Advertisment

Bond with Nature: ଏ ଲୋକଙ୍କୁ କାହିଁକି ଗୋଡ଼ାନ୍ତି ପକ୍ଷୀ ? ଡାକିଦେଲେ କିଚିରି ମିଚିର ଶବ୍ଦ କରି ଚାରିପଟେ ଉଡିବୁଲନ୍ତି

କୋମନା ବ୍ଲକ ଆଗ୍ରେନ ଗାଁ ବସଷ୍ଟପ ପାଖରେ ସୁନୀଲଙ୍କ ଏକ ଛୋଟିଆ ଟିଫିନ୍ ଦୋକାନ ଅଛି ।  ସକାଳ ୬ଟା ବାଜିଲା ମାତ୍ରେ ବୁନ୍ଦି, ଧାନ, ଚାଉଳ,ଡାଲି କି ମକା ଧରି ଗାଁ ଦେଇ ଯାଇଥିବା ବିଜୁ ଫୋର୍ ୱେ ରାସ୍ତାକୁ ଚାଲିଆସନ୍ତି ସୁନୀଲ ।

Bird-Lover-Sunil-Nuapada

Bird-Lover-Sunil-Nuapada Photograph: (OTV)

Advertisment

ତାଙ୍କୁ ଦେଖିବା କ୍ଷଣି ଧାଇଁଆସନ୍ତି ଶହ ଶହ ପକ୍ଷୀ । ସେ ଆ ଆ... କହି ଡାକିଦେଲେ କିଚିରି ମିଚିର ଶବ୍ଦ କରି ଚାରିପଟେ ଉଡିବୁଲନ୍ତି । ଏ କାଉ, ବଣି, ଶାରୀ, ଘରଟିଆଙ୍କ ସହ ଯେମିତି ଏକ ନିବିଡ଼ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ସେ । ପ୍ରତିଦିନ ନିଜ ହାତରେ ଏମାନଙ୍କୁ ଖାଇବାକୁ ଦେଇ ଖୁସି ପାଆନ୍ତି ।  ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଆଗ୍ରେନ ଗାଁର ସୁନୀଲ ବାଗ । 

Advertisment

କୋମନା ବ୍ଲକ ଆଗ୍ରେନ ଗାଁ ବସଷ୍ଟପ ପାଖରେ ସୁନୀଲଙ୍କ ଏକ ଛୋଟିଆ ଟିଫିନ୍ ଦୋକାନ ଅଛି ।  ସକାଳ ୬ଟା ବାଜିଲା ମାତ୍ରେ ବୁନ୍ଦି, ଧାନ, ଚାଉଳ,ଡାଲି କି ମକା ଧରି ଗାଁ ଦେଇ ଯାଇଥିବା ବିଜୁ ଫୋର୍ ୱେ ରାସ୍ତାକୁ ଚାଲିଆସନ୍ତି ସୁନୀଲ । ରାସ୍ତା ଉପରେ ଖାଦ୍ୟ ବଞ୍ଚିଦିଅନ୍ତି । ଆଉ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଉଡି ଆସି ଏଠି ନିର୍ଭୟରେ ଖାଦ୍ୟ ଖାଆନ୍ତି l ଆଜିକୁ ୩ ବର୍ଷ ହେଲା ସବୁଦିନ ଏମିତି ପକ୍ଷୀମାନଙ୍କୁ ଖାଦ୍ୟ ଦେଇଆସୁଛନ୍ତି ପକ୍ଷୀପ୍ରେମୀ ସୁନୀଲ ।

ଏମିତି କେଉଁ ଦିନ ନାହିଁ ଯେଉଁଦିନ ସେ ପକ୍ଷୀମାନଙ୍କୁ ଖାଇବାକୁ ଦେଇନାହାନ୍ତି । ଖାଲି ସେ ନୁହଁନ୍ତି ତାଙ୍କର ପୂରା ପରିବାର ବି ଏବେ ପକ୍ଷୀ ପ୍ରେମରେ । 

Advertisment

ପକ୍ଷୀମାନଙ୍କ ସହ ସୁନୀଲଙ୍କ ଏକ ନିଆରା ସମ୍ପର୍କ ।  ପୂର୍ବଦିନ ସନ୍ଧ୍ୟାରୁ ପକ୍ଷୀଙ୍କ ପାଇଁ ଖାଦ୍ୟ ସାଇତି ରଖିଥାନ୍ତି ସୁନୀଲ । ଆଉ ସକାଳେ ହେଲା ମାତ୍ରେ ଖାଦ୍ୟ ଧରି ବାହାରି ପଡନ୍ତି । ସୁନୀଲଙ୍କ ଏମିତି ପକ୍ଷୀ ପ୍ରେମକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ