marriage 1
ସମସ୍ତଙ୍କ ଜୀବନରେ ସବୁଠୁ ବଡ଼ ଚିନ୍ତା ହୋଇଥାଏ , ବାହାଘର ଖର୍ଚ୍ଚର ବୋଝ । ଏହା ମଣିଷକୁ ଅର୍ଥଶୂନ୍ୟ କରିଦିଏ । ଯେତେ ଟଙ୍କା ସଂଚୟ କରି ରଖିଥିଲେ ବି ତାହା କମ୍ ପଡ଼ିଯାଏ । ଯଦି ଆପଣ ଏହି ସମୟରେ ଟିକେ ସାବଧାନ ହୋଇ ସବୁ ଆୟୋଜନ କରିବେ ତ ଆପଣଙ୍କ ଉପରେ ଅର୍ଥର ବୋଝ ବେଶୀ ପଡ଼ିବ ନାହିଁ । ଆସନ୍ତୁ ଜାଣିବା କେମିତି ବିବାହର ଇନଭେଷ୍ଟମେଣ୍ଟକୁ କମ୍ କରିପାରିବା।
୧ -ୱେଡିଂ ହଲ୍ର ବୁକିଂ କେତେବେଳେ କରିବେ ?
ଶୀତ ଋତୁରେ ବିବାହ ଆରେଞ୍ଜମେଂଟ ପାଇଁ ଅଧିକ ଲୋକ ଗାର୍ଡେନ୍ ବଦଳରେ ମ୍ୟାରେଜ୍ ହଲ୍ରେ ବେଶୀ ପସନ୍ଦ କରନ୍ତି । କିନ୍ତୁ ବିବାହର ଠିକ୍ ପୂର୍ବରୁ ହଲ୍ ବୁକ୍ଂ କଲେ ଆପଣଙ୍କୁ ମହଙ୍ଗା ପଡିପାରେ । ଏଣୁ ବିବାହ ସିଜନ୍ ଆରମ୍ଭରୁ ବୁକିଂ କରିଥିଲେ ଆପଣ ଶସ୍ତାରେ ପାଇପାରିବେ ।
୨- ଲେହେଙ୍ଗା-ସେରୱାନି କିଣନ୍ତୁ ନାହିଁ –
ପ୍ରତି ବର–କନ୍ୟାଙ୍କର ଇଚ୍ଛା ଥାଏ ସେମାନଙ୍କର ବିବାହରେ ଟିକେ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଦେଖାଯିବେ । ଏଥିପାଇଁ ଦାମୀ ବିବାହ ପୋଷାକ କିଣିବାରେ ଅର୍ଥ ଖର୍ଚ୍ଚ କରିଥାନ୍ତି । ହେଲେ ଏହି ପୋଷାକ କେବଳ ଥରେ ହିଁ ସେହି ସମୟରେ ପିନ୍ଧାଯାଇଥାଏ । ଏହାପରେ ବିଶେଷ ବ୍ୟବହାରରେ ଆସିନଥାଏ । ଏଣୁ ବିବାହ ପାଇଁ ପୋଷାକରେ ଅଧିକ ଟଙ୍କା ଖର୍ଚ୍ଚ ନକରି , ଭଡ଼ାରେ ପୋଷାକ ଆଣିବା ବୁଦ୍ଧିମାନର କାମ ହେବ ।
୩- ଭଡ଼ାରେ ଗହଣା ଆଣନ୍ତୁ -
ପୋଷାକ ପରି ଆପଣ ଗହଣା ମଧ୍ୟ ଭଡ଼ାରେ ଆଣିପାରିବେ । ବିଶ୍ୱାସ କରିବେ ଯେ, ବିବାହ ପାଇଁ ମିଳୁଥିବା ସ୍ୱତନ୍ତ୍ର ଧରଣର କୃତ୍ରିମ ଗହଣା ବିଲକୁଲ୍ ଅସଲି ଭଳି ଲାଗିବ । ଭଡ଼ାରେ ଗହଣା ଆଣିଲେ ଖର୍ଚ୍ଚ ମଧ୍ୟ କମିଯିବ । ଆଉ ଅଯଥା ସୁନା ଗହଣା ଚିନ୍ତାରୁ ମୁକ୍ତି ପାଇପାରିବେ ।
୪- ୱେଡିଂ ପ୍ଲାନରଙ୍କ ସହ ଯୋଗାଯୋଗ କରନ୍ତୁ -
ବିବାହ ପାଇଁ ଡେକୋରେସନ , କ୍ୟାଟରିଂ, ବିବାହ ସ୍ଥାନ, ଡିଜେ ଓ ମେକ୍ଅପ୍ ମ୍ୟାନ୍ଙ୍କ ପାଇଁ ୱେଡିଂ ପ୍ଲାନରଙ୍କ ସହ କଥାବାର୍ତ୍ତା ହୋଇଯିବା ଭଲ । ୱେଡିଂ ପ୍ଲାନର ଆପଣଙ୍କ ବଜେଟ୍ ଅନୁସାରେ ହିଁ ସବୁ ବ୍ୟବସ୍ଥା କରିଦେବେ ଏବଂ ବିବାହ ପାଇଁ ଆବଶ୍ୟକୀୟ ଜିନିଷର ଦାମ୍ ବିଷୟରେ ମଧ୍ୟ ସେ ଅବଗତ କରିଦେବେ ।
୫- ଡିଜିଟାଲ୍ କାର୍ଡର ଟ୍ରେଣ୍ଡ –
ବିବାହରେ ମହଙ୍ଗା ଇନଭିଟେସନ କାର୍ଡ ବଦଳରେ ଡିଜିଟାଲ କାର୍ଡ ବନାନ୍ତୁ ଏବଂ ତାକୁ ବନ୍ଧୁ ଓ ସଂପର୍କୀୟଙ୍କୁ ଦିଅନ୍ତୁ । ଆଉ ଆଜିକାଲି ମଧ୍ୟ ଏହାର ଚାହିଦା ବେଶୀ । ଯଦି ଆପଣ କାର୍ଡ ଛାପିବାକୁ ଚାହୁଁଛନ୍ତି ତ ନିଜର କିଛି ସ୍ପେଶାଲ ଗେଷ୍ଟଙ୍କ ଏକ ତାଲିକା କରି , ସେ ଅନୁସାରେ କାର୍ଡ ଛପାନ୍ତୁ ।
୬- ବିବାହ ଋତୁ ଅନୁସାରେ ବ୍ୟଞ୍ଜନ ବନାନ୍ତୁ –
ଯଦି ଆପଣ ଶୀତରେ ବିବାହ କରୁଛନ୍ତି ତ ଏହି ସମୟରେ ଯେଉଁ ଖାଦ୍ୟ ଉପଯୋଗୀ ନୁହେଁ , ତାକୁ ଦୂରେଇ ଦିଅନ୍ତୁ। ଯଦି ଏହି ପରି ଭାବେ ଆପଣ ୪/୫ଟି ଆଇଟମକୁ କମ୍ କରିଦେବେ ତ ଆପଣଙ୍କର ଖର୍ଚ୍ଚ କମ୍ ହୋଇଯିବ ।
୭- ମେକ୍ଅପ୍ କିଟ୍ ନିଜେ ଆଣନ୍ତୁ –
କନ୍ୟାର ମେକଅପ୍ ପାଇଁ ମେକ୍ଅପ୍ ଆର୍ଟିଷ୍ଟର ସାହାଯ୍ୟ ନିଅନ୍ତୁ। କିନ୍ତୁ ଯେଉଁ ମେକ୍ଅପ୍ ଆର୍ଟିଷ୍ଟ ନିଜର ମେକଅପ୍ ଜିନିଷ ସହ କନ୍ୟାକୁ ମେକ୍ଅପ୍ କରିବେ , ଦୁଇଗୁଣା ଅର୍ଥ ଦାବି କରିବେ । ଏଣୁ ମେକ୍ଅପ୍ ଜିନିଷକୁ ନିଜେ ଯୋଗାଡ଼ କରିଲେ ଆପଣଙ୍କର ଖର୍ଚ୍ଚ କମିଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/marriage-1_1626685747.jpg)