Advertisment

Antibiotic Risks Explained: ଆଣ୍ଟିବାୟୋଟିକର ସାଇଡ୍ ଇଫେକ୍ଟ, ଆପଣ ଜାଣିବା ନିହାତି ଜରୁରୀ

ଆଣ୍ଟିବାୟୋଟିକ ସମସ୍ତ ରୋଗର ଔଷଧ ନୁହେଁ, ଆଣ୍ଟିବାୟୋଟିକ କେବଳ ବ୍ୟାକ୍ଟେରିଆକୁ ମାରେ ଭାଇରସକୁ ନୁହେଁ । ଆଉ ସର୍ଦ୍ଦି,କାଶ କିମ୍ବା ଗଳାବଥା ହେବା ଅବା କାନ ଇନଫେକ୍ସନ କରିବା ପରି ରୋଗ ଭାଇରସ ଦ୍ୱାରା ହୋଇଥାଏ । ଆଣ୍ଟିବାୟୋଟିକ ଔଷଧ ଭାଇରସକୁ ପ୍ରତିରୋଧ ବା ମାରି ପାରେନାହିଁ , ଏହା ବ୍ୟାକ୍ଟେରିଆକୁ ମାରେ ।

Antibiotics

Antibiotics Photograph: (OTV)

Advertisment

ଆପଣଙ୍କୁ ଛିଙ୍କ ହେଉଛି, କାଶ କିମ୍ବା ସର୍ଦ୍ଦି ରହିଛି ତାହେଲେ ଆପଣ ସିଧା ମେଡିସିନ ଦୋକାନକୁ ଯାଉଛନ୍ତି ଆଉ ନିଜ ରୋଗ କଥା କହି କିଛି ମେଡିସିନ ମାଗୁଛନ୍ତି । ଦୋକାନୀ ଆପଣଙ୍କୁ କିଛି ଔଷଧ ଦେଇ ଖାଇବାର ପ୍ରଣାଳୀ ବତାଇଦେବା ପରେ ଆପଣ ଖାଉଛନ୍ତି । କିମ୍ବା ଏମିତି ବି ହୁଏ, ଆପଣ କିଛି ମେଡିସିନର ନାଁ ଜାଣିଛନ୍ତି ଆଉ ସେଇ ମେଡିସିନ ମାଗୁଛନ୍ତି ତା ସହିତ କହୁଛନ୍ତି ଆଣ୍ଟିବାୟୋଟିକ ମିଶାଇ ମୋତେ ଦିଅ, ଦୋକାନୀ ବି ଆପଣଙ୍କୁ ଆଣ୍ଟିବାୟୋଟିକ ମେଡିସିନ ଦେଇ ଦେଉଛି ।

Advertisment

ଆଉ ରୋଗ ଭଲହେବା ପରେ ଆପଣଙ୍କ ମନରେ ଗୋଟିଏ କଥା ବସା ବାନ୍ଧୁଛି କି ଆଣ୍ଟିବାୟୋଟିକ ଔଷଧ ମିଶାଇ ଖାଇବା ପରେ ଆପଣଙ୍କ ଅସୁବିଧା ଦୂରହେଲା । କିନ୍ତୁ ପ୍ରକୃତରେ ଆଣ୍ଟିବାୟୋଟିକର ପ୍ରଭାବ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଏ । କାରଣ ଆଣ୍ଟିବାୟୋଟିକ ସମସ୍ତ ରୋଗର ଔଷଧ ନୁହେଁ, ଆଣ୍ଟିବାୟୋଟିକ କେବଳ ବ୍ୟାକ୍ଟେରିଆକୁ ମାରେ ଭାଇରସକୁ ନୁହେଁ । ଆଉ ସର୍ଦ୍ଦି,କାଶ କିମ୍ବା ଗଳାବଥା ହେବା ଅବା କାନ ଇନଫେକ୍ସନ କରିବା ପରି ରୋଗ ଭାଇରସ ଦ୍ୱାରା ହୋଇଥାଏ । ଆଣ୍ଟିବାୟୋଟିକ ଔଷଧ ଭାଇରସକୁ ପ୍ରତିରୋଧ ବା ମାରି ପାରେନାହିଁ , ଏହା ବ୍ୟାକ୍ଟେରିଆକୁ ମାରେ ।

ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଭାରତ ସରକାର ଦ୍ବାରା ଜାରି ହୋଇଥିବା ସୂଚନା ଅନୁସାରେ ଡାକ୍ତର ପ୍ରେସକ୍ରିପସନ ଅନୁସାରେ ରୋଗୀ ଆଣ୍ଟିବାୟୋଟିକର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। କେତେକ ସାଧାରଣ ବ୍ୟାକ୍ଟେରିଆ ଜନିତ ରୋଗକୁ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ହିଁ ମାରିଦେଇ ରୋଗମୁକ୍ତ କରିଦେଇଥାଏ । ସେଥିପାଇଁ ସବୁ କ୍ଷେତ୍ରରେ ଆଣ୍ଟିବାୟୋଟିକ ଆବଶ୍ୟକ ପଡେ ନାହିଁ । 

Advertisment

ଔଷଧ ପ୍ରତିରୋଧକ ଶକ୍ତି ଶରୀରରେ ବୃଦ୍ଧି ହୁଏ

ବିନା ଡାକ୍ତର ପରାମର୍ଶରେ ଆଣ୍ଟିବାୟୋଟିକ ନେଲେ ରୋଗ ପ୍ରତିରୋଧକ ଶକ୍ତି ନୁହେଁ ବରଂ ଔଷଧ ପ୍ରତିରୋଧକ ଶକ୍ତି ଶରୀରରେ ବୃଦ୍ଧି ହୁଏ, ଯାହା ଭବିଷ୍ୟତରେ ଔଷଧ ଶରୀରରେ କାମ କରିବା ଠିକରେ ହୋଇ ନଥାଏ ।  ଏଥିରୁ ବ୍ୟାକ୍ଟେରିଆ ଅଧିକ ଶକ୍ତିଶାଳୀ ହୋଇଯାଏ ଯାହାକୁ ସୁପର ବଗ କୁହାଯାଏ । ଏମିତି ଯଦି ହୁଏ, ତାହେଲେ ଭବିଷ୍ୟତରେ ଆଣ୍ଟିବାୟୋଟିକ ଦେହରେ କାମକରେ ନାହିଁ , ସାଧାରଣ ରୋଗ ବି ଭଲ ହେବା କଷ୍ଟକର ହୋଇପଡେ, ରୋଗ ଭଲ ବି ହୁଏ ନାହିଁ ।  

ଅନାବଶ୍ୟକ ଆଣ୍ଟିବାୟୋଟିକ ନେଲେ ସାଇଡ ଇଫେକ୍ଟ ଦେଖାଯାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ରୋଗ ଭଲହେବା ପର୍ଯ୍ୟନ୍ତ ଡାକ୍ତର ଲେଖିଥିବା ଔଷଧ ବ୍ୟବହାର କରନ୍ତୁ , ଯଦି ମଝିରେ ଦେହ ଟିକେ ଭଲ ଲାଗୁଛି ତାହେଲେ ବି ଡାକ୍ତର କହିଥିବା ସମୟ ପର୍ଯ୍ୟନ୍ତ ଔଷଧ ବ୍ୟବହାର କରନ୍ତୁ । ନିଜ ରୋଗ ବିଷୟରେ ଡାକ୍ତରଙ୍କୁ କିଛି ନ ଲୁଚାଇ ପ୍ରଶ୍ନ ପଚାରନ୍ତୁ ।

Advertisment

ଆଣ୍ଟି ବାୟୋଟିକ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରନ୍ତୁ ଏବଂ କେତେ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବେ ସେକଥା ଭଲରେ ବୁଝି ନିଅନ୍ତୁ । ଅଯଥାରେ ଆଣ୍ଟିବାୟୋଟିକ ବ୍ୟବହାର ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଶରୀରକୁ ସୁସ୍ଥ ରଖନ୍ତୁ, ନିୟମିତ ଯୋଗ ବ୍ୟାୟାମର ଅଭ୍ୟାସ ରଖନ୍ତୁ । ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ ।

Antibiotics Antibiotics Effects On Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ