Boy Rolls on Road Photograph: (OTV)
ପ୍ରେମିକା ପାଇଁ ଦଣ୍ଡ ପ୍ରଣାମ। ପ୍ରେମିକାକୁ ସଦବୁଦ୍ଧି ଦେବାକୁ ଶିବରାତ୍ରୀରେ ଦଣ୍ଡ ପ୍ରଣାମ କରି ଠାକୁରଙ୍କ ପାଖକୁ ଆସିଲେ ପ୍ରେମିକ। ମୁନିଗୁଡା ବ୍ଲକ ଅମ୍ବାଦଳା କପିଳେଶ୍ୱର ମନ୍ଦିରକୁ ଯିବାବେଳେ ଗତକାଲି ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।। ଇଚ୍ଛାପୁର ପଂଚାୟତ ଡାଙ୍ଗବାଡ଼ି ଗାଁର ଲୋକନାଥ ଡ଼ଙ୍ଗରି ଉଚ୍ଚ ଶିକ୍ଷିତ।
ଚେନ୍ନାଇର ଏକ କମ୍ପାନୀରେ ଅପାରେଟର ଭାବେ କାର୍ଯ୍ୟ କରନ୍ତି। ହେଲେ ଲୋକନାଥ ନିଜ ପ୍ରେମିକାଙ୍କ ସହ ମନୋମାଳିନ୍ୟ ଦୂର କରିବା ପାଇଁ ଗୁହାରି କରି ଡାଙ୍ଗବାଡ଼ି ଠାରୁ ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଦଣ୍ଡ ପ୍ରଣାମ କରି ଯାଇଥିଲେ। ପୁଅର ଏଥିରେ ସାହାଯ୍ୟ କରିଥିଲେ ବାପା-ମାଆ। ଏ ଦୃଶ୍ୟ ବେଶ୍ ରୋଚକ ସୃଷ୍ଟି କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/boy-rolls-on-road-2026-02-16-14-21-06.jpg)