Advertisment

AI-based Joint Replacement: ଓଡିଶାରେ AI ଜଏଣ୍ଟ୍ ରିପ୍ଲେସମେଣ୍ଟ, ଆଉ ଯିବା ପଡିବନି ବାହାରକୁ

ଭୁବନେଶ୍ୱରର CARE Hospitals-ରେ ଏକ ଐତିହାସିକ କାର୍ଯ୍ୟକ୍ରମ “Gratitude & AI Launch” ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଫଳତାର ସହିତ ରୋବୋଟିକ୍ ଆଠୁ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର ହୋଇଥିବା ରୋଗୀଙ୍କୁ ସମ୍ମାନିତ କରାଯାଇଛି।

AI-based Joint Replacement

ଓଡିଶାରେ AI ଜଏଣ୍ଟ୍ ରିପ୍ଲେସମେଣ୍ଟ Photograph: (OTV)

Advertisment

ଭୁବନେଶ୍ୱରର CARE Hospitals-ରେ ଏକ ଐତିହାସିକ କାର୍ଯ୍ୟକ୍ରମ “Gratitude & AI Launch” ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଫଳତାର ସହିତ ରୋବୋଟିକ୍ ଆଠୁ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର ହୋଇଥିବା ରୋଗୀଙ୍କୁ ସମ୍ମାନିତ କରାଯାଇଛି। ଏହା ସହିତ AI-ଚାଳିତ ଆଣ୍ଠୁ ଓ ହିପ୍ ରିପ୍ଲେସମେଣ୍ଟ ଉନ୍ମୋଚନ କରାଯାଇଛି। ଏହା ଓଡ଼ିଶାରେ ଆଧିନିକ ଜଏଣ୍ଟ୍ ରିପ୍ଲେସମେଣ୍ଟ୍ ସେବାକୁ ସ୍ଥାନୀୟ ରୋଗୀଙ୍କ ପାଖକୁ ଆଣିଛି, ଯାହା ରାଜ୍ୟ ବାହାରକୁ ଯିବାର ଆବଶ୍ୟକତା କମାଇଛି।

Advertisment

ଏହି ଅବସସରେ ସୁସ୍ଥ ରୋଗୀମାନଙ୍କୁ Gratitude Ceremony ରେ ସମ୍ମାନିତ କରାଯାଇଛି। ଏହି ପ୍ରକ୍ରିୟା ଦୈନନ୍ଦିନ କାର୍ଯ୍ୟକଳାପକୁ  ସହଜ କରିବାରେ ସାହାଯ୍ୟ କରିବା ସହ ଆତ୍ମବିଶ୍ୱାସକୁ ବୃଦ୍ଧି କରିଥିବା ରୋଗୀ କହିଛନ୍ତି।
ଭୁବନେଶ୍ୱର CARE Hospitals-ର ପ୍ରସିଦ୍ଧ ଅର୍ଥୋପେଡିକ୍ ସର୍ଜନ ଡା. ସନ୍ଦୀପ ସିଂହ କହିଛନ୍ତି - “AI-ନିର୍ଦ୍ଦେଶିତ ଜଏଣ୍ଟ୍ ରିପ୍ଲେସମେଣ୍ଟ ରୋଗୀଙ୍କ ପୂର୍ବ-ଅପରେଟିଭ୍ ଯୋଜନା, ସଠିକ୍ ଇମ୍ପ୍ଲାଣ୍ଟ ଚୟନ, କମ୍ ସର୍ଜରୀ ସମୟ, ନରମ-ଟିସୁ ଆଘାତ କମାଇ ଦ୍ରୁତ ଆରୋଗ୍ୟ ସୁନିଶ୍ଚିତ କରେ, ଯାହା ଫଳରେ ଉନ୍ନତ କ୍ଲିନିକାଲ୍ ଫଳାଫଳ ଓ ରୋଗୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଏ। AI ପ୍ଲାଟଫର୍ମ ଆଣ୍ଥୁ, ହିପ୍, କାନ୍ଧ ଏବଂ ଯୁନିକଣ୍ଡାଇଲାର୍ joint replacement ସମର୍ଥନ କରେ, ଏବଂ ଖର୍ଚ୍ଚ କମ୍ କରି ସୁଲଭ ମୂଲ୍ୟରେ ସେବା ଯୋଗାଇ ଦିଏ।”

ସେହିପରି CARE Hospitalର ଜୋନାଲ୍ ସିଓଓ ଶ୍ରୀ କିସଲେ ଆନନ୍ଦ କହିଛନ୍ତି -“CARE Hospitals ରେ ଆମେ ଏମିତି ନୂତନତାକୁ ଗ୍ରହଣ କରୁ ଯାହା ରୋଗୀଙ୍କ ପାଇଁ ସଠିକ୍ ଚିକିତ୍ସା ସୁବିଧା ଆଣେ। ଭୁବନେଶ୍ୱରରେ AI-ଚାଳିତ joint replacement ର ଉଦ୍ଘାଟନ ଓଡ଼ିଶାରେ ଉନ୍ନତ ଅର୍ଥୋପେଡିକ୍ ସେବାକୁ ନିକଟତର କରିଛି।”

Advertisment

କାର୍ଯ୍ୟକ୍ରମରେ ସୁସ୍ଥ ରୋଗୀଙ୍କ ସହ ପାରସ୍ପରିକ କ୍ରିୟା ଏବଂ AI-based surgical planning ର demonstration ମଧ୍ୟ ହୋଇଥିଲା, ଯାହା ପ୍ରଯୁକ୍ତି କିପରି ଅର୍ଥୋପେଡିକ୍ ଚିକିତ୍ସାକୁ ଆଧୁନିକ ଆକାର ଦେଉଛି ତାହା ଦେଖାଇଥିଲା।

CARE Hospitals, ଭୁବନେଶ୍ୱର, ଏହି ଉଦ୍‌ଘାଟନ ସହିତ ଭବିଷ୍ୟତ-ସଚେତନ, ରୋଗୀ-କେନ୍ଦ୍ରିକ ଏବଂ ପ୍ରଯୁକ୍ତି-ଆଧାରିତ ଅର୍ଥୋପେଡିକ୍ ସେବାରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି।
ସୂଚନା ମୁତାବକ, CARE Hospitals ଭାରତର ୭ଟି ସହରରେ ୧୭ଟି ସ୍ୱାସ୍ଥ୍ୟସେବା ସଂସ୍ଥା ସଂଚାଳନା କରୁଛି। ଏସବୁ ଭୁବନେଶ୍ୱର, ହାଇଦ୍ରାବାଦ, ବିଶାଖାପଟଣା, ରାୟପୁର, ନାଗପୁର, ଇନ୍ଦୋର ଏବଂ ଔରଙ୍ଗାବାଦରେ ଅଛି। CARE Hospitals ଭାରତର ସର୍ବୋତ୍ତମ ହସ୍ପିଟାଲ ଶୃଙ୍ଖଳା ମଧ୍ୟରେ ଗଣାଯାଏ।

Advertisment
Joint Replacement Care Hospitals Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ