JHIA-HELE-MUNDANA Photograph: (OTV)
ବାପା ତୁମେ ମତେ କୋଳେଇ କାଖେଇ ବଡ଼ କଲ। ପାଠ ପଢେଇ ମଣିଷ କଲ। ମୁଁ MBA କଲି, ଆଜି HR ହୋଇ ଚାକିରି ପାଇଛି। ଆଜି ଯାହା ବି ମୁଁ ହୋଇଛି ସବୁ ତୁମରି ପାଇଁ ବାପା… ସବୁ ତୁମରି ପାଇଁ… ହେଲେ ମୁଁ ହତଭାଗ୍ୟ ଆଜି ତୁମ ପାଇଁ ତୁଠରେ ବସି ମୁଁ ପିଣ୍ଡ ବାଢ଼ୁଛି… ମୋ ବାହାଘର ତୁମେ ଦେଖିବା ପୂର୍ବରୁ ଆଜି ମତେ ତୁମ କ୍ରିୟ କର୍ମ କରବାକୁ ପଡ଼ୁଛି… ତୁମ ଅନୁପସ୍ଥିତି ସଦାବେଳେ ହୃଦୟରେ ରହିଯିବ ବାପା…
ସମାଜ ବଦଳିଛି। ଯାହା ଠିକ୍ ତାହା କରାଯାଉଛି। ପୁଅ ନାହିଁ ବୋଲି କଣ ଝିଅ ଟିଏ ତା ବାପାଙ୍କ ପାଇଁ ଲଣ୍ଡା ହୋଇ ପାରିବନି? ସେମିତି ତ କେଉଁଠି ମନା କରାଯାଇନାହିଁ? ତାହାଲେ ଅସୁବିଧା କଣ? ଆଜି ଏମିତି କିଛି କରି ଦେଖାଇଛନ୍ତି ଏହି ଯୁବତୀ ଜଣକ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ଗାଁର ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ଜେନାଙ୍କର କିଛି ଦିନତଳେ ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ପରିବାର କହିଲେ ତାଙ୍କର ଦୁଇ ଝିଅ ଆଉ ପତ୍ନୀ। ବାପାଙ୍କ ଦେହାନ୍ତ ପରେ ସାନ ଝିଅ ସସ୍ମିତା ଜେନା ନିଜ ମୁଣ୍ଡକୁ ସବୁ ଦାୟିତ୍ୱ ନେଇ ତୁଠ କାମ ଠାରୁ ଆରମ୍ଭ କରି ଭୋଜି ଭାତ ପର୍ଯ୍ୟନ୍ତ ସବୁ ଏକାଏକା କରିଛନ୍ତି ପୁଅଟିଏ ପରି।
ସ୍ୱର୍ଗତଃ ଶ୍ରୀବତ୍ସ ଜେନା ବେସ୍ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ଥିଲେ। ପିଲାମାନଙ୍କୁ ଉତ୍ତମ ସଂସ୍କାରରେ ଗଢ଼ିଥିଲେ। ଉଚ୍ଚ ନିଚ୍ଚ, ଭେଦଭାବ ପୁଅ ଝିଅ ଏଭଳି ଭେଦଭାବରୁ ଦୂରେଇ ରହିବା ପାଇଁ ପିଲାମାନଙ୍କୁ ପିଲାଟି ଦିନରୁ ଶିଖେଇ ଆସିଥିଲେ। ଆଉ ଆଜି ସମାଜରେ ଚାଲି ଆସିଥିବା ପ୍ରଥାରୁ ଦୁଇପାଦ ଆଗକୁ ବଢ଼ି ଝିଅ ସସ୍ମିତା ତାଙ୍କ କର୍ତ୍ତବ୍ୟ ତୁଲାଇଛନ୍ତି। ସ୍ୱର୍ଗରେ ଥାଇ ବେପା ତାଙ୍କ ଝିଅକୁ ଆଜି ନିଶ୍ଚୟ ଆଶୀର୍ବାଦ କରୁଥିବେ…
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/23/jhia-hele-mundana-2025-12-23-13-04-13.jpg)