Advertisment

Radio’s 50-Year Love Story: ଆଜି ବିଶ୍ବ ରେଡ଼ିଓ ଦିବସ; ୫୦ ବର୍ଷ ପ୍ରେମର ମୁକ ସାକ୍ଷୀ ଏହି ବେତାରଯନ୍ତ୍ର

ଆଜି ବିଶ୍ବ ରେଡ଼ିଓ ଦିବସ। ୫୦ ବର୍ଷ ପ୍ରେମର ମୁକ ସାକ୍ଷୀ ଏହି ବେତାରଯନ୍ତ୍ର। ସ୍ମାର୍ଟଫୋନ୍ ଯୁଗରେ ବି ରେଡିଓ ଶୁଣୁଛନ୍ତି ବୃଦ୍ଧ ଦମ୍ପତି। ସକାଳୁ ସନ୍ଧ୍ୟା ଯାଏଁ ପାଖରେ ରଖୁଛନ୍ତି ରେଡିଓ।

World Radio Day

World Radio Day Photograph: (OTV)

Advertisment

ଆଜି ବିଶ୍ବ ରେଡ଼ିଓ ଦିବସ। ୧୮୯୫ ରେ ଆବିଷ୍କାର ହୋଇଥିବା ଏହି ଯନ୍ତ୍ର ଏକଦା ଘରେ ଘରେ ପରିଚିତ ଥିଲା। ଗୋଟାଏ ଶତାବ୍ଦୀରୁ ଅଧିକ ସମୟ ଧରି ସମସ୍ତଙ୍କ ଅତି ପ୍ରିୟ ପାଲଟି ଥିବା ଏହି ଯନ୍ତ୍ରକୁ ଦେଖିବା ଏବେ ବିରଳ। ହେଲେ ଏ ଅଦରକାରୀ ବସ୍ତୁ ଆଜି ବି କାହା ପାଇଁ ମୋତି ମାଣିକ ଠୁ କମ୍ ନୁହଁ। 

Advertisment

ଦୀର୍ଘ ୫୦ ବର୍ଷ ପ୍ରେମର ମୁକ ସାକ୍ଷୀ ପାଲଟିଛି ରେଡିଓ। କେତେବେଳେ ପ୍ରେମର ଗୀତ ଗାଇଛି, ତ ପୁଣି କେବେ ଦେଶ ବିଦେଶର ବାର୍ତ୍ତା ଦେଇଛି। ରେଡ଼ିଓ ଗୀତର ଛୁଙ୍କରେ ମନ ସତେଜ ବି ହୋଇଛି। ଆଜିକା ଦିନରେ ଲୋପ ପାଉଥିବା ଏହି ରେଡିଓ ଯେ, କେତେ ମୂଲ୍ୟବାନ, ଯିଏ ବ୍ୟବହାର କରିଛି ସିଏ ଜାଣିଛି। ଏ ରେଡ଼ିଓ ସତେ ଯେମିତି ଏହି ବୃଦ୍ଧ ଦମ୍ପତିଙ୍କ ପ୍ରେମର ସାକ୍ଷୀ ପଲଟିଛି। 

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ସାହୁପଡ଼ା, ସର୍ଦ୍ଦାର ପାଳ ଗାଁର ପଦ୍ମ ଲୋଚନ ମହାଳିକ ଓ ରୁକ୍ମଣୀ ମହାଳିକ। ବୟସ ୮୦ ବର୍ଷରୁ ଅଧିକ ହେଲାଣି। ନୁଆଁଣିଆ ଚାଳ ଘରେ ଜୀବନ ବିତାଉ ଥିବା ଏଇ ବୃଦ୍ଧ ମଉସା ମାଉସୀଙ୍କର ଯଦି କିଛି ସମ୍ପତ୍ତି ଥାଏ ତାହା ହେଉଛି କେବଳ ଏହି ରେଡିଓ। ଏ ରେଡିଓ ଯେମିତି ସେମାନଙ୍କ ପାଇଁ ପ୍ରେମର ଗୀତ ଗାଉଛି। 

Advertisment

ଘର ପିଣ୍ଡାରେ ବସନ୍ତୁ କି ଗାଁ ଦାଣ୍ଡରେ ବୁଲନ୍ତୁ ଉଭୟଙ୍କ ପାଇଁ ରେଡିଓ ହିଁ ସାଥୀ ପାଲଟିଛି। ସମାଚାର ହେଉ କି ରାମାୟଣ, ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ ହେଉ କି କୃଷିବାଣୀ, ସବୁ କିଛି ଏଇ ରେଡ଼ିଓ ହିଁ ଅନର୍ଗଳ ଗାଈ ଥାଏ ଏମାନଙ୍କ ପାଖରେ। ଲୋପ ପାଉଥିବା ଏହି ରେଡିଓ ଯେ, ଅନେକଙ୍କର ଆବେଗ ତାହା ଏହି ମଉସା ମାଉସୀଙ୍କୁ ଦେଖିଲେ ବେଶ୍ ବାରି ହେଇ ପଡ଼ୁଛି। 

ଏ ସ୍ମାର୍ଟ ଫୋନ୍ ଯୁଗରେ ରେଡ଼ିଓ ର ଯତ୍ନ ନିଜ ପିଲା ଭଳି ନେଉଛନ୍ତି। ରେଡ଼ିଓ ସହିତ ଏହି ଦମ୍ପତ୍ତିଙ୍କର ସମ୍ପର୍କ ଏତେ ନିବିଡ ଯେ, ଜଣେ ନ ଶୁଣି ସୋଇ ପଡ଼ିଲେ ଆଉ ଜଣେ ସକାଳୁ ରାତିରେ ରେଡ଼ିଓରେ କଣ ଶୁଣିଥିଲେ ପରସ୍ପର ସହ ଆଲୋଚନା କରନ୍ତି। ଏହି ପରିଣତ ବୟସରେ ମଧ୍ୟ ଏମାନଙ୍କ ଜୀବନକୁ ପୁରା ସରଳ କରି ଦେଇଛି ଏହି ରେଡିଓ।

Advertisment

World Radio Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ