Horoscope Photograph: (OTV)
ମେଷ
ଅଶ୍ୱନୀ- ପରିସ୍ଥିତି ବଶତଃ କଠୋର ବାକ୍ୟାଳାପରୁ ଦୂରେଇ ରହିବା ଭଲ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲାରେ ସମର୍ଥ ହେବେ । ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ପ୍ରତି ପଦକ୍ଷେପରେ ବାଧା ସୃଷ୍ଟି କରିପାରେ।
ଦ୍ୱିଜା- କୌଣସି ଜିନିଷଟି ପାଇଁ ସହକର୍ମୀଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ। ଦୀର୍ଘଦିନର ଆଶା ଫଳବତୀ ହେବା ସୂଚନା ପାଇ ମନ ପ୍ରଫୁଲ୍ଲ ହୋଇଯିବ। ଆକସ୍ମିକ ଭାବରେ ଶତ୍ରୁମାନେ ମିତ୍ରଭାବ ପୋଷଣ କରିବାର ଅନୁଭବ କରିବେ।
କୃତିକା- କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ । ବାଦୀୟ ସ୍ଥିତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟ ଲାଭ ନିଶ୍ଚିତ। ଦୀର୍ଘଦିନରୁ ଲାଗିରହିଥିବା ମାଲିମକଦ୍ଦମାର ଫଇସଲା ସମ୍ଭାବନା ରହିଛି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ
କୃତିକା- କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ। ପଦୋନ୍ନତି କେତେକାଂଶରେ ମାନସିକ ସ୍ଥିତିକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିବ। ନୂତନ ସ୍ଥାନରେ କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିପାରନ୍ତି।
ରୋହିଣୀ- ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ ଶିକ୍ଷାରେ ସଫଳତା ଲାଭ କରିବେ । ପରିବାରର ଅଭିଯୋଗ ପ୍ରତି ଧ୍ୟାନ ନ ଦେବା ମନାନ୍ତର ବୃଦ୍ଧି କରିପାରେ।
ମୃଗଶିରା- ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ । ସାହାର୍ୟ୍ୟ ସହଯୋଗ ପାଇ ଆଧ୍ୟାତ୍ମିକ ଓ ବୈାଦ୍ଧିକ କ୍ଷମତା ପ୍ରାପ୍ତ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ମୃଗଶିରା- ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ଫଳ ପ୍ରାପ୍ତି ହୋଇପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଆଦ୍ରା- ଉପର ମନରେ ମିତ୍ରଭାବ ଦେଖାଉଥିବା ବନ୍ଧୁମାନେ ପଛରେ ସରଳତାର ସୁଯୋଗ ଲାଭରେ ରହିବେ। ସାମାଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ। ସାଧାରଣ କଥାରେ ପଡ଼ୋଶୀଙ୍କ ସହ ମନାନ୍ତର ଦେଖା ଦେଇପାରେ।
ପୁନର୍ବସୁ- କୌଣସି ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କାମ, କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟାର ସରଳ ସମାଧାନ ହୋଇଯିବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସବୁ ଠିକ୍ ହୋଇଯିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ
ପୁନର୍ବସୁ- ମାନସିକ ଶାନ୍ତି ପାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାର୍ୟ୍ୟ ସହଯୋଗ କରିବେ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ
ପୁଷ୍ୟା- ସହକର୍ମୀଙ୍କ ସହଯୋଗ ପାଇ କାମ ହାସଲ କରିବେ। ସଂଗଠନ, ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବେ।
ଅଶ୍ଲେଷା- ଅଦାଲତରେ ଜୟଯୁକ୍ତ ହେବେ । ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ
ମଘା- ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ଲୋକପ୍ରିୟତା ରହିଥିବାରୁ କଠିନତର କାମକୁ ମଧ୍ୟ ସହଜରେ କରିପାରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ କାର୍ଯ୍ୟ ହାସଲ ପୂର୍ବକ ଉପକୃତ ହେବେ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ସମାଲୋଚିତ ହେଲେ ମଧ୍ୟ ସତ କହିବାକୁ କଦାପି ପଛେଇ ରହି ପାରିବେ ନାହିଁ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କଳା, ସାହିତ୍ୟ, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ
ଉ,ଫାଲଗୁନି- ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ବନ୍ଧୁ ପରିଜନଙ୍କ ସହିତ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା
ଉ,ଫଳଗୁନି- ପରିବାରରେ ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ।
ହସ୍ତା- ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର୍ଯ୍ୟ ଭାଗନେଇ ଗଠନ ମୂଳକ କାର୍ଯ୍ୟ ପ୍ରସ୍ତୁତି ଆରମ୍ଭ କରିବେ । ଲୋକ ମାନେ ଆପଣଙ୍କ ଜ୍ଞାନ ଦ୍ୱାରା ପ୍ରଭାବିତ ହେବେ । ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ ।
ଚିତ୍ରା- ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରିବା ଭଲ ହେବ । ରାଜନୈତିକ କ୍ଷେତ୍ରରେ ଯଶଲାଭ ହେବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରନ୍ତୁ
ତୁଳା
ଚିତ୍ରା- ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିପାରେ। ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ପାରିବାରିକ କ୍ଷେତ୍ରରେ ସହମତି ଭିତ୍ତିରେ କାମ କରିବା ଭଲ।
ସ୍ୱାତୀ- ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଅଫିସ୍ କାମରେ ଅବହେଳା ଦେବାକୁ ପଡ଼ିପାରେ।
ବିଶାଖା- ଅପୂରଣୀୟ ଆଶା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ସବୁ କିଛି ଭୁଲି ଅନ୍ୟମାନଙ୍କୁ ଆପଣେଇନେବେ। କଥା ଓ କାମରେ ଫରକ ରହିଲେ ମଧ୍ୟ ମୁହଁ ସାମ୍ନାରେ କହିପାରିବେ ନାହିଁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା
ବିଶାଖା- ମନରେ ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେବାକୁ ପଡ଼ିପାରେ।
ଅନୁରାଧା- କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ। ଅଫିସ୍ରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ଜ୍ୟେଷ୍ଠା- ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ
ମୂଳା- ଦୁଃସ୍ଥ ପରିବେଶରେ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହି ନ ପାରେ।
ପୂ,ଷାଢା- ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି। ଛାତ୍ରୀ ମାନେ ପଢାରେ ଆଗକୁ ଯିବେ
ଉ,ଷାଢା- ଅନ୍ୟମନସ୍କ ଜନିତ କୌଣସି ଭୁଲ୍ କାମକରି ଅନୁତପ୍ତ ହେବାକୁ ପଡ଼ିପାରେ। ପଦପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିବେ । ସାହିତ୍ୟ ଚର୍ଚ୍ଚା, ମନୋରଞ୍ଜନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ,ଷାଢା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ପରିବାରରେ ତିକ୍ତତା ଦେଖାଦେଇ ପାରେ । ବ୍ୟବସାୟରେ ବଡ ବ୍ୟବସାୟୀଙ୍କ ସହ ହାତ ମିଳାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି ।
ଶ୍ରବଣା- ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍ ବିଚାର କରନ୍ତୁ। ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ। ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି।
ଧନିଷ୍ଠା- ଆପଣଙ୍କ କଳାତ୍ମକ ବଢିପାରେ । ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ । କୋର୍ଟ କଚେରୀ ଓ ମାଲିମକଦ୍ଦମାରେ ବିଜୟୀ ହେବା ସହ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ
ଧନିଷ୍ଠା- ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ । ବିଭିନ୍ନ ପ୍ରକାର ସୁଖ ଓ ବିଳାସବ୍ୟସନ ଦିଗକୁ ମନ ଚାହିଁବ। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ।
ଶତଭିଷା- ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି ପାଇବେ। ଅର୍ଥ ସମ୍ପର୍କ ଓ ଜମିବାଡ଼ିକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ। ପ୍ରତିଯୋଗିତା, ବ୍ୟବସାୟ ବାଣିଜ୍ୟ, ମକଦ୍ଦମା ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ
ପୂ,ଭାଦ୍ରପଦ- ହଠାତ୍ କୈାଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଲେଖାପଢ଼ା ତଥା ପ୍ରକାଶନ ଓ ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ। ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ
ପୂ,ଭାଦ୍ରପଦ- ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ।
ଉ,ଭାଦ୍ରପଦ- ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ସାମାଜିକ ସ୍ଥିତି ବଜାୟ ରହିବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ।
ରେବତୀ- ଛାତ୍ରଛାତ୍ରୀ ମାନେ ପଢାରେ ଅଗ୍ରଗତି କରିବେ । ଜମିଜମାକୁ ନେଇ କୋର୍ଟର ଦ୍ୱାରସ୍ଥ ହେବେ । ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/horoscope-2025-10-31-08-27-57.jpg)