକସଂସ୍କୃତି ଓ ପୌରାଣିକ ଗଳ୍ପର ଏକ ଛିଟା ଥାଏ।

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ କୁଡ଼ିଆ ଖୁଣ୍ଟା ଗାଁ ।  ଏହି ଗାଁ ରେ ରହୁଥିବା ୪୦ରୁ ଅଧିକ ପରିବାର ନିଜର ପରିଚୟର ବୃତ୍ତିକୁ ଆପଣେଇ ନେଇଛନ୍ତି ଆଉ ପିଢ଼ି ପରେ ପିଢ଼ି କରିଆସୁଛନ୍ତି ଏହି ଢ଼ୋକରା କଳାକୁ.....

Advertisment

ପରମ୍ପରା ପୁରୁଣା ହୁଏ, କିନ୍ତୁ ତାହାର ମୂଲ୍ୟ ସବୁବେଳେ ନୂଆ। “ଏହି ଶିଳ୍ପ କେବଳ ଜୀବିକା ପାଇଁ ନୁହେଁ— ଏହା ହେଉଛି ଗୌରବ, ପରିଚୟ ଏବଂ ଆମ ପାରମ୍ପରିକତାର ଜୀବନ୍ତ ପ୍ରତୀକ।”

“ପଶୁ-‍ପକ୍ଷୀ, ଜଗନ୍ନାଥ ମୂର୍ତ୍ତି, ନୃତ୍ୟଙ୍ଗନା, ଘୋଡା, ହାତୀ, ଏବଂ ଘର ସଜ୍ଜା —ହାତରେ ତିଆରି ପ୍ରତ୍ୟେକ କଳା କହୁଛି ଗୋଟିଏ ଗୋଟିଏ କାହାଣୀ… ଆଉ ମନର ଭାବନା….

Advertisment

ଆଜି ସାରା ଦେଶ ବିଦେଶର ଘରେ ଘରେ ଢ଼ୋକରl କଳାର ଆକର୍ଷଣ ବଢ଼ୁଛି ସତ, ହେଲେ କଳାକାର ପାଉନି ତା’ର ଉଚିତ ପାଉଣା। ପ୍ରାଚୀନ ଶୈଳୀ ଓ ଆଧୁନିକ ଡିଜାଇନର ମିଶ୍ରଣରେ ତିଆରି ହେଉଥିବା ସବୁ ଜିନିଷ ବାହାର ବଜାରରେ ଉଚ୍ଚ ମୂଲ୍ୟ ବିକ୍ରି ହେଉଥିଲେ ମଧ୍ୟ ବେପାରି ହିଁ ହେଉଛନ୍ତି ମାଲେମାଲ୍। ରାତିଦିନ ଧରି ପରିଶ୍ରମ କରୁଥିବା ଶିଳ୍ପୀକୁ କେବଳ ସମୁଦ୍ରକୁ ଶଙ୍ଖେ ଭଳି ମୂଲ୍ୟରେ ସନ୍ତୁଷ୍ଟ ହେବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ