Valentine Day Special Photograph: (OTV)
ଭାଲେଣ୍ଟାଇନ୍ସ ଡେ’ର ସେ ନିରବ ସକାଳଟା ଅନନ୍ୟା ପାଇଁ ଅନ୍ୟ ସବୁ ଦିନ ଭଳି ନଥିଲା । କଲେଜ କ୍ୟାମ୍ପସ୍ରେ ନାଲି ଗୋଲାପ ଫୁଲ ଓ ହସର ମାହଲଟା ଯେମିତି ଫାଟିପଡୁଥିଲା । କିନ୍ତୁ ଅନନ୍ୟା ଖୁସି ନଥିଲା । ତା’ ମନରେ ଥିଲା ଅଜଣା ଅପେକ୍ଷା । ସେ ଆଦିତ୍ୟକୁ ମନେ ମନେ ଖୋଜୁଥିଲା ।
ଅନନ୍ୟା ଓ ଆଦିତ୍ୟ ଦୁହେଁ ଭଲ ବନ୍ଧୁ ଥିଲେ । ଏକାଠି ପାଠ ପଢ଼ୁଥିଲେ । ଲାଇବ୍ରେରୀରେ ସେମାନଙ୍କ ଅଧିକ ସମୟ ବିତୁଥିଲା । କଫି ସପରେ ବି ସେମାନେ ଖୁବ୍ ମଜା ମସ୍ତି କରୁଥିଲେ । ସତେ ଯେମିତି ଜଣେ ଅନ୍ୟ ଜଣଙ୍କୁ ନଦେଖିଲେ ସେମାନଙ୍କ ଦିନ ସାରୁନଥିଲା ।
କିନ୍ତୁ କେହି କାହାକୁ ନିଜ ମନର କଥା କହିପାରୁନଥିଲେ । ଦୁହିଁଙ୍କ ଭିତରେ ଭୟ ରହୁଥିଲା । କାଳେ ସେମାନଙ୍କ ମନରେ ଥିବା ପ୍ରେମ ସେମାନଙ୍କ ବନ୍ଧୁତା ଭାଙ୍ଗିଦେବ ।
ସେଦିନ ଭାଲେଣ୍ଟାଇନ୍ସ ଡେ’ ଥାଏ । ସାଙ୍ଗ ମାନେ ଭାଲେଣ୍ଟାଇନ୍ସ ଡେ’ ସେଲିବ୍ରେସନ କରୁଥା’ନ୍ତି । ଅନନ୍ୟା ମନେ ମନେ ଭାବୁଥାଏ, ଆଦିତ୍ୟ ତା’କୁ କେବେ କହିବ ? ହେଲେ ହଠାତ୍ ସେଇଦିନ ଆଦିତ୍ୟ ଅନନ୍ୟାକୁ କଲେଜର କ୍ୟାମ୍ପସରେ ଦେଖାକଲା ।
ହାତରେ ଗୋଟେ ଲାଲ ଗୋଲାପ ନେଇ କହିଲା, ଅନନ୍ୟା, ମୁଁ ଭୟ କରୁଥିଲି। କିନ୍ତୁ ଆଜି କହିବା ନିହାତି ଦରକାର ବୋଲି ମନେକଲି । ତୁ ମୋ ଜୀବନ ପାଇଁ ଜରୁରୀ । ମୋ ସହ ସାରା ଜୀବନ ବାଟ ଚାଲିପାରିବୁ ?
ଆଦିତ୍ୟ ପାଖରୁ ଏ କଥା ଶୁଣି, ଅନନ୍ୟାର ଆଖି ଲୁହରେ ଭିଜିଗଲା । ସେ ହସିଦେଇ କହିଲା, ମୁଁ ମଧ୍ୟ ଏହି କଥା ଶୁଣିବାକୁ ଅପେକ୍ଷା କରିଥିଲି। ଏହି ପଦକ କହିଦେଇ ଆଦିତ୍ୟର ହାତରୁ ଚୁପ୍ ସେ ଗୋଲାପଟି ନେଇଗଲା । ଦୁହିଁଙ୍କ ମନର ସନ୍ଦେହ ଦୂର ହୋଇଗଲା ।
ସେଦିନ ସିନା ତାଙ୍କ ପ୍ରେମ ସତ ହୋଇଗଲା । ହେଲେ ସେମାନେଙ୍କ ମଧ୍ୟରେ ଭଲପାଇବା ଅନେକ ଦିନରୁ ରହିଥିଲା । ପ୍ରେମର ମାନେ କେବଳ ଉପହାର ନୁହେଁ ପରସ୍ପର ପ୍ରତି ବୁଝାମଣା । ପ୍ରେମ ପାପ ନୁହେଁ, ପ୍ରେମ ପବିତ୍ର । ସତ ପ୍ରେମ ସବୁବେଳେ ଅପେକ୍ଷା କରେ, କେବଳ ଗୋଟେ ସାହସିକ ମୁହୂର୍ତ୍ତ ପାଇଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/valentine-day-special-2026-02-14-17-31-13.jpg)