Advertisment

କେଶ ଝଡ଼ିବା ସମସ୍ୟାରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଘରୋଇ ଉପାୟ

ନାରୀ ହୁଅନ୍ତୁ କି ପୁରୁଷ, କେଶ ହିଁ ସମସ୍ତଙ୍କ ସୌନ୍ଦର୍ଯ୍ୟର ଚାବିକାଠି। ଏ କଥାକୁ କେହି ଅସ୍ୱୀକାର କରିବେନି। ହେଲେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର କେଶ ଝଡ଼ିବା ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ବର୍ତ୍ତିବା ବଡ଼ ମୁସ୍କିଲ। କିନ୍ତୁ କିଛି ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକୁଳିବା ସମ୍ଭବ। କାରଣ ଏହି ସମସ୍ୟାଟି ଆମ ଦୈନନ୍ଦିନ ଖାଦ୍ୟ ପାନୀୟ ସହିତ ଜଡ଼ିତ। ପ୍ରଥମ ଉପାୟ କେଶକୁ ଟ୍ରିମିଂ କରି ଏକଦମ୍‌ ଛୋଟ ଛୋଟ କରିଦିଅନ୍ତୁ। […]

କେଶ ଝଡ଼ିବା ସମସ୍ୟାରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଘରୋଇ ଉପାୟ

hair fall home remedies

Advertisment
ନାରୀ ହୁଅନ୍ତୁ କି ପୁରୁଷ, କେଶ ହିଁ ସମସ୍ତଙ୍କ ସୌନ୍ଦର୍ଯ୍ୟର ଚାବିକାଠି। ଏ କଥାକୁ କେହି ଅସ୍ୱୀକାର କରିବେନି। ହେଲେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର କେଶ ଝଡ଼ିବା ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ବର୍ତ୍ତିବା ବଡ଼ ମୁସ୍କିଲ। କିନ୍ତୁ କିଛି ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକୁଳିବା ସମ୍ଭବ। କାରଣ ଏହି ସମସ୍ୟାଟି ଆମ ଦୈନନ୍ଦିନ ଖାଦ୍ୟ ପାନୀୟ ସହିତ ଜଡ଼ିତ।
Advertisment

ପ୍ରଥମ ଉପାୟ

କେଶକୁ ଟ୍ରିମିଂ କରି ଏକଦମ୍‌ ଛୋଟ ଛୋଟ କରିଦିଅନ୍ତୁ। ପୁଅପିଲା କିଛି ମାସ ଲଣ୍ଡା ହେଲେ ସବୁଠୁ ଭଲ। ଲାଜ ଲାଗୁଥିଲେ ମଧ୍ୟ ଯେତିକି ଚୁଟି ରହିଥିବ ତାହାକୁ ଚିରସ୍ଥାୟୀ କରିବା ଆପଣଙ୍କ ଦାୟିତ୍ୱ। ଝିଅ ପିଲାମାନେ ମଧ୍ୟ ଛୋଟ ଛୋଟ ଚୁଟି ରଖି ଉପଚାର କରନ୍ତୁ।

ପ୍ରତ୍ୟେକ ଦିନ ୧୦ ମିନିଟ୍‌ ଲେଖାଏଁ ଦୁଇ ହାତର ନଖକୁ ଘଷନ୍ତୁ। ଏହା ଦ୍ୱାରା ନଖମୂଳରୁ ଆଙ୍ଗୁଠିଗୁଡ଼ିକ ଝିମ୍‌ଝିମ୍‌ ହୋଇଆସିବ। ଆଙ୍ଗୁଠିରେ ଥିବା ସ୍ନାୟୁସଂସ୍ଥାନ ସହ ମସ୍ତିଷ୍କର ସମ୍ପର୍କ ରହିଛି। ଝିମ୍‌ଝିମ୍‌ ହେବା ଅର୍ଥ ସ୍ନାୟୁଗୁଡ଼ିକ ସତେଜ ଓ ସକ୍ରିୟ ହୁଅନ୍ତି । ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇ କେଶ ଝଡ଼ିବା ବନ୍ଦ କରିଥାଏ । ଏହା କୌଣସି ମ୍ୟାଜିକ୍‌ ନୁହେଁ। ପ୍ରତିଦିନ ଅଭ୍ୟାସ କଲେ ହିଁ ଏଥିରୁ ସୁଫଳ ମିଳିବ।

publive-image

ଅନ୍ୟ ଉପାୟ

ନଡ଼ିଆତେଲ- କେଶ ପାଇଁ ନଡ଼ିଆତେଲର ବିକଳ୍ପ ନାହିଁ। ଏହା ଅତ୍ୟନ୍ତ ଫଳପ୍ରଦ। ଏହା ଛଡ଼ା ନଡ଼ିଆତେଲରେ ମେଥି ଦାନା ମିଶାଇ କେଶରେ ଲଗାଇଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ସେଥିପାଇଁ ନଡ଼ିଆତେଲରେ କିଛି ମେଥିଦାନା ମିଶାଇ ଗରମ କରନ୍ତୁ। ଏହା ଥଣ୍ଡା ହୋଇଗଲେ କେଶ ମୂଳରେ ଲଗାନ୍ତୁ। ସପ୍ତାହରେ ୨-୩ ଥର ଏହିପରି କଲେ କେଶ ଝଡ଼ିବା ସମସ୍ୟା ଦୂର ହେବା ସହିତ କେଶ ଘନ ଓ ଶକ୍ତ ହୋଇଥାଏ। ବଜାରରେ ମିଳୁଥିବା ନଡ଼ିଆ ତେଲ ଅପେକ୍ଷା ଘରେ ପ୍ରସ୍ତୁତ କରାଯାଇଥିବା ମରା ନଡ଼ିଆ ତେଲ ଅଧିକ ଭଲ କାମ କରେ। ତେଲ ମାଲିସ କରି ସଙ୍ଗେ ସଙ୍ଗେ ଗାଧୋଇବେ ନାହିଁ । ଅତି କମ୍‌ରେ ଏକ ଘଣ୍ଟା ଛାଡ଼ି ଦେବେ।

ଦହି–ଦହି ସହିତ ବେସନ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ସେଥିରେ ସାମାନ୍ୟ ଲେମ୍ବୁ ରସ ପକାଇ କେଶ ମୂଳରେ ଭଲଭାବେ ଲଗାନ୍ତୁ। ଦୁଇ ଘଣ୍ଟା ପରେ ସାମାନ୍ୟ ଉଷୁମ୍‌ ପାଣିରେ ଭଲଭାବେ ମୁଣ୍ଡ ଧୋଇ ଦିଅନ୍ତୁ। ପ୍ରତି ସପ୍ତାହରେ ଥରେ ଏହିପରି କରନ୍ତୁ। ଦେଖିବେ କେଶ ଝଡ଼ିବା କମିଯିବ।

ମହୁ ଓ ଅଲିଭ୍‌ ତେଲ – ଅଲିଭ୍‌ ତେଲ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ସହିତ ଯଦି କେଶ ଝଡ଼ିବା ସମସ୍ୟା ଦେଖାଦେଉଛି, ତା’ହେଲେ ସେଥିରେ ସାମାନ୍ୟ ମହୁ ମିଶାଇ କେଶରେ ଲଗାନ୍ତୁ। କେଶ ଝଡ଼ିବା ବନ୍ଦ ହୋଇଯିବ। ସପ୍ତାହରେ ୩-୪ ଥର ଏହାକୁ କେଶରେ ଲଗାନ୍ତୁ, ସୁଫଳ ମିଳିବ।

publive-image

ଅଁଳା ଓ ରିଠା– ଅଁଳାରେ ତିଆରି ହୋଇଥିବା ଶ୍ୟାମ୍ପୁ ବଜାରରେ ବିକ୍ରି ହେଉଛି। କିନ୍ତୁ ଏଥିରେ ବହୁ ପରିମାଣରେ ରାସାୟନିକ ଦ୍ରବ୍ୟ ମିଶୁଥିବାରୁ କେଶ ଉପରେ ଏହାର କୁପ୍ରଭାବ ପଡ଼ୁଛଇ। ସେଥିପାଇଁ ଅଁଳା ଓ ରିଠାଫଳକୁ ଗ୍ରାଇଣ୍ଡିଂ କରି ଘରେ ଏହାର ପେଷ୍ଟ ପ୍ରସ୍ତୁତ୍‌ କରନ୍ତୁ ଓ ଲଗାନ୍ତୁ। ଏହା ରାମବାଣ ଭଳି କାମ କରିବ।

ପିଜୁଳି ପତ୍ର- ୧ ଲିଟର ପାଣିରେ ପିଜୁଳି ପତ୍ରକୁ ସିଝାନ୍ତୁ। ପାଣିର ରଙ୍ଗ କଳା ପଡ଼ିବା ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ। ପାଣି କଳା ପଡ଼ିଗଲାପରେ ଏହାକୁ ଥଣ୍ଡା କରି ସେହି ପାଣିକୁ କେଶ ମୂଳରେ ଲଗାନ୍ତୁ। ଲଗାତାର ଏହିଭଳି କରିବା ଦ୍ୱାରା ଆପଣ କେଶ ଝଡ଼ିବା କମିଯିବ।

ଲେମ୍ବୁ ଓ କଦଳୀ– କଦଳୀକୁ ଚକଟି ସେଥିରେ ଲେମ୍ବୁ ରସ ମିଶାନ୍ତୁ। ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯିବ। ଅନ୍ୟପକ୍ଷରେ ଏହା ମଧ୍ୟ ଖାଲିଥିବା ଜାଗାରେ କେଶ ଉଠିବାରେ ସହାୟକ ହୋଇଥାଏ। ଦେଶୀ କଦଳୀ ଅଧିକ ଭଲ କାମ କରିଥାଏ।

ପିଆଜ- କେଶ ଝଡ଼ିବା ରୋକିବାରେ ପିଆଜ ବେଶ୍‌ ସହାୟକ ହୋଇଥାଏ। ସେଥିପାଇଁ ପିଆଜ ରସକୁ କେଶରେ ଲଗାନ୍ତୁ, ଏଥିରୁ ତୁରନ୍ତ ଲାଭ ପାଇପାରିବେ।

publive-image

ମେହେନ୍ଦି– ସାଧାରଣତଃ କେଶରେ ମେହେନ୍ଦି ଲଗାନ୍ତି କେଶକୁ ରଙ୍ଗ କରିବା ପାଇଁ। କିନ୍ତୁ ହୁଏତ ଲୋକମାନେ ଜାଣିନଥିବେ ଯେ ମେହେନ୍ଦୀ ମଧ୍ୟ କେଶ ଝଡ଼ିବା ରୋକିଥାଏ। ଏଥିପାଇଁ ଘଣା ସୋରିଷ ତେଲରେ କିଛି ମେହେନ୍ଦି ପତ୍ରକୁ ଗରମ କରନ୍ତୁ । ଥଣ୍ଡା ହୋଇଗଲା ପରେ କେଶରେ ଭଲଭାବେ ମାଲିସ କରନ୍ତୁ। ଏହା କେଶ ଝଡ଼ିବା ବହୁ ପରିମାଣରେ କମ୍‌ କରିଥାଏ। ତେବେ ବଜାରରୁ କିଣାଯାଇଥିବା ସୋରିଷ ତେଲ ଲଗାଇଲେ ଓଲଟା ଫଳ ମିଳିବର ଆଶଙ୍କା ରହିଛି।

Hair Fall Home Remedies Hair Fall Remedies At Home Hair Fall Treatment At Home How To Control Hair Fall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ