Advertisment

Kolkata’s Santosh Mitra Street Durga Puja : ପୂଜା ପେଣ୍ଡାଲରେ ଅପରେସନ ସିନ୍ଦୂର, ସ୍କ୍ରିନରେ ଦେଖିବାକୁ ମିଳୁଛି ବୀର ଯବାନଙ୍କ ବୀରତ୍ୱ

ପୂଜା ପେଣ୍ଡାଲରେ ଅପରେସନ ସିନ୍ଦୂର। କୋଲକାତା ପ୍ରତିବର୍ଷ ନୂଆ ନୂଆ ଥିମ୍ ଆଉ ବାର୍ତ୍ତା ନେଇ ଦୁର୍ଗାପୂଜାକୁ ଆସେ। ଆଉ ଏଥର ବି ସେମିତି କିଛି ଦେଖିବାକୁ ମିଳିଛି। ସାରା ଦେଶକୁ ଦୋହଲାଇ ଦେଇଥିବା ପହଲଗାମ୍ ହମଲାର ସେଇ ଛାତିଥରା ଦୃଶ୍ୟକୁ ପେଣ୍ଡାଲରେ ଦେଖୁଛନ୍ତି ଲୋକେ।

Kolkata Durga Puja

ପୂଜା ପେଣ୍ଡାଲରେ ଅପରେସନ୍‌ ସିନ୍ଦୂର Photograph: (OTV)

Advertisment

ପୂଜା ପେଣ୍ଡାଲରେ ଅପରେସନ ସିନ୍ଦୂର। କୋଲକାତା ପ୍ରତିବର୍ଷ ନୂଆ ନୂଆ ଥିମ୍ ଆଉ ବାର୍ତ୍ତା ନେଇ ଦୁର୍ଗାପୂଜାକୁ ଆସେ। ଆଉ ଏଥର ବି ସେମିତି କିଛି। ସାରା ଦେଶକୁ ଦୋହଲାଇ ଦେଇଥିବା ପହଲଗାମ୍ ହମଲାର ସେଇ ଛାତିଥରା ଦୃଶ୍ୟକୁ ପେଣ୍ଡାଲରେ ଦେଖୁଛନ୍ତି ଲୋକେ। କୋଲକାତା ସନ୍ତୋଷ ମିତ୍ର ଷ୍ଟ୍ରିଟ ପୂଜା ଏଥର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।

Advertisment

ସଂପୂର୍ଣ୍ଣ ପେଣ୍ଡାଲକୁ LED ସ୍କ୍ରିନରେ ପରିଣତ କରାଯାଇଛି ଆଉ ସେଥିରେ ଚଳୁଛି ପହଲଗାମ୍ ହମଲା ଓ ପରବର୍ତ୍ତୀ ଅପରେସନ। କେମିତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ ପୁରା ଅପରେସନ ହେଇଥିଲା, ମହିଳାଙ୍କ ମଥାର ସିନ୍ଦୁର ବଦଲା ବୀର ଯବାନ ମାନେ ନେଇଥିଲେ ସେ ସବୁ କାହାଣୀକୁ ଗୋଟି ଗୋଟି କରି ଦର୍ଶାଯାଇଛି।

ଖାଲି ସେତିକି ନୁହେଁ ସ୍କ୍ରିନ ରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଆଉ ୱିଂ କମାଣ୍ଡର ବ୍ୟୋମିକା ସିଂହଙ୍କୁ ଦେଖିବାକୁ ମିଳିଛି। ଖାଲି ବାହାରେ ନୁହେଁ ପେଣ୍ଡାଲ ଭିତରେ ପ୍ରତି ରାଜ୍ୟର ମହିଳା, ସେମାନଙ୍କ ସିନ୍ଦୂର, ସଂଖ୍ୟାର ସୁରକ୍ଷା ସ୍ଵୟଂ ମାଆ ଜଗତଜନନୀ କରୁଥିବା ଦୃଶ୍ୟକୁ ଅତି ସୁନ୍ଦର ଭାବେ ଦର୍ଶା ଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ