Advertisment

Abhijit Majumdar on the Mend: ସୁସ୍ଥ ହେଉଛନ୍ତି ଅଭିଜିତ୍ ମଜୁମଦାର, ୨-୩ ଦିନରେ ଭୁବନେଶ୍ବର ଏମ୍ସରୁ ହେବେ ଡିସଚାର୍ଜ

ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିବେ ସଙ୍ଗୀତକାର ଅଭିଜିତ ମଜୁମଦାର । ଆସନ୍ତା ୨-୩ ଦିନ ମଧ୍ୟରେ ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେବେ ଅଭିଜିତ୍ ମଜୁମଦାର । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

Abhijit Majumdar

Abhijit Majumdar Photograph: (OTV)

Advertisment

ଖୁସି ଖବର। ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିବେ ସଙ୍ଗୀତକାର ଅଭିଜିତ ମଜୁମଦାର । ଆସନ୍ତା ୨-୩ ଦିନ ମଧ୍ୟରେ ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେବେ ଅଭିଜିତ୍ ମଜୁମଦାର । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଅଭିଜିତଙ୍କୁ ଚିକିତ୍ସା କରୁଥିବା ଏମସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏନେଇ ସୂଚନା ଦେଇଛନ୍ତି । ଦୀର୍ଘଦିନ ହେବ ଏମ୍ସରେ ଚିକିତ୍ସିତ ହୋଇଆସୁଛନ୍ତି ଅଭିଜିତ୍ । ସେ ଦୁର୍ବଳ ହୋଇ ପଡିଛନ୍ତି।

Advertisment

୫୪ ବର୍ଷୀୟ ଅଭିଜିତ୍ ଉଚ୍ଚ ରକ୍ତଚାପ, ଯକୃତ ରୋଗ ଆଦିରେ ପୀଡିତ ଥିବାରୁ ଗତ ସେପ୍ଟେମ୍ବର ୪ତାରିଖରେ ଭୁବନେଶ୍ବର ଏମସ୍ ରେ ଭର୍ତ୍ତି ହୋଇଥିଲେ । ଜରୁରୀକାଳୀନ ପରିସ୍ଥିତିରେ ଭେଣ୍ଟିଲେଟର ସପୋର୍ଟରେ ତାଙ୍କୁ  ହସ୍ପିଟାଲ ନିଆଯାଇଥିଲା । ଏବେ ସେ ଭେଣ୍ଟିଲେଟର ସପୋର୍ଟ ବାହାରେ ଅଛନ୍ତି। ଏବେ ତାଙ୍କ ସ୍ନାୟୁଗତ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ଦୀର୍ଘଦିନ ହେବ ଏମ୍ସରେ ଚିକିତ୍ସିତ ହୋଇଆସୁଛନ୍ତି ଅଭିଜିତ୍ । ସ୍ବତନ୍ତ୍ର ଡାକ୍ତର ଟିମ୍ ତାଙ୍କ ସ୍ବାସ୍ଥ୍ୟର ଅନୁଧ୍ୟାନ କରୁଛନ୍ତି। 

ସୁସ୍ଥ ହେଉଛନ୍ତି ଦାଦା 

ଗତ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର 23 ତାତିଖରୁ ICUରୁ ବାହାରି  ଜେନେରାଲ ମେଡିସିନ ୱାର୍ଡରେ ଥିଲେ । ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। 

Advertisment

ନିଜର ମେଲୋଡି ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ମଣିଷଟା ଚୁପ୍ ହୋଇଯାଇଥିଲା। ଓଲିଉଡ୍କୁ ଅନେକ ହିଟ୍ ଗୀତ ଭେଟି ଦେଇଥିବା ଗୀତିକାର କୋମାରେ ଥିଲେ। ଜୀବନ ମରଣ ସହ କରୁଥିଲେ ସଂଘର୍ଷ। ଭେଣ୍ଟିଲେଟର ସପୋର୍ଟରେ ଓଡ଼ିଆ ସିନେ ଜଗତର ଦାଦା। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସିଙ୍ଗର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। 

ଅନେକ ଦିନରୁ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ଅଭିଜିତ। ହେଲେ ତାଙ୍କ ଦୈନନ୍ଦିନ କାର୍ଯ୍ୟକୁ ସଠିକ୍ ରୂପେ କରୁଥିଲେ। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଗଣେଶ ପୂଜା ଏବଂ ଦଶହରାରେ ପାଇଁ ବେଶ୍ ଉତ୍ସାହିତ ଥିଲେ। ତେବେ ଗଣେଶ ପୂଜା ଦିନ ଅଭିଜିତ୍ ମଜୁମଦାର୍ଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। ବ୍ରେନ୍ରେ ସୋଡିୟମ୍ ମାତ୍ରା କମିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ।

Advertisment

ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ୪ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା।
ସିଡିଏସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ବି ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଜିତ ମଜୁମଦାରଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଦୁଃଖର କଳାବାଦଲ ଛାଇ ଯାଇଥିଲା। ବିଭିନ୍ନ କଳାକାର, ସଂଗୀତ ପ୍ରେମୀ, କଣ୍ଠଶିଳ୍ପୀ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଥିଲେ।



Abhijit Majumdar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ